Indus Valley Times

କେନ୍ଦ୍ରୀୟ ବିଦ୍ୟାଳୟ-୩ର ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା: ବଦଳିଲେ ଅଭିଯୁକ୍ତ ଶିକ୍ଷୟିତ୍ରୀ

 Breaking News

କେନ୍ଦ୍ରୀୟ ବିଦ୍ୟାଳୟ-୩ର ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା: ବଦଳିଲେ ଅଭିଯୁକ୍ତ ଶିକ୍ଷୟିତ୍ରୀ

December 09
11:06 2019

ଭୁବନେଶ୍ୱର, ୯ ।୧୨ : ରାଜଧାନୀ ଭୁବନେଶ୍ୱର କେନ୍ଦ୍ରୀୟ ବିଦ୍ୟାଳୟ – ୩ର ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ କରିଥିବା ଘଟଣାରେ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ଉପ କମିସନର ପିଇଟି ଶିକ୍ଷୟିତ୍ରୀ ସୂର୍ଯ୍ୟମଣି ପଟ୍ଟନାୟକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ରବିବାର ଦିନ ଶିକ୍ଷକୟିତ୍ରୀ ସୂର୍ଯ୍ୟମଣି ପଟ୍ଟନାୟକଙ୍କୁ ଉକ୍ତ ବିଦ୍ୟାଳୟରୁ ଅନ୍ୟତ୍ର ବଦଳି କରାଯାଇଛି । ।
ସୂଚନାଯୋଗ୍ୟ ଅଯଥାରେ ସମସ୍ତଙ୍କ ସମ୍ମୁଖରେ ପିଇଟି ଶିକ୍ଷୟତ୍ରୀଙ୍କଠାରୁ ମାଡ଼ ଖାଇଥିବା ଛାତ୍ରୀ ସ୍କୁଲର ୩ୟ ମହଲା କୋଠାରୁ ତଳକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ମଞ୍ଚେଶ୍ୱର ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ-୩ ପରିସରରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଥିଲା । ଗୁରତର ଅବସ୍ଥାରେ ପ୍ରଥମେ ତାଙ୍କୁ ସ୍ଥାନୀୟ ରେଳବାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ପରିବାର ଲୋକେ ତାଙ୍କୁ ନାଲକୋ ଛକ ନିକଟରେ ଥିବା ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ ।
ସେ ଏବେ ଉକ୍ତ ହସ୍ପିଟାଲର ଆଇସିୟୁରେ ଚିକିତ୍ସାଧୀନ ରହିଥିବା ଜଣାପଡ଼ିଛି । ତାଙ୍କ ଦୁଇ ଗୋଡ଼ ଭାଙ୍ଗିଯିବା ସହ ଛାତିରେ ଗଭୀର ଆଘାତ ଲାଗିଛି । ଏହି ଖବର ନେଇ ଅଭିଭାବକ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଗତକାଲି ଅଭିଭାବକମାନେ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ଉପ କମିସନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ପିଇଟି ଶିକ୍ଷକୟିତୀ ସୂର୍ଯ୍ୟମଣି ପଟ୍ଟନାୟକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଭିଭାବକମାନେ ଦାବି କରିଥିଲେ ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031