Indus Valley Times

ବୌଦ୍ଧରେ ଲୋକ ସଙ୍ଗିତ ଓ ନୃତ୍ୟ ଉତ୍ସବ ଦେଶଜ ଉଦଯାପିତ

 Breaking News

ବୌଦ୍ଧରେ ଲୋକ ସଙ୍ଗିତ ଓ ନୃତ୍ୟ ଉତ୍ସବ ଦେଶଜ ଉଦଯାପିତ

July 10
19:46 2023

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୦/୭ : ବୌଦ୍ଧ ଟାଉନହଲଠାରେ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଆନକୁଲ୍ୟରେ ଓଡ଼ିଶା ସଙ୍ଗିତ ନାଟକ ଏକାଡେମୀ , ବୌଦ୍ଧ ଜିଲାପ୍ରଶାସନ ଓ ସଂସ୍କୃତି ପରିଷଦର ମିଳିତ ସହଯୋଗରେ ଲୋକ ସଙ୍ଗିତ ଓ ନୃତ୍ୟ ଉତ୍ସବ ଦେଶଜ ଦୁଇଦିନ ଧରି ଆୟୋଜିତ ହେବାପରେ ମହାସମାରୋହରେ ଉଦଯାପିତ ହୋଇଯାଇଛି ।
ସଙ୍ଗିତ ନାଟକ ଏଳାଡେମୀର ସଚିବ ପ୍ରବୋଧ କୁମାର ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟଅତିଥି ଭାବରେ କଣ୍ଟାମାଳ ବିଧାୟକ ମହୀଧର ରଣା ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ କରିବା ସହିତ ବୌଦ୍ଧଜିଲାରେ ରାଜ୍ୟ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଏହିଭଳି କାର୍ଯ୍ୟକ୍ରମ ଆୟୋଜନ କରିଯାଇଥିôବାରୁ ପ୍ରଶଂସା କରିଥିଲେ ।
ଅନ୍ୟତମ ଅତିଥି ଭାବରେ ଅତିରିକ୍ତ ଜିଲାପାଳ ଦାରିଦ୍ର‌୍ୟଭଞ୍ଜନ ମଦନ ମୋହନ ପାତ୍ର, ଏନଏସି ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର, ଜିଲାପରିଷଦ ଉପାଧ୍ୟକ୍ଷ ଶଙ୍କର୍ଷଣ ପ୍ରଧାନ, ବୌଦ୍ଧ ବ୍ଲକ ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ କୁମାର ରଥ, ଉପଜିଲାପାଳ ରବିନ୍ଦ୍ର ନାଥ କହଁର,ବୌଦ୍ଧ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅବିନାଶ ପାଣ୍ଡିଆ, ୭ ନମ୍ବର ଜିଲାପରିଷଦ ସଦସ୍ୟ ବିଶ୍ୱଜିତ ମିଶ୍ର,ଜିଲା ସଂସ୍କୃତି ଅଧିକାରୀ ପ୍ରିତିବାଳା ରଣା ପ୍ରମୁଖ ଯୋଗଦେଇ ବିଭିନ୍ନ ଜିଲାରୁ ଆସିଥିବା କଳାକାରମାନଙ୍କୁ ଉତ୍ସାହିତ କରିଥିଲେ ।
ଉଦଯାପନୀ ସନ୍ଧ୍ୟାରେ ପୁରୀ ଜିଲାର ସାହିଯାତ ନୃତ୍ୟ ରଙ୍ଗଶାଳା ପକ୍ଷରୁ ଗୁରୁ ବିକ୍ରମ କୁମାର ସାହୁଙ୍କ ନିର୍ଦ୍ଦେଶନାରେ ଦଳଗତ ନୃତ୍ୟ, ଗଂଜାମ ଜିଲା ଭଞ୍ଜନଗର ଗୁରୁ ଶାନ୍ତନୁ କୁମାର ଦାଶଙ୍କ ନିର୍ଦ୍ଦେଶନାରେ ବିଶ୍ୱ ଜନନୀ କଳା ପରିଷଦ ଦ୍ୱାରା ପଶୁନୃତ୍ୟ ଓ ବୌଦ୍ଧଜିଲା ପଞ୍ଚରା ର ଗୁରୁ କରୁଣାକର ଘଟୁଆଳଙ୍କ ନିର୍ଦ୍ଦେଶନାରେ ମା ମାହେଶ୍ୱରୀ କରମସାନୀ ଦଳ ଦ୍ୱାରା କରମା ନୃତ୍ୟ ପରିବେଷଣ କରାଯାଇଥିଲା ।
ଏହାବ୍ୟତୀତ ଶତୃଘ୍ନ ଲୁହା ସୁବର୍ଣ୍ଣପୁର,ରମେଶ ସୁନା ରାଉରକେଲା,ରେସ୍ମା ରାଣୀ ଦାସ ବଲାଙ୍ଗୀର ଓ ପ୍ରତିତି ମିଶ୍ର ସୁବର୍ଣ୍ଣପୁରଙ୍କ ଦ୍ୱାରା ଲୋକକଳା ସଙ୍ଗିତ ପରିବେଷଣ କରାଯାଇଥିଲା । ଅଞ୍ଜନ କୁମାର ପ୍ରଧାନ ସଂଯୋଜନା କରିଥିଲେ ।
ଜିଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବସନ୍ତ କୁମାର ସାହୁ,ଗୋପାଳ କୃଷ୍ଣ ବେହେରା,ସ୍ୱାଧୀନ ପରିଡା,ଦିବ୍ୟଶଙ୍କର ରାଉତ,ପ୍ରଶାନ୍ତ କୁମାର ଭାଇନା,ସୁରେନ୍ଦ୍ର କର୍ଣ୍ଣ,ପ୍ରତ୍ୟୁଷ ଦାନୀ,ସନ୍ତୋଷ କର୍ଣ୍ଣ,କୃତିବାସ ପଲିଆ,ସୁନୀତା ଦାଶ,ଚନ୍ଦ୍ରକାନ୍ତ ନାୟକ,ଅକ୍ଷୟ ମହାକୁଡ,ଜିତେନ୍ଦ୍ର ମହାନ୍ତି ଓ ବାଂଛାନିଧି ମହାକୁଡ ପ୍ରମୁଖ ସମସ୍ତ କାର‌୍ୟ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031