Indus Valley Times

ବିଶ୍ୱ ପ୍ରାଥମିକ ଉପଚାର ଦିବସ ପାଳିତ

 Breaking News

ବିଶ୍ୱ ପ୍ରାଥମିକ ଉପଚାର ଦିବସ ପାଳିତ

September 15
08:45 2025

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା ,୧୫/୯ : ପ୍ରାଣନାଥ ମହାବିଦ୍ୟାଳୟ ଯୁବ ରେଡକ୍ରସ୍ ତରଫରୁ ବିଶ୍ଵ ପ୍ରାଥମିକ ଉପଚାର ଦିବସ ପାଳିତ ହୋଇଯାଇଅଛି।
ଅଧ୍ୟକ୍ଷା ଡ଼ାଃ ବିନ୍ଦୁଶ୍ରୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ସମାରୋହରେ ଅଧ୍ୟାପକ ସୁବୋଧ କୁମାର ଜଗଦେବ, ପ୍ରାଥମିକ ଚିକିତ୍ସା ଓ ତାହାର ଉପକାରିତା ସମ୍ବନ୍ଧରେ ଉପସ୍ଥିତ ଛାତ୍ରଛାତ୍ରୀ ତଥା ମହାବିଦ୍ୟାଳୟର କର୍ମଚାରୀ ମାନଙ୍କୁ ବିସ୍ତୃତ ଭାବରେ ବୁଝାଇଥିଲେ ।
ଖୋର୍ଦ୍ଧା ଜିଲ୍ଲା ଯୁବ ରେଡକ୍ରସର ଆବାହକ ସମ୍ପାଦକ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ସାହୁ ସ୍ଵାଗତ ଭାଷଣ ଦେଇଥିଲେ। ଉକ୍ତ ସମାରୋହରେ ଅହିଂସା ବିଚାର ଫାଉଣ୍ଡେସନ ଟ୍ରଷ୍ଟର ଶ୍ରୀଯୁକ୍ତ ବିକ୍ରମ ମହାପାତ୍ର, ଶ୍ରୀ ସୋମ ଓ ଅନ୍ୟାନ୍ୟ କର୍ମକର୍ତ୍ତା ମାନେ ଉପସ୍ଥିତ ରହି ଛାତ୍ର ଛାତ୍ରୀମାନଙ୍କୁ ରାଷ୍ଟ୍ର ଗଠନରେ ଯୁବ ପିଢୀର ଭୂମିକା ତଥା ନିଃସ୍ଵାର୍ଥପର ସେବାରେ ବ୍ରତୀ ହେବାପାଇଁ ଉତ୍ସାହିତ କରିଥିଲେ।
ଅଧ୍ୟାପିକା ତଥା ଯୁବ ରେଡକ୍ରସର ପରାମର୍ଶଦାତା ଡ଼ାଃ ପ୍ରାଚୀ ପ୍ରଭା ନାୟକ ଧନ୍ୟବାଦ୍ ଅର୍ପଣ କରିଥିଲେ। ଯୁବ ରେଡକ୍ରସ୍ ର ଅନ୍ୟତମ ପରାମର୍ଶ ଦାତା ଅଧ୍ୟାପିକା ଶ୍ରୀମତି ପୁଷ୍ପିତା ପ୍ରିୟମ୍ବଦା ତ୍ରିପାଠୀ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।
ମହାବିଦ୍ୟାଳୟର ପୂର୍ବତନ ସ୍ୱେଚ୍ଛାସେବୀ ଶ୍ରୀ ଅବିନାଶ ଦଳାଇ ଓ ଶୁଭମ୍ ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ସର୍ବଶେଷରେ ପିଲାମାନଙ୍କୁ ପ୍ରାଥମିକ ଉପଚାରର ବିଭିନ୍ନ କୌଶଳ ତଥା ପଦ୍ଧତି ବିଷୟରେ ଅବଗତି କରାଯାଇଥିଲା।
ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ଡ଼ାଃ ସରୋଜ କୁମାର ମିଶ୍ର, ଅଧ୍ୟାପିକା ଶ୍ରୀମତି ଅସିମା ଶତପଥୀ, ଅଧ୍ୟାପିକା ଶ୍ରୀମତି ଅଲିଭା ବେହୁରା,ଅଧ୍ୟାପକ ଶ୍ରୀ ରବିନାରାୟଣ ସ୍ୱାଇଁ, ଶ୍ରୀ ଭଗବାନ ଖିଲାର,ଶ୍ରୀ ଆଶିଷ କୁମାର ସାହୁ, ଶ୍ରୀ ଉମାକାନ୍ତ ମାର୍ଥା,ଅଧ୍ୟାପିକା ଡ଼ାଃ ମନୋଜା ମଞ୍ଜରି ସାହୁ, ଶ୍ରୀମତି ମାନିନୀ ଜେନା ଇତ୍ୟାଦି ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031