ବୌଦ୍ଧରେ ଜିଲା ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ
କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୩/୨: ଜଳ ସମ୍ପଦ ବିଭାଗ ଓଡିଶା ସରକାରଙ୍କ ପାଣିପଞ୍ଚାୟତ ପକ୍ଷ ପାଳନ ଅବସରରେ ବୌଦ୍ଧ ଜଳସେଚନ ବିଭାଗ ଓ କ୍ଷୁଦ୍ର ଜଳସେଚନ ବିଭାଗର ମିଳିତ ସହଯୋଗରେ ଜିଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳିତ ହୋଇଯାଇଛି ।
ପାଣି ପଞ୍ଚାୟତ ଶୀର୍ଷ କମିଟି କାଯ୍ୟାଳୟ ଠାରେ ଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀ ନରେନ୍ଦ୍ର କୁମାର ସିଠଙ୍କ ଅଧକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟଅତିଥି ଭାବେ ଜଙ୍ଗଲ ପରବେଶ ଓ ଜଳବାୟୁ ପରିବର୍ତନ,ପଞ୍ଚାୟତିରାଜ ଓ ପାନୀୟଜଳ ଏବଂ ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରଦିପ କୁମାର ଅମାତ ଯୋଗଦେଇ ପାଣି ପଞ୍ଚାୟତ ପକ୍ଷ ପାଳନ ଅବସରରେ ଜଳସେଚନ ଉପରେ ଗୁରୁତ୍ୱ ଦେବା ସହ ଜଳ ସଂରକ୍ଷଣ ଏହାର ସୁବିନିଯୋଗ କରି ଜିଲାରେ କୃଷିର ଉନ୍ନତି ସକାଶେ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ ।
ସମ୍ମାନୀତ ଅତିଥି ଭାବେ ଜିଲାପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଶ୍ୱିନୀ କୁମାର ମେହେର ପ୍ରମୁଖ ଯୋଗଦେଇଥିଲେ । ଏହି ଅବସରରେ ଅତିଥି ମାନେ ଜିଲାରେ ଜଳସେଚନ କ୍ଷେତ୍ରରେ ରହିଥିବା ସୁବିଧା ସୁଯୋଗ ଉପରେ ଆଲୋଚନା କରିବା କହିତ ଚାଷ ପାଇଁ ଜଳର ସୁଷମ ବଣ୍ଟନ ହୋଇପାରିଲେ ଜିଲାର ସବୁ ଚାଷୀ ଏହାଦ୍ୱାରା ଉପକୃତ ହୋଇପାରିବେ ବୋଲି ପ୍ରକାଶ କରିଥିଲେ ।
ପାଣି ପଞ୍ଚାୟତ ଶିର୍ଷ କମିଟି ସଭାପତି ପୟୋଧର ମହାକୁଡ ମଞ୍ଚ ପରିଚାଳାଳନା କରିବା ସହ ଧନ୍ୟବାଦ ପ୍ରଦାନ କରିଥିଲେ, ଶେଷରେ ପାଣି ପଞ୍ଚାୟତ ପକ୍ଷ ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗତାରେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା ।
ବୌଦ୍ଧ ଆଇଟିଆଇ କର୍ମଚାରୀଙ୍କୁ ଛଟେଇ ପ୍ରତିବାଦରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ
