Indus Valley Times

ବିଦ୍ୟୁତ ବୀରଙ୍କୁ ସଲାମ୍! ସ୍ଥିତି ସ୍ଵାଭାବିକ ପାଇଁ ଆହୋରାତ୍ର କାର୍ଯ୍ୟରତ ବିଦ୍ୟୁତ କର୍ମଚାରୀ

 Breaking News

ବିଦ୍ୟୁତ ବୀରଙ୍କୁ ସଲାମ୍! ସ୍ଥିତି ସ୍ଵାଭାବିକ ପାଇଁ ଆହୋରାତ୍ର କାର୍ଯ୍ୟରତ ବିଦ୍ୟୁତ କର୍ମଚାରୀ

October 28
19:20 2024

ସୁୁଦାମ ପାତ୍ରଙ୍କ ରିପୋର୍ଟ
ବାଲେଶ୍ବର, ୨୮/୧୦ : ବାତ୍ୟା ‘ଦାନା’ରେ ଗୁରୁତର ପ୍ରଭାବିତ ହୋଇଛି ବାଲେଶ୍ଵର ଓ ଭଦ୍ରକ ଜିଲ୍ଲାର ବିଦ୍ୟୁତ ସେବା । ଟିପି ନର୍ଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍(ଟିପିଏନଓଡଏଲ) ପକ୍ଷରୁ ଏହାର ପୁନରୁଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଥିବାବେଳେ ପ୍ରାୟ ୯୮ପ୍ରତିଶତ ଅଞ୍ଚଳକୁ ଏଯାବତ ବିଦ୍ୟୁତ ସଂଯୋଗ ହୋଇ ସାରିଛି।
ସ୍ଥିତି ସ୍ଵାଭାବିକ କରିବା ପାଇଁ କର୍ମଚାରୀମାନେ ଆହୋରାତ୍ର କାର୍ଯ୍ୟରତ ଥିଲେ ହେଁ ଅଧିକାଂଶ ସ୍ଥାନରେ ବନ୍ୟା ପରିସ୍ଥିତି ଉପୁଜିଥିବାରୁ ପୁନରୁଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି।
ବାତ୍ୟା ପ୍ରଭାବରେ ବର୍ଷା ଯୋଗୁ ଜଳାର୍ଣ୍ଣବ ତଳିଆ ଅଞ୍ଚଳ। ଅକାତ ପାଣି। ନଈ ନାଳରେ ସରୀସୃପଙ୍କ ଭୟ। ଧାନ ବିଲରେ ମିଳୁନି ରାସ୍ତା। ପାଦେ ପାଦେ ରହିଛି ବିପଦ। ପାଣି କାଦୁଅରେ ପାଦ ସଳଖି ଛିଡ଼ା ହେବା କଷ୍ଟ। ହେଲେ ଏପରି ସ୍ଥିତିରେ ବି ଓଜନିଆ ବିଦ୍ୟୁତ ଖୁଣ୍ଟି ବୁହା ହେଉଛି। ତାର, ଶଙ୍ଖ ଭଳି ଭାରି ସାମଗ୍ରୀ କର୍ମଚାରୀ କାନ୍ଧେଇ ନେଉଛନ୍ତି ।
ମରମାତିରେ ମାତିଛନ୍ତି। ବିଲ, ଖାଲ, ବଣ ଜଙ୍ଗଲ, ନୟନଯୋରୀ ସବୁକୁ ଡେଉଁଛନ୍ତି । ବାତ୍ୟା ପରେ କିଭଳି ଲୋକେ ବିଦ୍ୟୁତ ସେବା ପାଇପାରିବେ, ଏ ସବୁ ପ୍ରତିକୂଳ ସ୍ଥିତିକୁ ସାମ୍ନା କରି ଟିପିଏନଓଡଏଲର କର୍ମଚାରୀମାନେ ବିଦ୍ୟୁତ ଭିତ୍ତିଭୂମି ପୁନରୁଦ୍ଧାର କାର୍ଯ୍ୟରେ କାର୍ଯ୍ୟରତ। ବାତ୍ୟାରେ ଭଦ୍ରକ ଜିଲ୍ଲା ଭଦ୍ରକ ସାଉଥ୍ ଓ ନର୍ଥ ଇଲେକ୍ଟ୍ରିକାଲ୍ ଡିଭିଜନ ଏବଂ ବାଲେଶ୍ବର ଜିଲ୍ଲାର ସୋର ଇଲେକ୍ଟ୍ରିକାଲ୍ ଡିଭିଜନରେ ଅଧିକ ମାତ୍ରାରେ କ୍ଷୟକ୍ଷତି ଘଟିଛି।
