Indus Valley Times

ଭାରସାମ୍ୟ ହରାଇ ଓଲଟିଲା ବସ୍, ଗାଡିରେ ଥିଲେ ଏକାଧିକ ଯାତ୍ରୀ

 Breaking News

ଭାରସାମ୍ୟ ହରାଇ ଓଲଟିଲା ବସ୍, ଗାଡିରେ ଥିଲେ ଏକାଧିକ ଯାତ୍ରୀ

ଭାରସାମ୍ୟ ହରାଇ ଓଲଟିଲା ବସ୍, ଗାଡିରେ ଥିଲେ ଏକାଧିକ ଯାତ୍ରୀ
February 05
10:40 2024

ରେଢ଼ାଖୋଲ, ୫/୨: ୫୫ ନମ୍ବର ଜାତୀୟ ରାଜପଥ ସମ୍ବଲପୁର ଜିଲ୍ଲା ଚାରମାଳ ଥାନା ନୂଆପଡ଼ା ଛକରେ ଶିବମ୍ ନାମକ ଏକ ଘରୋଇ ବସ୍ ଓଲଟିଛି। କଣ୍ଡକ୍ଟରଙ୍କ ସମେତ ୮ ଯାତ୍ରୀ ଗରୁତର ହୋଇଥିବା ଜଣାଯାଇଛି। ସମସ୍ତ ଗୁରୁତରଙ୍କୁ ବୁର୍ଲା ସ୍ଥାନାନ୍ତରିତ କରାଯାଇଛି। ଏହି ଦୁର୍ଘଟଣାରେ ୧୫ରୁ ଉର୍ଦ୍ଧ୍ବ ଆହତ ହୋଇଥିବା କୁହାଯାଇଛି।
ସୂଚନା ଅନୁଯାୟୀ, ଭୁବନେଶ୍ବରରୁ ହୀରାକୁଦ ଆସୁଥିବା ଶିବମ୍ ନାମକ ଏକ ଘରୋଇ ବସ୍ (ଓଡି୧୫-ସି୩୧୫୫) ଭୋର ୪ଟା ୪୫ ମିନିଟ୍ ସମୟରେ ଚାରମାଳ ଥାନା ନୂଆପଡ଼ା ଛକରେ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟିପଡ଼ିଥିଲା।
ଏଥିରେ କଣ୍ଡକ୍ଟର ରାଜ କୁମାର ମହାନ୍ତିଙ୍କ ସମେତ ୮ ଯାତ୍ରୀ ଗରୁତର ହୋଇଥିଲେ। ସେମାନଙ୍କୁ ପ୍ରଥମେ ରେଢ଼ାଖୋଲ ଡାକ୍ତରଖାନା ଓ ପରେ ବୁର୍ଲା ଭିମସାରକୁ ସ୍ଥାନାନ୍ତରିତ କରାଯାଇଥିଲା।
ଅନ୍ୟ ଗୁରୁତର ବ୍ୟକ୍ତିମାନେ ହେଲେ ଯାଜପୁରର ନରେନ୍ଦ୍ର ନାଥ ଶର୍ମା (୬୦) ଓ ତାଙ୍କ ପତ୍ନୀ ତିରନାଥ ଶର୍ମା (୫୦), କଟକ ଖୁଣ୍ଟୁଣୀ ଅଞ୍ଚଳର ମିତ୍ରଭାନୁ ରାଉତ(୨୬), ସମ୍ବଲପୁରର ଅନ୍ନପୂର୍ଣ୍ଣା ବାରିକ, ସୁବୁଦ୍ଧି ବାରିକ, ଆନନ୍ଦପୁରର ପ୍ରଶାନ୍ତ ଦାସ(୫୦) ଏବଂ ଭଦ୍ରକର ବାଦଲ ରାଉତ(୫୮)।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031