Indus Valley Times

ବୌଦ୍ଧ ଜିଲ୍ଲାର ସ୍ୱତନ୍ତ୍ର ସଘନ ସଂଶୋଧନ-୨୦୨୬ର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶିତ

 Breaking News

ବୌଦ୍ଧ ଜିଲ୍ଲାର ସ୍ୱତନ୍ତ୍ର ସଘନ ସଂଶୋଧନ-୨୦୨୬ର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶିତ

ବୌଦ୍ଧ ଜିଲ୍ଲାର ସ୍ୱତନ୍ତ୍ର ସଘନ ସଂଶୋଧନ-୨୦୨୬ର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶିତ
September 22
10:57 2026

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୨୨/୯ : ବୌଦ୍ଧ ଜିଲ୍ଲାରେ ସ୍ୱତନ୍ତ୍ର ସଘନ ସଂଶୋଧନ-୨୦୨୬ ଅଭିଯାନର ଚୂଡ଼ାନ୍ତ ଭୋଟର ତାଲିକା ଆଜି ଆନୁଷ୍ଠାନିକ ଭାବେ ପ୍ରକାଶ ପାଇଛି। ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ବିଭୂତି ଭୂଷଣ ନାୟକ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ଏବଂ ଗଣମାଧ୍ୟମ ପ୍ରତିନିଧିମାନଙ୍କ ଉପସ୍ଥିତିରେ ଏହି ଚୂଡ଼ାନ୍ତ ତାଲିକାକୁ ଉନ୍ମୋଚନ କରିଛନ୍ତି।
ବୈଠକର ପ୍ରାରମ୍ଭରେ ଅତିରିକ୍ତ ଜିଲ୍ଲାପାଳ ତଥା (ଇଆରଓ) ଅନିରୁଦ୍ଧ ପ୍ରଧାନ ସମସ୍ତ ରାଜନୈତିକ ଦଳ ଓ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସ୍ୱାଗତ କରିଥିଲେ। ଏହାପରେ ଜିଲ୍ଲାପାଳ ଶ୍ରୀ ନାୟକ ସମସ୍ତଙ୍କ ଅବଗତି ନିମନ୍ତେ ଭୋଟର ତାଲିକା ସଂଶୋଧନର ସମସ୍ତ ଦିଗ ଉପସ୍ଥାପନ କରିଥିଲେ।
ସଂଶୋଧନ ପ୍ରକ୍ରିୟା ସମୟରେ ବୁଥ୍ ସ୍ତରୀୟ ଅଧିକାରୀ (BLO) ମାନେ ଘରକୁ ଘର ବୁଲି ଭୋଟରଙ୍କ ତଥ୍ୟ ଯାଞ୍ଚ ଓ ସତ୍ୟାପନ କରିଥିଲେ ଏବଂ ପଞ୍ଚାୟତ ସ୍ତରରେ ଶୁଣାଣି ମଧ୍ୟ ଆୟୋଜନ କରାଯାଇଥିଲା। ତଦନ୍ତ ପରେ ମୃତ୍ୟୁ, ସ୍ଥାନାନ୍ତରଣ, ଅନୁପସ୍ଥିତି ତଥା ଦ୍ୱୈତ ନାମ ଥିବା କାରଣରୁ ନିର୍ଦ୍ଧାରିତ ନିୟମ ଅନୁସାରେ ମୋଟ ୫୮୮ ଜଣଙ୍କ ନାମ ତାଲିକାରୁ ବାଦ୍ ଦିଆଯାଇଛି।
ଫର୍ମ ନମ୍ବର-୬ ଜରିଆରେ ନୂତନ ଭୋଟରଙ୍କ ନାମ ଅନ୍ତର୍ଭୁକ୍ତ କରାଯାଇଥିଲା ଏବଂ ଖସଡ଼ା ଭୋଟର ତାଲିକା ଉପରେ ଆସିଥିବା ସମସ୍ତ ଦାବି ଓ ଆପତ୍ତିଗୁଡ଼ିକର ଯଥାବିଧି ସମାଧାନ କରାଯାଇଛି।
ନିର୍ବାଚନମଣ୍ଡଳୀ ଅନୁଯାୟୀ ଭୋଟର ସଂଖ୍ୟା:
୮୫-କଣ୍ଟାମାଳ ନିର୍ବାଚନମଣ୍ଡଳୀରେ ପୁରୁଷ ଭୋଟର ୮୪,୬୨୩ ଜଣ ,ମହିଳା ଭୋଟର ୮୦,୭୭୩ ଜଣ ଏବଂ ତୃତୀୟ ଲିଙ୍ଗ ଭୋଟର ୦୪ ଜଣଙ୍କ ସହିତ ମୋଟ ଭୋଟର ୧,୬୫,୪୦୦ ଜଣ ରହିଛନ୍ତି ।