ଭଦ୍ରକ ଜିଲ୍ଲାର ଧାମରା, ବାସୁଦେବପୁର, ଚାନ୍ଦବାଲି , ଇରମ, ର।ହଞ୍ଜ, ତିହିଡି ଅଞ୍ଚଳରେ ଅଧିରକ ମାତ୍ରାରେ ପ୍ରଭାବିତ ହୋଇଥିବା ବେଳେ ସୋର ଡିଭିଜନ ଅଧୀନରେ ଔପଦା, ସୋର, ସିମୁଳିଆ, ବାହାନଗା, ଖଇରା ଆଦି ଅଞ୍ଚଳରେ ଅଧିକ ବାତ୍ୟା ପ୍ରଭାବିତ ହୋଇଛି । ବିଦ୍ୟୁତ୍ ଫିଡର, ବିଦ୍ୟୁତ ତାର ଉପରେ ବଡ଼ ବଡ଼ ଗଛ ପଡ଼ିବା ଏବଂ ପବନରେ ଖୁଣ୍ଟ ଭାଙ୍ଗିବା ଆଦି ଫଳରେ ବିଦ୍ୟୁତ ସେବା ବ୍ୟାଘାତ ଘଟିଛି।
ବିଦ୍ୟୁତ ସେବା ସ୍ବାଭାବିକ କରିବା ପାଇଁ ଟିପିଏନ୍‌ଡିଏଲ୍ ପକ୍ଷରୁ ଯୁଦ୍ଧକାଳୀନ ଭିତିରେ ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଛି। ପ୍ରଭାବିତ ଅଞ୍ଚଳରେ ବିଦ୍ୟୁତ ସେବା ପ୍ରଭାବିକ କରିବା ପାଇଁ ଟିପିଏନ୍ଓଡିଏଲର ପର୍ଯ୍ୟାପ୍ତ ସଂଖ୍ୟକ କର୍ମଚାରୀ କାର୍ଯ୍ୟରତ ଅଛନ୍ତି । ଅଧିକାଂଶ ସ୍ଥାନରେ ବର୍ଷା ପରେ ପାଣି ଜମା ହୋଇଥିବାରୁ ପୁନରୁଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି।
ସୂଚନା ମୁତାବକ ଟିପିଏନଓଡଏଲ ଅଧୀନରେ ୭୨ଟି ୩୩ କେଭି ଫିଡର, ୬୬୨ଟି ୧୧ କେଭି ଫିଡର, ୬୬ହଜାରରୁ ଅଧିକ ଡ଼ିଟିଆର ଏବଂ ୧୪.୫୫ ଲକ୍ଷ ଉପଭୋକ୍ତା ବାତ୍ୟା ଯୋଗୁ ପ୍ରଭାବିତ ହୋଇଥିଲେ।
ଏଯାବତ୍ ସମସ୍ତ ୩୩ କେଭି ଓ ୧୧ କେଭି ଏବଂ ୬୪ହଜାର ଡ଼ିଟିଆର ମରାମତି ହୋଇ ସାରିଛି। ୯୮ପ୍ରତିଶତରୁ ଅଧିକ ଅଞ୍ଚଳକୁ ବିଦ୍ୟୁତ୍ ସଂଯୋଗ ହୋଇଥିବାବେଳେ ଅବଶିଷ୍ଟ ଅଞ୍ଚଳରେ ସ୍ଥିତି ସ୍ବାଭାବିକ କରିବାକୁ କର୍ମଚାରୀମାନେ ତତ୍ପର ମଧ୍ୟ ଅଛନ୍ତି।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031