Indus Valley Times

ଭଦ୍ରକରେ ୧୫ଫୁଟ୍ ତଳକୁ ଓଲଟିଲା ଟ୍ରକ୍, ୩ଜଣ ଗୁରୁତର

 Breaking News

ଭଦ୍ରକରେ ୧୫ଫୁଟ୍ ତଳକୁ ଓଲଟିଲା ଟ୍ରକ୍, ୩ଜଣ ଗୁରୁତର

ଭଦ୍ରକରେ ୧୫ଫୁଟ୍ ତଳକୁ ଓଲଟିଲା ଟ୍ରକ୍, ୩ଜଣ ଗୁରୁତର
January 31
10:44 2023

ଭଦ୍ରକ,୩୧/୧: ଭଦ୍ରକ ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥର ଗେଲପୁର ନିକଟରେ ଆଜି ସକାଳେ ସଡ଼କ ଦୁର୍ଘଟଣା ଘଟିଛି। ଏକ ଚିପ୍ସ ବୋଝେଇ ଟ୍ରକ୍ ଭାରସାମ୍ୟ ହରାଇ ଜାତୀୟ ରାଜପଥର ୧୫ଫୁଟ୍ ତଳକୁ ଖସି ପଡ଼ିବାରୁ ୩ଜଣ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନେ ହେଲେ ଟ୍ରକ୍ ଡ୍ରାଇଭର, ହେଲପର ଓ ଅନ୍ୟ ଜଣେ ସାଧାରଣ ଲୋକ। କାହାର ପରିଚୟ ମିଳିନାହିଁ। ସମସ୍ତଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକତ୍ସାଳୟରେ ଭର୍ତ୍ତି କରାଯାଇଛି।
ଆଜି ସକାଳେ ଚିପ୍ସ ବୋଝେଇ ଟ୍ରକ୍ଟି ଚଣ୍ଡିଖୋଲରୁ ଭଦ୍ରକ ଅଭିମୁଖେ ଆସୁଥିଲା। ଏହି ସମୟରେ ଗେଲପୁର ନିକଟରେ ୧୬ ନମ୍ବର ଜାତୀୟ ରାଜପଥର ୧୫ଫୁଟ୍ ତଳକୁ ଖସି ପଡ଼ିଥିଲା। ଦୁର୍ଘଟଣାରେ ଟ୍ରକ୍ ଡ୍ରାଇଭର ଓ ହେଲପର ଆହତ ହୋଇଥିବା ବେଳେ ସେହି ରାସ୍ତା ଦେଇ ଯାଉଥିବା ଜଣେ ସାଧାରଣ ଲୋକ ଉପରେ ଚିପ୍ସ ଗୁଡ଼ିକ ପଡ଼ିଯାଇଥିଲା। ସେ ମଧ୍ୟ ଆହତ ହୋଇଥିଲେ। ସମସ୍ତଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।
କୌଣସି ଯାନ୍ତ୍ରିକ ତ୍ରୁଟି ଯୋଗୁ ଟ୍ରକଟି ଭାରସ୍ୟାମ ହରାଇ ଜାତୀୟ ରାଜପଥ ତଳକୁ ଓଲଟି ପଡିଥିବା କୁହାଯାଉଛି। ପୁଲିସ ଟ୍ରକ୍କୁ ଜବତ କରି ଘଟଣାର ତଦନ୍ତ କରୁଛି।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031