ବୌଦ୍ଧ,୩/୧: ବୌଦ୍ଧଜିଲ୍ଲା ଗଉଡଦେଇ ଠାରେ ଥିବା ବୌଦ୍ଧ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନର ୧୦ ଜଣ କର୍ମଚାରୀଙ୍କୁ କାର୍ଯ୍ୟରୁ ଅନ୍ତର କରାଯାଇଥିବାରୁ କର୍ମଚାରୀମାନେ ଆଜି ଅଧ୍ୟକ୍ଷଙ୍କ ବିରୁଦ୍ଧରେ ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ କରିଥିବା ଜଣାପଡିଛି । ଅଭିଯୋଗରୁ ଜଣାଯାଏ , କାର୍ଯ୍ୟରୁ ଅନ୍ତର କରାଯାଇଥିବା ୧୦ ଜଣ କର୍ମଚାରୀ ଉକ୍ତ ଶିଳ୍ପ ତାଲିମ ଅନୁଷ୍ଠାନରେ ଦୀର୍ଘ ୧୨ ରୁ ୧୫ ବର୍ଷ ହେବ ସ୍ୱଳ୍ପ ଦରମାରେ କାର୍ଯ୍ୟ କରିଆସୁଥିଲେ ।
ଗତ ୨୩.୬.୨୦୨୦ ମସିହାରେ ଅନୁଷ୍ଠାନର ଭାରପ୍ରାପ୍ତ ଅଧ୍ୟକ୍ଷ ଆସିବା ଦିନ ଠାରୁ ସେମାନଙ୍କୁ ନାହିଁ ନ ଥିବା ମାନସିକ ନିର୍ଯ୍ୟତନା ଦେବା ସହ ବାର୍ଷିକ ରିନ୍ୟୁଆଲ ପାଇଁ ଜଣକ ପିଛା ୩୦ ରୁ ୪୦ ହଜାର ଟଙ୍କା ଦାବି କରିଥିଲେ । ହେଲେ ସେମାନେ ସ୍ୱଳ୍ପ ଦରମା ପାଇ ପରିବାର ପ୍ରତିପୋଷଣ କରୁଥିବାରୁ ଅଧ୍ୟକ୍ଷଙ୍କ ଦାବି ପୂରଣ କରିବାରେ ଅସମର୍ଥ ହୋଇଥିଲେ । ତାହାକୁ ଅଖି ଆଗରେ ରଖି ଅଧ୍ୟକ୍ଷ ୧୦ ଜଣ କର୍ମଚାରୀଙ୍କ ଭିତରୁ ଜଣଙ୍କ ପରେ ଜଣଙ୍କୁ ପର୍ଯ୍ୟାୟ କ୍ରମେ କାର୍ଯ୍ୟରୁ ଅନ୍ତର କରିଛନ୍ତି ।
ସେମାନେ ଅନୁଷ୍ଠାନକୁ ଯାଇ ସେମାନଙ୍କୁ ପୁନଃ ନିଯୁକ୍ତି ପାଇଁ ଅଧ୍ୟକ୍ଷଙ୍କୁ ବହୁବାର ଅନୁରୋଧ କଲେ ମଧ୍ୟ ଅଧ୍ୟକ୍ଷ ସେମାନଙ୍କ କଥାକୁ ଏଡାଇ ସେମାନଙ୍କ ସ୍ଥାନରେ ନିଜ ଇଚ୍ଛା ମୁତାବକ ପିଲାଙ୍କୁ ନିଯୁକ୍ତି ଦେଇ ଚାଲିଛନ୍ତି । କାର୍ଯ୍ୟରୁ ଅନ୍ତର ହୋଇ ସେମାନେ ପରିବାର ପ୍ରତିପୋଷଣ କରିବାରେ ବହୁତ ଅସୁବିଧାର ସମ୍ମୁଖୀନ ହେବା ସହିତ ମାନସିକ ଚାପରେ ରହୁଥିବା ସେମାନେ ଅଭିଯୋଗ କରିଛନ୍ତି ।
ବୌଦ୍ଧ: ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମରେ ସାଧୁ ସନ୍ଥ ସମ୍ବିଳନୀ
ବୌଦ୍ଧ,୩/୧: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ସରସରା ପଂଚାୟତ ବଘାରପାଲି ସ୍ଥିତ ବାବା ଚନ୍ଦ୍ରଶେଖର ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମରେ ସାଧୁ ସନ୍ଥ ସମ୍ବିଲନୀ ଆୟୋଜିତ ହୋଇଥିଲା ।
