Indus Valley Times

ବୌଦ୍ଧରେ ପାଳିତ ହେଲା ବିଶ୍ୱ ଜଳାତଙ୍କ ଦିବସ

 Breaking News

ବୌଦ୍ଧରେ ପାଳିତ ହେଲା ବିଶ୍ୱ ଜଳାତଙ୍କ ଦିବସ

September 28
20:17 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୨୮/୯ : (ରବିବାର) ଦିନ ଘ.୧୦.୩୦ ମିନିଟ ସମୟରେ ବୌଦ୍ଧ ଜିଲ୍ଲାପାଳଙ୍କ ସମ୍ବେଳନୀ କକ୍ଷ ଠାରେ ଜିଲ୍ଲା ମୁଖ୍ୟ ପ୍ରାଣୀ ସମ୍ପଦ ବିଭାଗ ଆୟୋଜନ କ୍ରମେ ବିଶ୍ୱ ଜଳାତଙ୍କ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଏକ ସଚେତନତା ସଭା ଆୟୋଜନ ହୋଇଥିଲା ।
ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ ଯୋଗଦେଇ ମାନବ ସମାଜ ସହିତ ପ୍ରାଣୀ ସମ୍ପଦ ଙ୍କୁ ମଧ୍ୟ ଜଳାତଙ୍କ ରୋଗ ରୁ ବଂଚେଇବା କହିଥିଲେ ।
ସଂମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା, ଉପ ଜିଲ୍ଲାପାଳ ବିନୟ କୁମାର ଭୋଇ,ଅତିରିକ୍ତ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡା ଅଭିମନ୍ୟୁ ରାଉତ, ବୌଦ୍ଧ ଆଦର୍ଶ ଥାନା ଅଧିକାରୀ ନଳିନକାନ୍ତ ଦାସ ଯୋଗ ଦେଇ ଜଳାତଙ୍କ ରୋଗ ରୁ ବଂଚିବା ପାଇଁ ସ୍କୁଲ, କଲେଜ ସହିତ ବିଭିନ୍ନ ଅନୁଷ୍ଠାନରେ ସଚେତନତା କାର୍ଯ୍ୟକ୍ରମ କରିବା ପାଇଁ ପରାମର୍ଶ ଦେଇଥିଲେ । ଉପ ନିର୍ଦ୍ଦେଶକ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଳୟ ଡା ଶୁଭେନ୍ଦୁ ଶେଖର ସାହୁ ସଭାପତିତ୍ୱ କରିଥିବା ବେଳେ ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଡା ତପନ କୁମାର ଦ୍ବିବେଦୀ ପାୱାର ପଏଣ୍ଟ ମାଧ୍ୟମରେ ଜଳାତଙ୍କ ରୋଗ ବିଲୁଆ, ଗଧିଆ, କୁକୁର, ନେଉଳ, ବାଦୁଡ଼ି ପ୍ରଭୁତି ପ୍ରାଣୀ ଙ୍କୁ ସଂକ୍ରମଣ କରୁଥିବା ଏକ ଭୁତାଣୁ ଜନିତ ରୋଗ ବୋଲି କହିଥିଲେ ।
ତତସହିତ ସଂକ୍ରମିତ ପ୍ରାଣୀ ଅନ୍ୟ ପ୍ରାଣୀ ବା ମନୁଷ୍ୟ କୁ କାମୁଡ଼ିଲେ କିମ୍ବା ଅନ୍ୟ ପ୍ରାଣୀ ବା ମନୁଷ୍ୟ ସଂକ୍ରମିତ ପ୍ରାଣୀ ର ଲାଲ ସଂସ୍ପର୍ଶ ରେ ଆସିଲେ ଏହି ରୋଗ ହୋଇଥାଏ ।
ଅନ୍ୟତମ ପରାମର୍ଶ ଦାତା ଭାବେ ଅତିରିକ୍ତ ଚିକିତ୍ସା ଅଧିକାରୀ ଡା କିଶୋର ଚନ୍ଦ୍ର ପଟ୍ଟନାୟକ ଯୋଗଦେଇ ଏହି ରୋଗର ଲକ୍ଷଣ ଜାଣିବା ଓ ଏଥିରୁ ରକ୍ଷା ପାଇବା ପାଇଁ ପ୍ରତିଷେଧକ ଟୀକା କରଣ କରିବା ପାଇଁ ପରାମର୍ଶ ଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ପ୍ରଣୀ ଚିକିତ୍ସକ, ପ୍ରାଣୀ ନିରୀକ୍ଷକ, ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ସମେତ ବିଭିନ୍ନ ସ୍ବେଛାସେବୀ ଅନୁଷ୍ଠିତ ପ୍ରତିନିଧି ଯୋଗଦେଇ ଅଂଶ ଗ୍ରହଣ କରିଥିଲେ ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31