Indus Valley Times

ବିକଶିତ ଓଡ଼ିଶା ଗଠନରେ ନାଗରିକ ସମାଜରେ ଭୂମିକା ଗୁରୁତ୍ୱପୂର୍ଣ୍ଣ

 Breaking News

ବିକଶିତ ଓଡ଼ିଶା ଗଠନରେ ନାଗରିକ ସମାଜରେ ଭୂମିକା ଗୁରୁତ୍ୱପୂର୍ଣ୍ଣ

December 19
23:46 2024

Citizens have a great to play to make Odisha a developed state:Experts

ଓଡିଶା ନାଗରିକ ସମାଜରେ ଷୋଡଶ ସ୍ଵନକ୍ଷତ୍ର  ଦିବସ ପାଳିତ

By Manoj Jena

ଭୁବନେଶ୍ୱର ୧୯/୧୨: ଏପ୍ରିଲ ୨୦୩୬ ମସିହାରେ ଓଡିଶାକୁ ଶହେ ବର୍ଷ ପୁରିବ। ଶତାୟୁ ଓଡ଼ିଶାର ରୂପରେଖା କଣ ହେବ ଏହି ଉପଲକ୍ଷେ ଆଜି ଓଡିଶା ନାଗରିକ ସମାଜର ଷୋଡଶ ପ୍ରତିଷ୍ଠା ଦିବସ ପାଳନ ପରିପ୍ରେକ୍ଷୀରେ ଭୁବନେଶ୍ୱର ହୋଟେଲ କେଶରୀ ସଭାଗୃହରେ ଏକ ଆଲୋଚନାଚକ୍ର ବିଶିଷ୍ଟ ସମାଜ ଚିନ୍ତକ ସ୍ତମ୍ଭକାର ଡ଼ଃ ଭଗବାନ ପ୍ରକାଶ ପୌରହିତ୍ୟ ମାନବାଧିକାର ପ୍ରବକ୍ତା ମନୋଜ ଜେନାଙ୍କ ସଞ୍ଚାଳନରେ ଅନୁଷ୍ଠିତ ହୋଇଯାଇଛି।

ଆଲୋଚନାର ମୁଖ୍ୟ ବିଷୟ ଥିଲାଶହେ ବର୍ଷର ଓଡିଶା : ଓଡିଶା ପାଇଁ ଓଡିଶା ନାଗରିକ ସମାଜ : ସ୍ବପ୍ନ ସମ୍ଭାବନା। ଓଡିଶା କୁ ଏକ ବିକଶିତ  ରାଜ୍ୟ ରେ ଗଢିବାକୁ ହେଲେ ସରକାର ନାଗରିକ ସମାଜ ଗୋଟିଏ ମଞ୍ଚରେ ଏକଠି ହୋଇ ବିଚାର   ଆଲୋଚନା କଲେ ଏହି ଲକ୍ଷ୍ୟ ପୂରଣ ହୋଇପାରିବ। ନାଗରିକ ସମାଜକୁ ବିକାଶର ଚତୁର୍ଥ ସ୍ଥମ୍ଭ  ବୋଲି କୁହାଯାଏ ଏଥିପାଇଁ ସବୁମତଭେଦ କୁ ଭୁଲି ହାତ ଧରାଧରି  ହୋଇ ଆଗେଇ ବାକୁ ପଡିବ ବୋଲି ଡ଼ ଭଗବାନ ପ୍ରକାଶ କହିଥିଲେ !

କୃଷି ଉଦ୍ୟୋଗ ବିକାଶ ସହ କୁଟୀର ଶିଳ୍ପ ଉନ୍ନତି ହେଲେ ନିଯୁକ୍ତି ବ୍ୟାପକ ହୋଇପାରିବ ବୋଲି କୃଷି ବିଶେଷଜ୍ଞ ନଟବର ଖୁଣ୍ଟିଆ ମତବ୍ୟକ୍ତ କରିଥିଲେ ! ବିକାଶର ସଂଜ୍ଞା ଦିନକୁ ଦିନ ବଦଳୁଛି ତେଣୁ ଆମେ ନୂଆ ପିଢ଼ି ସମୟର ଚାହିଦାକୁ ନେଇ ସ୍ବପ୍ନ ଦେଖିବାକୁ ପଡିବ ବୋଲି ପୂର୍ବତନ ମନ୍ତୀ ପ୍ରଫୁଲ୍ଲ ସାମଲ କହିଥିଲେ ! ନଦୀ ଜଳର ସୁବିନିଯୋଗ ନଦୀର ସୁରକ୍ଷା ହୋଇପାରିଲେ ଓଡ଼ିଶାର ସ୍ଥାୟୀ ବିକାଶ ହୋଇପାରିବ ବୋଲି ନଦୀ ସୁରକ୍ଷା ଅଭିଯାନ ଆବାହକ ସୁଦର୍ଶନ ଦାସ ଜୋର ଦେଇଥିଲେ !

