Indus Valley Times

ଗଜପତି : ଜନ କଲ୍ୟାଣ ପ୍ରତିଷ୍ଠାନ ପକ୍ଷରୁ ଜିଲ୍ଲାର “ପ୍ରଥମ” ମାନର ସମ୍ମାନ ପାଇଥିବା ଆଦର୍ଶ ବିଦ୍ୟାଳୟର ଶିକ୍ଷୟତ୍ରୀ ଶିକ୍ଷକ ମାନଙ୍କୁ ଭବ୍ୟ ସମ୍ଭର୍ଦ୍ଧନା

 Breaking News

ଗଜପତି : ଜନ କଲ୍ୟାଣ ପ୍ରତିଷ୍ଠାନ ପକ୍ଷରୁ ଜିଲ୍ଲାର “ପ୍ରଥମ” ମାନର ସମ୍ମାନ ପାଇଥିବା ଆଦର୍ଶ ବିଦ୍ୟାଳୟର ଶିକ୍ଷୟତ୍ରୀ ଶିକ୍ଷକ ମାନଙ୍କୁ ଭବ୍ୟ ସମ୍ଭର୍ଦ୍ଧନା

March 26
20:33 2023

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୨୬/୩ : ଐତିହ୍ୟ ସମ୍ପନ୍ନ ପାରଳାଖେମୁଣ୍ଡି ମାଟିର ପ୍ରବାଦ ପୁରୁଷ ତଥା ଦେଶଭକ୍ତ ନାଟ୍ୟକାର ଆପନ୍ନା ପରିଛାଙ୍କ ନାମରେ ଉତ୍ସର୍ଗିତ ଆପନ୍ନକ୍ଷ ପରିଛା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ” ଜନ କଲ୍ୟାଣ ପ୍ରତିଷ୍ଠାନ” ପକ୍ଷରୁ ରାଜ୍ୟ ଶିକ୍ଷା ନିର୍ଦ୍ଦେଶାଳୟ ଦ୍ଵାରା ଜିଲ୍ଲାର ପ୍ରଥମ ଗୁଣାତ୍ମକ ମାନର ଆଦର୍ଶ ବିଦ୍ୟାଳୟର ସମ୍ମାନ ପାଇଥିବା ଆପନ୍ନା ପରିଚ୍ଛା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସମସ୍ତ ଶିକ୍ଷୟତ୍ରୀ ଓ ଶିକ୍ଷକଙ୍କ ନିମନ୍ତେ ଏକ ଭବ୍ୟ ସମ୍ବର୍ଦ୍ଧନା ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଶିକ୍ଷା , ସ୍ବଚ୍ଛତା ଏବଂ ଶିକ୍ଷା ଆନୁଷଙ୍ଗିକ ବହୁମୁଖି ପ୍ରତିଭା ସମ୍ପନ୍ନ କ୍ଷେତ୍ରରେ ଏହି ଆପନ୍ନା ପରିଚ୍ଛା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ସାଙ୍ଗକୁ ସମୟ ଓ ନୀୟମାନୁ-ବର୍ତ୍ତିତା , ଶୃଙ୍ଖଳିତ ଜ୍ଞାନ ଓ ଶିକ୍ଷା ଦାନ ଶୈଳୀ ଏବଂ କାର୍ଯ୍ୟ-ଦକ୍ଷତା ପ୍ରଭୃତି ବହୁମୁଖି ମାନକ ସେବା ପାଇଁ ୨୦୨୩ ମସିହା ପ୍ରାରମ୍ଭରେ ଓଡ଼ିଶା ରାଜ୍ୟ ଶିକ୍ଷା ନିର୍ଦ୍ଦେଶାଳୟ , ଏନସିଇଆରଟି: ଭୁବନେଶ୍ୱର ଦ୍ଵାରା ଏହି ବିଦ୍ୟାଳୟ ଜିଲ୍ଲାର ସର୍ବଶ୍ରେଷ୍ଠ ଉତ୍ତମ ତଥା ଆଦର୍ଶ ବିଦ୍ୟାଳୟ ସମ୍ମାନ ମାନ୍ୟତା ପାଇବା ଲାଭ କରିଥିଲା ।
ଏହି ଅବସରରେ ଅନୁଷ୍ଠିତ ଏକ ସମ୍ଭର୍ଦ୍ଧନା ଉତ୍ସବର ସଭା କାର୍ଯ୍ୟକ୍ରମରେ ଓଡ଼ିଶା ସାହିତ୍ୟ ଏକାଡେ଼ମୀର ଗଜପତି ଜିଲ୍ଲା ସଦସ୍ୟ ଶ୍ରୀ ବିଚିତ୍ରା ନନ୍ଦ ବେବର୍ତ୍ତା ପୌରହିତ୍ୟ କରି ଜିଲ୍ଲାସ୍ତରରେ ଏହି ବିଦ୍ୟାଳୟ ଏକ ଉତ୍ତମ ତଥା ଆଦର୍ଶ ବିଦ୍ୟାଳୟର ମାନ୍ୟତା ପାଇ ଅନ୍ୟ ବିଦ୍ୟାଳୟ ମାନଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିପାରିଛି । ଏଥିପାଇଁ ବିଦ୍ୟାଳୟର ଶିକ୍ଷୟତ୍ରୀ ଶିକ୍ଷକ ଏବଂ ଛାତ୍ରଛାତ୍ରୀ ମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ ।