ସେହିପରି ୮୬-ବୌଦ୍ଧ ନିର୍ବାଚନମଣ୍ଡଳୀରେ ପୁରୁଷ ଭୋଟର ୮୨,୬୬୪ ଜଣ ,ମହିଳା ଭୋଟର ୭୭,୮୧୫ ଜଣ ଏବଂ ତୃତୀୟ ଲିଙ୍ଗ ଭୋଟର ୦୭ ଜଣ ଙ୍କ ସହିତ ମୋଟ ଭୋଟର ୧,୬୦,୪୮୬ ଜଣ ରହିଛନ୍ତି ।
ସମଗ୍ର ଜିଲ୍ଲାରେ ନିର୍ବାଚନମଣ୍ଡଳୀରେ ପୁରୁଷ ଭୋଟର ୧୬୭୨୮୭ ଜଣ ,ମହିଳା ଭୋଟର ୧୫୮୫୮୮ ଜଣ ଏବଂ ତୃତୀୟ ଲିଙ୍ଗ ଭୋଟର ୧୧ ଜଣଙ୍କ ସହିତ ମୋଟ ଭୋଟର ୩୨୫୮୮୬ ଜଣ ରହିଛନ୍ତି ।
ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ ପ୍ରକାଶ କରିଥିଲେ ଯେ, ଜିଲ୍ଲାର ଯୁବ, ପ୍ରଥମ ଥର ଭୋଟର ଏବଂ ମହିଳା ଭୋଟରମାନଙ୍କ ନାମ ପଞ୍ଜୀକରଣ ଉପରେ ସ୍ୱତନ୍ତ୍ର ଗୁରୁତ୍ୱ ଦିଆଯାଇଛି।
SVEEP କାର୍ଯ୍ୟକ୍ରମ ଅଧୀନରେ ବିଭିନ୍ନ ଶିକ୍ଷାନୁଷ୍ଠାନରେ ସଚେତନତା ଶିବିର କରାଯିବା ସହ ଗ୍ରାମ ପଞ୍ଚାୟତ ସ୍ତରରେ ଶୁଣାଣି ମାଧ୍ୟମରେ ପ୍ରକ୍ରିୟାକୁ ଅଧିକ ସୁବିଧାଜନକ କରାଯାଇଥିଲା।
ବର୍ତ୍ତମାନ ସୁଦ୍ଧା ଯଦି କୌଣସି ଯୋଗ୍ୟ ନାଗରିକଙ୍କ ନାମ ତାଲିକାରୁ ବାଦ୍ ପଡ଼ିଥାଏ, ତେବେ ସେମାନେ ପୁନର୍ବାର ଆବେଦନ କରିବାକୁ ଜିଲ୍ଲାପାଳ ଆହ୍ୱାନ ଦେଇଛନ୍ତି।
ଏକ ସମ୍ପୂର୍ଣ୍ଣ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତିରେ ସହଯୋଗ କରିଥିବାରୁ ସମସ୍ତ ରାଜନୈତିକ ଦଳ, ଭୋଟର ଏବଂ ଜିଲ୍ଲାବାସୀଙ୍କୁ ସେ ଧନ୍ୟବାଦ ଅର୍ପଣ କରିଥିଲେ।
ଏହି ବୈଠକରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସେନା, ଉପଜିଲ୍ଲାପାଳ ତଥା ଇଆରଓ (ବୌଦ୍ଧ) ବିନୟ କୁମାର ଭୋଇ ଏବଂ ଡେପୁଟି କଲେକ୍ଟର (ନିର୍ବାଚନ) ମନସୀତ ସ୍ୱରୂପ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ଉପସ୍ଥିତ ଥିଲେ।
ବୈଠକ ପରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ବିଭୂତି ଭୂଷଣ ନାୟକ ଓ ଉପସ୍ଥିତ ଗଣ ମାଧ୍ୟମର ପ୍ରତିନିଧି ମାନଙ୍କୁ ନେଇ ଏକ ସାମ୍ବାଦିକ ସମ୍ମିଳନି ଆୟୋଜିତ ହୋଇଥିଲା ।
ରାଜନୈତିକ ଦଳ ପକ୍ଷରୁ ଭାରତୀୟ ଜନତା ପାର୍ଟିର ସଭାପତି ପ୍ରେମାନନ୍ଦ ମିଶ୍ର, ଉପସଭାପତି ଶ୍ୟାମ ସୁନ୍ଦର ପୁରୋହିତ, ବିପ୍ର ଚରଣ ମହାନ୍ତି, ଧୀରେନ କୁମାର ପ୍ରଧାନ; ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ ସମରେଶ ମିଶ୍ର; ଏବଂ ବିଜୁ ଜନତା ଦଳ ପକ୍ଷରୁ ସୀତାଂଶୁ ଶେଖର ମହାକୁଳ, ସନ୍ତୋଷ କୁମାର ନାୟକ, ଅନିକେତ ଦାନୀ, ଘନଶ୍ୟାମ ଦନ୍ତା ଓ ଦାମୋଦର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031