Indus Valley Times

ବୌଦ୍ଧ :ପୂର୍ବତନ ସୈନିକ ସଂଘ ପକ୍ଷରୁ ରାଷ୍ଟ୍ରପତିଙ୍କୁ ଦାବିପତ୍ର ପ୍ରଦାନ

 Breaking News

ବୌଦ୍ଧ :ପୂର୍ବତନ ସୈନିକ ସଂଘ ପକ୍ଷରୁ ରାଷ୍ଟ୍ରପତିଙ୍କୁ ଦାବିପତ୍ର ପ୍ରଦାନ

ବୌଦ୍ଧ :ପୂର୍ବତନ ସୈନିକ ସଂଘ ପକ୍ଷରୁ ରାଷ୍ଟ୍ରପତିଙ୍କୁ ଦାବିପତ୍ର ପ୍ରଦାନ
April 04
10:09 2023

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୪/୪: ବୌଦ୍ଧଜିଲ୍ଲା ପୂର୍ବତନ ସୈନିକ ସଂଘ ପକ୍ଷରୁ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରକ୍ଷାମନ୍ତ୍ରୀଙ୍କ ପ୍ରଦାନ କରାଯାଇଛି । ଦାବିପତ୍ରଟିକୁ ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା ଗ୍ରହଣ କରିଥିଲେ ।
ଦାବିପତ୍ରରେ ପୂର୍ବତନ ସୈନିକମାନଙ୍କର ଓଆରଓପି-୨ରେ ବହୁତ ଗୁଡିଏ ବିସଙ୍ଗତ କାରଣରୁ ତାକୁ ସୁଧାରି ଶୀଘ୍ର ଭେଟରାନମାନଙ୍କୁ ପ୍ରଦାନ, ଓଆରଓପି ଦୀର୍ଘ ୫୦ ରୁ ୬୦ ବର୍ଷ ହେଲା କେନ୍ଦ୍ର ସରକାର ଠିକ ଭାବରେ ଲାଗୁକରିନାହାନ୍ତି ।
ଓଆରଓପି-୨ରେ କେବଳ ସେନା ଅଧିକାରୀଙ୍କ ଦରମା ଅତ୍ୟାଧିକ ବୃଦ୍ଧି ଓ ଡିସେବିଲିଟି ପେନସନ ରେ ମଧ୍ୟ ଅଧିକାରୀମାନଙ୍କୁ ବେଶି ପ୍ରଧାନ୍ୟ ଦେଇଥିବା ହେତୁ ଓଆରଓପିରେ ବିଶେଷ ସୁବିଧା କରି ଚଳିତ ଏପ୍ରିଲ ମାସ ଭିତରେ ପ୍ରଦାନ କରିବାକୁ ଦୀର୍ଘ ୨୧ ଦିନ ହେଲା ଦିଲ୍ଲିର ଜନ୍ତ୍ରରମନ୍ତ୍ର ଠାରେ ପୂର୍ବ ସୈନିକ ମାନେ ଧାରଣାରେ ବସିଛନ୍ତି ବୋଲି ଦାବିପତ୍ରରେ ଉଲ୍ଲେଖ କରିଛନ୍ତି । ବୌଦ୍ଧଜିଲ୍ଲା ପୂର୍ବ ସୈନିକ ସଂଘର ଉପଦେଷ୍ଠା ସୁବେଦାର ଲଳିତ ସାହୁଙ୍କ ନେତୃତ୍ୱରେ ରଂଜିତ ଅମାତ, ରାଜିବ ପଣ୍ଡା, ରମାକାନ୍ତ ଚାନ୍ଦ,ବିଷ୍ଣୁ ଚରଣ ମହାକୁଳ,ଫଣି ସତ୍ୟନନ୍ଦ ହୋତା, ସୂର୍ଯ୍ୟ ନାରାୟଣ ପଣ୍ଡା, ନାରାୟଣ ବାରିକ, ଗିରିଶ ପ୍ରଧାନ, ସମ୍ଭୁ ପ୍ରସାଦ ବେହେରା,କିଶୋର ଚନ୍ଦ୍ର ବିଶ୍ୱାଳ, ରାମଚନ୍ଦ୍ର ବେହେରା, ପଞ୍ଚାନନ ଆପଟ ପ୍ରମୁଖଏକ ପ୍ରତିନିଧି ମଣ୍ଡଳି ଦାବିପତ୍ର ପ୍ରଦାନ କରିଥିଲେ ।