ଓଡ଼ିଶାରେ ଶିକ୍ଷା  କ୍ଷତ୍ରରେ ଆହୁରି ଅଧିକ ଧ୍ୟାନ ଦେବାକୁ ବୋଲି ଶିକ୍ଷାବିତ କୁଳମଣି ଶୁକ୍ଳ ଓ଼ କମଳାକାନ୍ତ ପତି ନାଗରିକ ସମାଜ କୁ ଅନୁରୋଧ କରିଥିଲେଅଧାରୁ ବିଦ୍ୟାଳୟ ଛାଡୁଥିବା ପିଲାଙ୍କ ସଂଖ୍ୟା କମାଇବା , ବଢୁଥିବା ମହିଳା ହିଂସା ମାନବାଧିକାର ଉଲଂଘନ ଘଟଣାକୁ ହ୍ରାସ କରିବା , ପ୍ରାଥମିକ ସ୍ୱାସ୍ଥ୍ୟ ସେବାରେ ଉନ୍ନତି ଆଣିବା , କୁଟୀର ଲଘୁ ଉଦ୍ୟୋଗ ମାଧ୍ୟମରେ ନିଯୁକ୍ତି ସୃଷ୍ଟି କରିବା , କୃଷିରେ ସ୍ୱାବଲମ୍ବୀ , ପରିବେଶ ସୁରକ୍ଷା , ଗମନା ଗମନ ଭିତିଭୂମି ଆଦି ବିଷୟ ଗୁଡିକୁ ନେଇ ଅନୁଭବି ବକ୍ତା ପୂର୍ବତନ ମହିଳା କମିଶନ ଅଧକ୍ଷା ଲୋପାମୁଦ୍ରା ମହାନ୍ତି , ଓଡିଶା ଅଭିଭାବକ ମହାସଂଘ ଅଧ୍ୟକ୍ଷ ବାସୁଦେବ ଭଟ୍ଟ , ବରିଷ୍ଠ ସାମ୍ବାଦିକ ରମେଶ ମହାନ୍ତି , ଦୂରଦର୍ଶୀ ସମ୍ପାଦକ ଦୁର୍ଗା ସାମନ୍ତରାୟ , ଜାତୀୟ ଯୁବ ପ୍ରକଳ୍ପ ସଂଯୋଜକ ମଧୁସୂଦନ ଦାସ , ପ୍ରଫେସର ରଘୁନାଥ ମଣ୍ଡଳ , ପ୍ରାକୃତିକ ଚିକିତ୍ସା ବିଶେଷଜ୍ଞ ବିନୋଦିନୀ ଦେବୀ , ଅର୍ଥନୀତି ବିଶେଷଜ୍ଞ ସୁବାସ ଚନ୍ଦ୍ର ଦାସ , ସାମାଜିକ କର୍ମୀ ଡ଼ ପ୍ରକାଶ ଚନ୍ଦ୍ର ଜେନା , ତୁଳସିରାମ ଜଗତ, ଦୁଷ୍ମନ୍ତ ବାରିକ , ଶ୍ରୀ ସୋମ , ବିକ୍ରମ ମହାପାତ୍ର , ପ୍ରଦ୍ୟୁମ୍ନ ମହାନ୍ତି , ନିରୁପମା ରଥ , ଅଶୋକ ପାଇକରାୟ , ଝରଣା ପଣ୍ଡା , କଳ୍ପତରୁ ଖୁଣ୍ଟିଆ , ରଞ୍ଜନ ପରିଡା ଅଧିବକ୍ତା ଡ଼ ହାସନ ଖାନ , ଅରୁଣ ସାହୁ ପ୍ରମୁଖ ନିଜ ନିଜର ବିଚାର ରଖିଥିଲେ !

ପ୍ରାରମ୍ଭରେ ଓଡିଶା ନାଗରିକ ସମାଜ ଇଂ ଲଳିତମୋହନ ପଟ୍ଟନାୟକ ଆଲୋଚନା ଚକ୍ରର ଲକ୍ଷ୍ୟ ଉଦେଶ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ ଏବଂ ଜିଆଉଦ୍ଧିନ ଅହମ୍ମଦ ସ୍ୱାଗତ ଭାଷଣ ରଖିଥିବା ବେଳେ ଅନ୍ୟତମ ବରିଷ୍ଠ ସଦସ୍ୟା ଜ୍ୟୋତ୍ସ| ଦାସ ଧନ୍ୟବାଦ ଅର୍ପଣ କରିଥିଲେ ! ଇତ୍ୟବସରରେ ଓଡିଶା ନାଗରିକ ସମାଜର ୱେବ ସାଇଟ ଉନ୍ମୋଚନ ହୋଇଥିଲା | ଏହି କାର୍ଯ୍ୟକ୍ରମକୁ ସତ୍ୟବ୍ରତ ଜେନା , ଲିଙ୍ଗରାଜ  ଦାସ , ଅଜୟ ବେହେରା , ପୂଜା କୁମାରୀ ଦାସ , ତ୍ରିଲୋଚନ ମହାନ୍ତ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ !

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031