Indus Valley Times

ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭି‌ଯୋଗ, ଭିଜିଲାନ୍ସ ଜାଲରେ ବାରଙ୍ଗ ଅତିରିକ୍ତ ତହସିଲଦାର ଜିତେନ୍ଦ୍ର କୁମାର ପଣ୍ଡା

 Breaking News

ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭି‌ଯୋଗ, ଭିଜିଲାନ୍ସ ଜାଲରେ ବାରଙ୍ଗ ଅତିରିକ୍ତ ତହସିଲଦାର ଜିତେନ୍ଦ୍ର କୁମାର ପଣ୍ଡା

December 30
18:24 2025

କଟକ, ୩୦/୧୨: ବାରଙ୍ଗ ଅତିରିକ୍ତ ତହସିଲଦାର ଜିତେନ୍ଦ୍ର ପଣ୍ଡାଙ୍କ ଘରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢାଉ କରିଛି।
ମଙ୍ଗଳବାର ସକାଳୁ ଏକକାଳୀନ ୪ଟି ସ୍ଥାନରେ ରେଡ୍ ମାରିଛି ଭିଜିଲାନ୍ସ ଟିମ୍। ଚଢାଉରେ ଜିତେନ୍ଦ୍ର ପଣ୍ଡାଙ୍କ ଘରୁ ୭୫ ଲକ୍ଷ ଜବତ କରାଯାଇଛି। ଭୁବନେଶ୍ବର ବଡ଼ଗଡ଼ ବ୍ରିଟ କଲୋନୀ ସ୍ଥିତ ଶାଶୁଙ୍କ ଘରୁ ଏହି ୭୫ ଲକ୍ଷ ଜବତ ହୋଇଛି। ଏଥିସହ ୩ଟି ସୁଉଚ୍ଚ କୋଠା, ଗୋଟିଏ ଫ୍ଲାଟ ଓ ୪ଟି ଦାମୀ ପ୍ଲଟ ପାଇଛି ଭିଜିଲାନ୍ସ।
ଭୁବନେଶ୍ୱର ବଡ଼ଗଡ଼ର ଗୋପାଳୁଣୀ ନଗରରେ ୩ ମହଲା କୋଠା ରହିଛି। ବଡ଼ଗଡ଼ ବ୍ରିଟ କଲୋନୀରେ ୩ ମହଲା କୋଠା ଓ ଉତ୍ତରାରେ ୨ BHKଫ୍ଲାଟ ସହ ଖୋର୍ଦ୍ଧାର ସାନପଲ୍ଲାଠାରେ ୨ ମହଲା କୋଠା ମଧ୍ୟ ରହିଛି। ଭୁବନେଶ୍ୱରରେ ୩ଟି ଓ ଖୋର୍ଦ୍ଧାରେ ଗୋଟିଏ ଦାମୀ ପ୍ଲଟ ଠାବ କରାଯାଇଛି। ୧୦୦ ଗ୍ରାମ ସୁନା, ଗୋଟିଏ ଦାମୀ କାର୍ ସମେତ ୪ଟି ବାଇକ,ଏକାଧିକ ବ୍ୟାଙ୍କ ଖାତା ଓ ପୋଷ୍ଟାଲ ଜମାର ତଦନ୍ତ ଜାରି ରହିଛି। ୧୯୯୫ରେ ଲ୍ୟାବ ଆସିଷ୍ଟାଣ୍ଟ ଭାବେ ମାସିକ ୨ ହଜାରରେ ଚାକିରି ଆରମ୍ଭ କରିଥିଲେ। ତେବେ ଚଢ଼ାଉ ଜାରି ରହିଥିବାରୁ ତଦନ୍ତ ଆଗକୁ ବଢ଼ିବା ସହିତ ଅଧିକ ଖୁଲାସା ହେବ ବୋଲି ଭିଜିଲାନ୍ସ ଅଧିକାରୀମାନେ ଆଶା କରୁଛନ୍ତି।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31