ବୌଦ୍ଧ ଜିଲ୍ଲା ରାଜସ୍ୱ ଅଣଗେଜେଟେଡ କ୍ଷେତ୍ର ଅଧିକାରୀ ସଂଘର ବୈଠକ

ବୌଦ୍ଧ,୪/୪: ବୌଦ୍ଧ ଜିଲ୍ଲା ରାଜସ୍ୱ ଅଣଗେଜେଟେଡ କ୍ଷେତ୍ର ଅଧିକାରୀ ସଂଘର ଏକ ବୈଠକ ରବିବାର ଦିନ କର୍ମଚାରୀ ଭବନ ଠାରେ ଅନୁଷ୍ଠିତ ହୋଇଛି । ସଂଘର ଜିଲ୍ଲା ସଭାପତି ଦିଲ୍ଲିପ କୁମାର ପଟ୍ଟନାୟକଙ୍କ ଅଧକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲାପାଳ ସତ୍ୟରଂଜନ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା , ତହସିଲଦାର ଦେବୀ ପ୍ରସାଦ ଦାଶ ଯୋଗ ଦେଇଥିଲେ ।
ଏହି ଅବସରରେ ରାଜସ୍ୱ ନୀରିକ୍ଷକ ଓ ସହ ରାଜସ୍ୱ ନିରୀକ୍ଷକ ଭୀମସେନ ରଣା, ଉମାଶଙ୍କର ସାହୁ, ଅଶୋକ କୁମାର ପରମଗୁରୁ ମହାପାତ୍ର , ଶିବ ମହାକୁଡ, ମହେଶ ପୁରୋହିତ , ସୁରେନ୍ଦ୍ର ସାହୁ , ଲିଙ୍ଗରାଜ ନାଥ, ସର୍ବେଶ୍ୱର ମୁଦୁଲିଙ୍କୁ ଅବସରକାଳିନ ବିଦାୟୀ ସମ୍ବର୍ଦ୍ଧନା ଦିଆଯାଇଥିଲା । ସଂଘର ୫ ଗୋଟି ଦାବୀ ହେଲା ଯଥା ଡିପିସି ,ଖାଲି ପଡିଥିବା ପଦବୀ ତୁରନ୍ତ ପୁରଣ, ୧୮ ଗୋଟି ରାଜସ୍ୱମଣ୍ଡଳର ବାସଗୃହ , ଅଫିସ ଗୃହ ନିର୍ମାଣ, ଖରିଫ ଓ ରବି ଧାନ ବିକ୍ରୟ ପଂଜିକରଣ ଓ ଜମି ବିକ୍ରୟ ସମୟର ଖଜଣା ପାଉତି ବାଧ୍ୟତାମୁଳକ କରାଗଲେ ରାଜସ୍ୱ ଆଦାୟରେ ସହାୟକ ହୋଇପାରିବ, ସରକାର ଅନଲାଇନ କାମକୁ ଗୁରୁତ୍ୱ ଦେଉଥିବାରୁ ସମସ୍ତ ରାଜସ୍ୱ ମଣ୍ଡଳରେ ଇନଭଟରର ବ୍ୟବସ୍ଥା ସହିତ ପ୍ରତିମାସର କାଗଜ ଯଥା କମ୍ପୁଟର ଓ ପ୍ରିଣ୍ଟରର ମରାମତି ପାଇଁ ଅର୍ଥ ଯୋଗାଇଦେବା, ପ୍ରଜାମାନଙ୍କ ସୁବିଧା ଏବଂ ପ୍ରଶାସନିକ ସୁବିଧା ନିମନ୍ତେ ପ୍ରତି ପଞ୍ଚାୟତରେ ରାଜସ୍ୱ ମଣ୍ଡଳ ଗଠନ ଆଦି ଦାବୀଗୁଡିକ ଜିଲ୍ଲାପାଳଙ୍କ ଦୃଷ୍ଟିଗୋଚର କରାଯାଇଥିଲା । ଏହି ଦାବୀ ପତ୍ରକୁ ଜିଲ୍ଲାପାଳଙ୍କୁ ସଂଘ ପକ୍ଷରୁ ପ୍ରଦାନ କରାଯାଇଥିଲା ।
ଜିଲ୍ଲାପାଳ ଉକ୍ତ ଦାବୀ ଗୁଡିକୁ ତର୍ଜମା କରି ପଦକ୍ଷେପ ନେବାକୁ ପ୍ରତିଶୃତି ଦେଇଥିଲେ । ବୈଠକରେ ଜିଲ୍ଲା ସଂପାଦକ ଅନୀଲ କୁମାର ପ୍ରଧାନ, କୋଷାଧ୍ୟକ୍ଷ ସୁଜିତ ସାହୁଙ୍କ ସମତେ ସମସ୍ତ କ୍ଷେତ୍ର ଅଧିକାରୀ ଯୋଗ ଦେଇଥିଲେ ।