ଜନ କଲ୍ୟାଣ ପ୍ରତିଷ୍ଠାନର ମୁଖ୍ୟ ତଥା ନିର୍ଦ୍ଦେଶକ ଶ୍ରୀ ଦୁର୍ଗାମାଧବ ପଣ୍ଡା ବକ୍ତବ୍ୟ ପ୍ରସଙ୍ଗରେ କହିଲେ ଏହି ବିଦ୍ୟାଳୟର ସାମଗ୍ରିକ ବିକାଶ ପାଇଁ ଜିଲ୍ଲାର ଏକମାତ୍ର ବିଦ୍ୟାଳୟ ଭାବେ ରାଜ୍ୟ ସ୍ତରୀୟ ସମ୍ମାନ ପାଇଛି ଏହାଠାରୁ ଗୌରବ ଆଉକିଛି ନାହିଁ ଏବଂ ଏହା କେବଳ ବିଦ୍ୟାଳୟର ଶିକ୍ଷୟତ୍ରୀ ଶିକ୍ଷକ ମାନଙ୍କ ନିଷ୍ଠାପର ସେବା ଓ କୃତିତ୍ୱ ଯୋଗୁଁ ସମ୍ଭବ୍ ହୋଇପାରିଛି ବୋଲି କହିଥିଲେ ।।
କାର୍ଯ୍ୟକ୍ରମରେ ଉଦଘାଟିକା ଭାବେ ପୌରଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ ଯୋଗ ଦେଇ ଶିକ୍ଷକ/ଶିକ୍ଷୟତ୍ରି ମାନଙ୍କ ନିସର୍ଥ ଶିକ୍ଷାଦାନ ଓ ନିଷ୍ଠାପର ଉଦ୍ୟମ ଯୋଗୁଁ ଆମ ଜିଲ୍ଲା ପାଇଁ ଏହି ବିଦ୍ୟାଳୟ ଆଣିଦେଇଛି ଏକ ବିରଳ ଗୌରବ ବୋଲି କହିଥିଲେ ।
ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ମନୋଜିନୀ ପାତ୍ର ସମ୍ଭର୍ଦ୍ଧନା ପାଇବା ଅବସରରେ କହିଥିଲେ ଯେ , ବିଦ୍ୟାଳୟର ଗୁରୁତ୍ୱପୂର୍ଣ୍ଣ ଦିଗ , ଭିତ୍ତିଭୂମି ଓ ମାନକ ସ୍ତରରେ ଏହା ଆକର୍ଷଣୀୟ ହୋଇ ପାରିଥିବା ଯୋଗୁଁ ଏହି ବିଦ୍ୟାଳୟ ଆଜି ଜିଲ୍ଲାସ୍ତରରେ “ପ୍ରଥମ” ସମ୍ମାନ ପାଇବାର ମାନ୍ୟତା ଲାଭ କରିଛି । ପ୍ରକୃତପକ୍ଷେ ସମସ୍ତଙ୍କୁ ନେଇ ଆଜି ଏଭଳି ସମ୍ମାନ ଓ ମାନ୍ୟତା ପାଇବା ସମ୍ଭବ ହୋଇଛି , ଏଥିପାଇଁ ଆମେ ଅତ୍ୟନ୍ତ ଗର୍ବାନ୍ଵିତ ବୋଲି କହିଥିଲେ ।
ଅନ୍ୟ ମାନଙ୍କ ମଧ୍ୟରେ ଡାଏଟର ଅଧ୍ୟକ୍ଷ ଶ୍ରୀ ଡାକ୍ତର ମୁର୍ମୁ , ସିଆରସିସି: ଶ୍ରୀ ଏମ: ଉମାପତି , ଆପନ୍ନା ପରିଚ୍ଛା ସ୍ମୃତି ସଂସଦର ସଂପାଦକ କଳାଶ୍ରୀ ମୂରଲୀଧର ପରିଛା , ଏସଏମସି: ସଭାପତି ଶ୍ରୀମତୀ ସୁଲୋଚନା ରଇତ , ପ୍ରମୁଖ ମଞ୍ଚାସିନ ରହି ବିଦ୍ୟାଳୟ କୃତିତ୍ଵର ବିଭିନ୍ନ ଦିଗ ସମ୍ପର୍କରେ କହିଥିଲେ ।
ବର୍ଷା ରାଉତ, ରଜେଶ୍ୱରୀ ସ୍ୱାଇଁ, ଅଭୀପସା ଶବର ପ୍ରମୁଖ ଯୋଗ ଦେଇ ବିଦ୍ୟାଳୟର ସମ୍ମାନ ଓ କୃତିତ୍ୱ ଉପରେ ନିଜସ୍ଵ ମତ ଦେଇଥିଲେ ।
ଏହି ଅବସରରେ ସମସ୍ତ ଶିକ୍ଷୟତ୍ରୀ ଓ ଶିକ୍ଷକ ମାନଙ୍କୁ ଉତ୍ତରୀୟ ପ୍ରମାଣପତ୍ର ଏବଂ ଫୁଲ ତୋଡା ଦେଇ ଜନକଲ୍ୟାଣ ପ୍ରତିଷ୍ଠାନଅତ୍ୟନ୍ତ ଉତ୍ସବ-ମୁଖର ସହ ସେମାନଙ୍କୁ ଆନ୍ତରିକ ସମ୍ଭର୍ଦ୍ଧନା ଜ୍ଞାପନ କରିଥିଲେ ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031