ପୁରୀ ବାଲିଘାଇ ଆଶ୍ରମ ର ସନ୍ଥ କ୍ରୀଷ୍ଣାନନ୍ଦ ଗିରି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗୋସୁରକ୍ଷା ଉପରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥି ଭାବେ ସରସରା ପଞ୍ଚାୟତ ସରପଞ୍ଚ ହରି ନାଏକ,ଅନ୍ୟତମ ଅତିଥି ଭାବେ ବେଲପୁଞ୍ଜି ମଠର ମହନ୍ତ ନନ୍ଦ ବାବା, ନାଏକ ପଡା ପାତାଳୀ ଶ୍ରୀକ୍ଷେତ୍ର ମଠର ମହନ୍ତ ସନ୍ଥ ଗୋପାଳ ଦାସ, ମନ୍ଦିର ପ୍ରତିଷ୍ଠା କମିଟି ସଭାପତି ଗୋବର୍ଦ୍ଧନ ବିଶି,ବିଶ୍ବହିନ୍ଦୁ ପରିଷଦ ବୌଦ୍ଧ ଜିଲ୍ଲା ସଭାପତି ଶମ୍ଭୁ ପ୍ରସାଦ ମିଶ୍ର, ପ୍ରେସ କ୍ଲବ ସମ୍ପାଦକ ରଘୁନାଥ ଷଡଙ୍ଗୀ, ବୌଦ୍ଧ ସାମ୍ବାଦିକ ସଂଘ ସମ୍ପାଦକ ଦୁର୍ଯ୍ୟେଧନ ବିଶି, ମାହେଶ୍ୱରୀ ଗୋଶାଳା ର ଅଧକ୍ଷ ନିର୍ଗୁଣ ମହାକୁଡ ମଞ୍ଚାସୀନ ହେଇଥିଲେ ।
ମାହେଶ୍ୱରୀ ଗୋଶାଳା ସମ୍ପାଦକ କୃତିବାସ ପଲିଆ ମଞ୍ଚ ପରିଚାଳନା କରିଥିଲା ବେଳେ, ଓଡିଶା ଗୋ ସୁରକ୍ଷା ସମିତି ର ବୌଦ୍ଧ ଜିଲ୍ଲା ସଭାପତି ବିଶିକେସନ୍ ପ୍ରଧାନ ସଭାପତିତ୍ବ କରିଥିଲେ । ମୁଖ୍ୟ ଅତିଥି ଗୋଭକ୍ତ କ୍ରୀଷ୍ଣା ବାବା ଗୋସୁରକ୍ଷା, ଗୋଆଧାରିତ କୁଟୀର ଶିଳ୍ପ କରି ଅର୍ଥନୈତିକ ଅଭିବୃଦ୍ଧି ପାଇଁ ବକ୍ତବ୍ୟ ରଖିଥିଲେ ।
ମାର୍ଚ୍ଚ ୩ ତାରିଖ ଠାରୁ ୮ ତାରିଖ ପର୍ଯ୍ୟନ୍ତ ବୌଦ୍ଧ ଜିଲ୍ଲା ମଥୁରା ପଞ୍ଚାୟତ ଗୋପ, ମଥୁରା, ବୃନ୍ଦାବନ ଠାରେ ଦୋଳ ମହୋତ୍ସବ ଆୟୋଜନ ସମୟରେ ଗୋ ସୁରକ୍ଷା ଓ ଗୋଭକ୍ତ ସମ୍ବିଳନୀ ଆୟୋଜନ ନିମନ୍ତେ ଓଡ଼ିଶା ଗୋ ସୁରକ୍ଷା ସମିତି ତରଫରୁ ଗୋସୁରକ୍ଷା ଓ ଗୋ ଆଧାରିତ ଜୈବିକ କୃଷି ଉପରେ କାର୍ଯ୍ୟକ୍ରମ ଆୟଜନ ନିମନ୍ତେ ପ୍ରସ୍ତାବ ରଖାଯାଇଛି ।
ବୌଦ୍ଧ ବ୍ୟବସାୟୀ ମହାସଂଘ ଗଠିତ
ବୌଦ୍ଧ,୩/୨: ସ୍ଥାନୀୟ ଭୈରବୀ ମନ୍ଦିର ପରିସରରେ ସହରର ବ୍ୟବସାୟୀଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଛି । ବୁଲୁ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ‘ବୌଦ୍ଧ ବ୍ୟବସାୟୀ ମହାସଂଘ’ ନାମରେ ନୂତନ ସଂଘ ଗଠିତ ହୋଇଛି, ସଂଘର ନୂତନ କର୍ମକର୍ତ୍ତାଙ୍କ ମଧ୍ୟରେ ସଭାପତି ଭାବରେ ଯୁଗଳ କିଶୋର ସାମଲ, ଉପସଭାପତି ଅଶୋକ ସାହୁ ଓ ରାଧେଶ୍ୟାମ ସାହୁ, ସଂପାଦକ ବିଜୟ ଅଗ୍ରୱାଲ, ସହସଂପାଦକ ସୁନିଲ ଦାସ ଓ କୋଷାଧ୍ୟକ୍ଷ ଭାବରେ ଅମରନାଥ ଅଗ୍ରୱାଲା ମନୋନିତ ହୋଇଛନ୍ତି ।
ଉଦ୍ଭିଦ ବିଜ୍ଞାନ ବିଭାଗ ତରଫରୁ ସ୍ଵାଗତ ଓ ଆଲୋଚନା ଚକ୍ର
ବୌଦ୍ଧ,୩/୧: ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ବିଭାଗ ତରଫରୁ ଆଜି ନୂତନ ଛାତ୍ର ଛାତ୍ରୀ ମାନଙ୍କୁ ସ୍ଵାଗତ କରାଯିବା ସହ\” ଜଙ୍ଗଲ ସୁରକ୍ଷା ଓ ପରିଚାଳନା\” ବିଷୟ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି ।
ପ୍ରଥମରେ ନୂତନ ଛାତ୍ର ଛାତ୍ରୀ ଙ୍କୁ ଫୁଲ ଚନ୍ଦନ ଲଗାଇ ଶେଷ ବର୍ଷ ଛାତ୍ରୀ ମାନେ ସ୍ଵାଗତ କରିଥିଲେ ଏବଂ ପରିଚୟ ପର୍ବ କରାଯାଇଥିଲା,ତାପରେ ଅନୁଷ୍ଠିତ ଆଲୋଚନାଚକ୍ରରେ ମୁଖ୍ୟ ଅତିଥି ତଥା ଆଲୋଚକ ଭାବରେ ବୌଦ୍ଧ ବନ ଖଣ୍ଡ ଅଧିକାରୀ ସତ୍ୟ ପ୍ରିୟ କାମ୍ପ ଯୋଗଦେଇ ଜଙ୍ଗଲ ସୁରକ୍ଷା ଓ ତାର ପରିଚାଳନା ଉପରେ ପାୱାର ପଏଣ୍ଟ ମାଧ୍ୟମରେ ବହୁ ତଥ୍ୟ ପ୍ରଦାନ କରିବା ସହ ବିସ୍ତ୍ରୁତ ଭାବରେ ଆଲୋଚନା କରିଥିଲେ ।
ବୌଦ୍ଧ ର ଜଙ୍ଗଲ ସୁରକ୍ଷା ରେ ଉଦ୍ଭିଦ ବିଜ୍ଞାନ ଛାତ୍ର ମାନଙ୍କର ସହଯୋଗ କାମନା କରିଥିଲେ,ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ବେହେରାଙ୍କ ସଭାପତିତ୍ଵ ରେ ଅୟୋଜିତ ଏହି ସଭାରେ ଉଦ୍ଭିଦ ବିଜ୍ଞାନ ବିଭାଗର ମୁଖ୍ୟ ଅଧ୍ୟାପକ ଡଃ ପ୍ରବିର କୁମାର ଦାସ ସ୍ଵାଗତ ଭାଷଣ ପ୍ରଦାନ କରିବା ସହ \”ଜଙ୍ଗଲ ଆମ ଜୀବନ\” ପ୍ରସଙ୍ଗ ଉପରେ ଆଲୋଚନା କରିଥିଲ ।
ମହାବିଦ୍ୟାଳୟ ପରିସରରେ ସ୍ରୁଷ୍ଟି କରାଯାଇଥିବା ଛୋଟ ଜଙ୍ଗଲ ଏବଂ ଔଷଧ ଉଦ୍ୟାନ ଉପରେ ବିବରଣୀ ପ୍ରଦାନ କରିଥିଲେ, ଅଧ୍ୟାପିକା ଗୀତାଞ୍ଜଳି ମହାପାତ୍ର, ରୋଶନ ମହାପାତ୍ର, ଶାନ୍ତନୁ ପଢ଼ିହାରୀ ଏଥିରେ ଯୋଗଦେଇ ନବାଗତ ମାନଙ୍କୁ ଶୁଭେଚ୍ଛା ପ୍ରଦାନ କରିଥିଲେ,ଛାତ୍ର ଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ,ଶ୍ରେଷ୍ଠ ନବାଗତ ଛାତ୍ର ଭାବରେ ଏବଂ ଶ୍ରେଷ୍ଠ ନବାଗତ ଛାତ୍ରୀ ଭାବରେ ପ୍ରଜ୍ଞା ପ୍ରଯୋଜିତା ମିଶ୍ର ଙ୍କୁ ପୁରସ୍କୃତ କରାଯାଇଥିଲା ।
ଅଧ୍ୟାପିକା ଅମ୍ରିତା ମହାପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ, ଡେମୋନଷ୍ଟ୍ରେଟର ମୋନାଲିସା ଆତ୍ମଦର୍ଶିନୀ , ଛାତ୍ର ସୌରଭ ପ୍ରଧାନ , ପାର୍ଥ ସାରଥି ମିଶ୍ର, ତନୁସା ମହାକୁଡ଼ ଏଥିରେ ବହୁ ସହଯୋଗ କରିଥିଲେ କ୍ଷ
ଫେବୃଆରୀ ୫ରୁ ବୌଦ୍ଧ କପ୍ କ୍ରିକେଟ ଟୁର୍ଣ୍ଣାମେଂଟ
ବୌଦ୍ଧ,୩/୨:- ଜିଲ୍ଲା କ୍ରିକେଟ ଆସୋସିଏସନ ବୌଦ୍ଧ ଆନୁକୂଲ୍ୟରେ ଆସନ୍ତା ଫେବୃଆରୀ ୫ ତାରିଖ ଠାରୁ ବୌଦ୍ଧରେ ଷଷ୍ଠ ବୌଦ୍ଧ କପ୍ କ୍ରିକେଟ ଟୁର୍ଣ୍ଣାମେଂଟ ଅନୁଷ୍ଠିତ ହେବ । ଏଥିରେ ବୌଦ୍ଧ ସମେତ ୭ଟି ଜିଲ୍ଲାରୁ କ୍ରିକେଟ ଦଳ ଅଂଶଗ୍ରହଣ କରୁଥିବା ଜିଲ୍ଲା କ୍ରିକେଟ ଆସୋସିଏସନ ସଭାପତି ନିରଞ୍ଜନ ମେହେର ଓ ସଂପାଦକ ଯୁଗଳ କିଶୋର ସାମଲ ସୂଚନା ଦେଇଛନ୍ତି ।
ଏହି ଟୁର୍ଣ୍ଣାମେଂଟ ୫ ତାରିଖରୁ ଆରମ୍ଭ ହୋଇ ୧୨ ତାରିଖରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ । ପ୍ରତିଦିନ ସକାଳ ୧୦ ଟାରୁ ମ୍ୟାଚ ଆରମ୍ଭ ହେବ । ଫିକ୍ସଚର ଅନୁଯାୟୀ ଫେବୃଆରୀ ୫ ତାରିଖ ଦିନ ଗ୍ରୁପ ‘ଏ’ ର ରୋୟାଲ ୟୁଥ କ୍ରିକେଟ କ୍ଲବ ରାଉରକେଲା ସହିତ ନବକିଶୋର କ୍ରିକେଟ କ୍ଲବ ବଲାଙ୍ଗୀର, ୬ତାରିଖ ଦିନ ରାଇଜିଂ ଷ୍ଟୁଡେଣ୍ଟ କଟକ ସହିତ ପ୍ରୋଗ୍ରେସିଭ ଆସୋସିଏସନ ଝାରସୁଗୁଡା ମ୍ୟାଚ ଅନୁଷ୍ଠିତ ହେବ । ୭ ତାରିଖ ଦିନ ପ୍ରଥମ ସେମିଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ । ସେହିପରି ୮ତାରିଖ ଦିନ ଗ୍ରୁପ ‘ବି’ର ଆଭାର ଟାଇଗର୍ସ ସମ୍ବଲପୁର ସହିତ ଜିଲ୍ଲା କ୍ରିକେଟ ଆସୋସିଏସନ ଖୋର୍ଦ୍ଧା, ୯ତାରିଖ ଦିନ ଜିଲ୍ଲା କ୍ରିକେଟ ଆସୋସିଏସନ ବୌଦ୍ଧ ସହିତ ଏସିସି ଅନୁଗୁଳର ମ୍ୟାଚ ଅନୁଷ୍ଠିତ ହେବ । ୧୦ ତାରିଖ ଦିନ ଦ୍ୱିତୀୟ ସେମିଫାଇନାଲ ଅନୁଷ୍ଠିତ ହେବାକୁ ଥିବାବେଳେ ୧୧ ତାରିଖ ଦିନ ଓଡିଶା ଭେଟେରାନ୍ସ ସହିତ ବୌଦ୍ଧ ଜିଲ୍ଲା ଭେଟେରାନ୍ସ ମ୍ୟାଚ ଅନୁଷ୍ଠିତ ହେବ । ୧୨ ତାରିଖ ଦିନ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ବୋଲି ଆସୋସିଏସନ ତରଫରୁ ସୂଚନା ଦିଆଯାଇଛି ।