ବୌଦ୍ଧଜିଲ୍ଲାର ଫେଲମାରିଛି ନିରାମୟ ଯୋଜନା,ଔଷଧ ପାଉନାହାନ୍ତି ରୋଗୀ
ବୌଦ୍ଧ,୩/୪:ସରକାର ନିରାମୟ ଯୋଜନାରେ ସରକାରୀ ଡାକ୍ତରଖାନା ମାଧ୍ୟମରେ ସମସ୍ତ ରୋଗୀଙ୍କୁ ମାଗଣାରେ ଔଷଧ ଯୋଗାଇ ଦେବାକୁ ବ୍ୟବସ୍ଥା କରିଛନ୍ତି । ହେଲେ ଏହି ଯୋଜନା ବୈାଦ୍ଧ ଜିଲ୍ଲାରେ ଫେଲ ମାରିଥିବା ଅଭିଯୋଗ ହେଉଛି । ଜିଲ୍ଲାର ସମସ୍ତ ଚିକିତ୍ସାଳୟରେ ନିରାମୟ ଯୋଜନା ମାଧ୍ୟମରେ ରୋଗୀମାନଙ୍କୁ ମାଗଣାରେ ଔଷଧ ଯୋଗାଇ ଦେବାର ବ୍ୟବସ୍ଥା ଥିଲେ ମଧ୍ୟ ଆବଶ୍ୟକୀୟ ଔଷଧ ନଥିବା ଯୋଗୁଁ ରୋଗୀମାନେ ଔଷଧ ପାଇବାରୁ ବଞ୍ଚିତ ହେଉଥିବାର ଅଭିଯୋଗ ହେଉଛି ।
ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବୌଦ୍ଧଜିଲ୍ଲା ଅବହେଳିତ ହୋଇଥିବା ବେଳେ ଜିଲ୍ଲାରେ ରୋଗୀମାନେ ସରକାରଙ୍କ ନିରାମୟ ଯୋଜନାରେ ମାଗଣାରେ ଔଷଧ ପାଇନପାରିବା ଅତ୍ୟନ୍ତ ଦୁଃଖ ଓ ବିଡମ୍ବନାର ବିଷୟ ହୋଇଛି । ଯାହାଫଳରେ ରୋଗୀମାନଙ୍କୁ ବିଭିନ୍ନ ସମୟରେ ବାହାର ଔଷଧ ଦୋକାନ ଉପରେ ନିର୍ଭର କରିବାକୁ ପଡୁଛି ।
ସୂଚନା ଯୋଗ୍ୟ ଯେ, ଗରୀବ ଓ ଅନଗ୍ରସର ପରିବାରର ଲୋକେ କୈାଣସି ରୋଗରେ ପଡିଲେ ସେମାନଙ୍କ ପାଖରେ ଔଷଧ କିଣିବା ପାଇଁ ସେତିକି ସମ୍ବଳ ନଥିବାରୁ ବାଧ୍ୟହୋଇ ଧାର କରଜ କରି ଔଷଧ କିଣି ଚିକିତ୍ସିତ ହେଉଥିଲେ । ଏପରିକି ଚିକିତ୍ସା ପାଇଁ ସେମାନଙ୍କ ଘରଡିହ କିମ୍ବା ଜମି ବିକ୍ରି କରିବାକୁ ପଡୁଥିଲା । ହେଲେ ନିରାମୟ ଯୋଜନା ଆରମ୍ଭ ହେବା ଦ୍ୱାରା ଗରୀବ ଓ ମଧ୍ୟବିତ ଶ୍ରେଣୀର ଲୋକମାନେ ଉପକୃତ ହେଉଛନ୍ତି ।
ଏହି ନିରାମୟ ଯୋଜନା ରୋଗୀଙ୍କ ମଧ୍ୟରେ ନୂତନ ଆଶା ସଞ୍ଚାର କରିଛି । ହେଲେ ବର୍ତ୍ତମାନ ଔଷଧ ରୋଗୀଙ୍କୁ ଠିକଭାବରେ ମିଳୁନାହିଁ ତାହା ଏବେ ସେମାନଙ୍କୁ ଚିନ୍ତାରେ ପକାଇ ଦେଇଛି । ମିଳିଥିବା ସୁଚନା ମୁତାବକ ବୌଦ୍ଧ ସହରର ନୂଆସାହିର କୃଷ୍ଣଚନ୍ଦ୍ର ବେହେରା (୫୨) ରବିବାର ଦିନ ସ୍ୱାସ୍ଥ୍ୟ ଖରାପ ଥିବାରୁ ଦେଖାଇବାକୁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟକୁ ଯାଇଥିଲେ । କିନ୍ତୁ ଡାକ୍ତରଙ୍କୁ ଦେଖା କରିବା ପରେ ଚିକତ୍ସା କରିଥିବା ଡାକ୍ତର ଯେଉଁ ଔଷଧ ଲେଖିଥିଲେ ତାହା ନିରାମୟ କେନ୍ଦ୍ରରେ ପାଇନଥିଲେ । ପୁଣି ଶ୍ରୀ ବେହେରା ଡାକ୍ତରଙ୍କୁ ଆସି ଦେଖା କରିବା ପରେ ଅନ୍ୟ ଔଷଧ ଲେଖିଥିଲେ । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ରୋଗୀଙ୍କ ପାଇଁ ସରକାର କରିଥିବା ନିରାମୟ ଯୋଜନା ଯେପରି ଠିକ ଭାବରେ କାର୍ଯ୍ୟକାରୀ ହୋଇ ପାରିବ ସେଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।
ବୌଦ୍ଧର ପଞ୍ଚମ ଆଇଆରବି ବାଟାଲିଆନ ରାଜ୍ୟରେ ପ୍ରଥମ ବାଟାଲିଆନ ଭାବେ ପୁରସ୍କୃତ
ବୌଦ୍ଧ,୪/୪: ବୌଦ୍ଧର ପଞ୍ଚମ ଆଇଆରବି ବାଟାଲିଅନ ରାଜ୍ୟର ସର୍ବଶ୍ରେଷ୍ଠ ବାଟାଲିଅନ ଭାବେ ପୁରସ୍କୃତ ହେବାପରେ ରବିବାର ଦିନ ବାଟାଲିଅନ ଠାରେ ସ୍ୱାଗତ ସମାରୋହ ଅନୁଷ୍ଠିତ ହୋଇଛି । ଗତ ଶନିବାର ଦିନ ୮୮ ତମ ରାଜ୍ୟ ପୁଲିସ ପ୍ରତିଷ୍ଠା ଦିବସ ଅବସରରେ ରାଜ୍ୟସ୍ତରୀୟ ସମାରୋହରେ ନଗଦ ରାଶି ଓ ଟ୍ରଫି ପ୍ରଦାନ ସହ ସମ୍ମାନୀତ କରାଯାଇଥିଲା ।
ରାଜ୍ୟସ୍ତରୀୟ ଉତ୍ସବରେ ପୁଲିସ ମହାନିର୍ଦ୍ଦେଶକ ସୁନିଲ ବଂଶଲଙ୍କ ଠାରୁ ବୌଦ୍ଧର ପଞ୍ଚମ ଆଇଆରବି ବାଟାଲିଅନ କମାଣ୍ଡେଣ୍ଟ ଦୁର୍ବାସା ନାୟକ ପୁରସ୍କାର ଗ୍ରହଣ କରିଥିଲେ । ପଞ୍ଚମ ଆଇଆରବି ବାଟାଲିଅନ ର ପରିଚାଳନା, ଜବାନମାନଙ୍କ ସଫଳତା ପୂର୍ବକ ଦାୟିତ୍ୱ ନିର୍ବାହ ଆଦି ର ବିଚାର କରାଯାଇ ୨୦୨୨ ବର୍ଷ ପାଇଁ ସର୍ବଶ୍ରେଷ୍ଠ ବାଟାଲିଅନ ଭାବେ ସମ୍ମାନିତ କରାଯାଇଛି ।
ରାଜ୍ୟରେ ରହିଥିବା ୨୨ ଟି ବାଟାଲିଅନ ମଧ୍ୟରୁ ବୌଦ୍ଧର ପଞ୍ଚମ ଆଇଆରବି ବାଟାଲିଅନ ପ୍ରଥମ ସ୍ଥାନ ଗ୍ରହଣ କରିଛି । ପୁରସ୍କାର ଗ୍ରହଣ କରିବା ପରେ କମାଣ୍ଡେଣ୍ଟ ଦୁର୍ବାସା ନାୟକ ଟ୍ରଫି ଧରି ଆଇଆରବି ବାଟାଲିଅନ ଠାରେ ରବିବାର ଦିନ ପହଞ୍ôଚବା ପର ତାଙ୍କୁ ଜବାନ ମାନେ ସ୍ୱାଗତ କରିଥିଲେ । ଏନେଇ ଆଇଆରବି ବାଟାଲିଅନରେ ପରିସରରେ ଖୁସିର ଲହରି ଖେଳିଯାଇଥିଲା । କମାଣ୍ଡେଣ୍ଟ ଦୁର୍ବାସା ନାୟକ ଓ ଟ୍ରଫି କୁ ଧରି ଏକ ଭବ୍ୟ ଶୋଭାଯାତ୍ରା ଆୟୋଜିତ ହୋଇଥିଲା । ଆୟୋଜିତ ଉତ୍ସବରେ ଆସିଷ୍ଟାଣ୍ଡ କମାଣ୍ଡେଣ୍ଟ ଗୋପବନ୍ଧୁ ତ୍ରିପାଠୀ, ଲଳିତ ବାଘ, ଲଳିତ ମେହେର , ଆଇଆରବି ବାଟାଲିଅନର ଅଧିକାରୀ ଓ ଜବାନ ଓ ତାଙ୍କ ସପରିବାର ସାମିଲ ହୋଇଥିଲେ ।
ବୌଦ୍ଧ : ବୁଣାକାର ବଜାରରେ କ୍ରେତାବିକ୍ରେତା ସମ୍ମିଳନୀ
ବୌଦ୍ଧ,୩/୪: ବୌଦ୍ଧ ଜିଲ୍ଲା ପ୍ରଶାସନ ଦ୍ୱାରା ବୁଣାକାର ବଜାରରେ କ୍ରେତା ବିକ୍ରେତା ସମ୍ମିଳନୀ ରବିବାର ଦିନ ଆୟୋଜିତ ହୋଇଛି । ଏଡିଟି ବିଜୟ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ କ୍ରେତା ବିକ୍ରେତା ସମ୍ମିଳନୀରେ ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ ସତ୍ୟରଂଜନ ସାହୁ ଯୋଗଦେଇଥିଲେ ।
ସମ୍ମାନୀତ ଅତିଥି ଭାବେ ରାଜ୍ୟ ବୟନିକାର ସଭାପତି ପ୍ରକାଶ ମେହେର, ନଗରପାଳ ମୃତ୍ୟୁଂଜୟ ମିଶ୍ର , ରାଜ୍ୟ ହ୍ୟାଣ୍ଡଲୁମର ଅଧ୍ୟକ୍ଷ ସୌଭାଗ୍ୟରୟନ ନାଏକ , ବରଗଡ ବାଲିଝୁରି ବଜାର ସଭାପତି ଅଯୋଧ୍ୟା ମେହେର ଯୋଗଦେଇ ବୁଣାକାରମାନଙ୍କ ସୁବିଧା ଅସୁବିଧା ସଂପର୍କରେ ଆଲୋକପାତ କରିଥିଲେ ।
ପଶ୍ଚିମ ଓଡିଶାର ଦ୍ୱିତୀୟ ବୃହତ ବୁଣାକାର ବଜାର ଆରମ୍ଭ ହେବା ପରେ ବେଶ ଲୋକପ୍ରିୟ ହୋଇପାରିଛି ବୋଲି ଜିଲ୍ଲାପାଳ ମତବ୍ୟକ୍ତ କରିଛନ୍ତି । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ବୁଣାକାର ବଜାରକୁ ଆସିଥିବା କ୍ରେତା ବିକ୍ରେତା ମାନେ ସେମାନଙ୍କ ଅନୁଭୂତି ନେଇ ମତପ୍ରଦାନ କରିôତଲେ । ଏହିଅବସରରେ ବୟନିକାର ସଭାପତି ପ୍ରକାଶ ମେହେରଙ୍କୁ ଉପଢ଼ୌକନ ଦେଇ ସମ୍ମାନୀତ କରାଯାଇଥିଲା । କ୍ରେତା ବିକ୍ରେତା ସମ୍ମିଳନୀରେ ସାଧାରଣ ନାଗରିକଙ୍କ ସମତେ ପ୍ରଶାସନିକ ଅଧିକାରୀମାନେ ସାମିଲ ହୋଇଥିଲେ ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031