Indus Valley Times

ଭାଲୁଖାଇ ଜଗନ୍ନାଥ ମନ୍ଦିରରେ ଠାକୁରଙ୍କ ସୁନାବେଶ

 Breaking News

ଭାଲୁଖାଇ ଜଗନ୍ନାଥ ମନ୍ଦିରରେ ଠାକୁରଙ୍କ ସୁନାବେଶ

ଭାଲୁଖାଇ ଜଗନ୍ନାଥ ମନ୍ଦିରରେ ଠାକୁରଙ୍କ ସୁନାବେଶ
July 26
09:29 2026

ଗୁଲାମ୍ ଗସ୍‌ଙ୍କ ରିପୋର୍ଟ୍
ଧର୍ମଶାଳା/ଯାଜପୁର,୨୬/୭ : ଧର୍ମଶାଳା ବ୍ଲକ ଭାଲୁଖାଇସ୍ଥିତ ଜଗନ୍ନାଥ ମନ୍ଦିରରେ ଠାକୁରଙ୍କ ସୁନାବେଶ ଶନିବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି ।
ମନ୍ଦିରରୁ ଠାକୁର ୯ ଦିନ ଲାଗି ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାଇ ଗତକାଲି ବାହୁଡାରେ ମନ୍ଦିରକୁ ଫେରିଛନ୍ତି । ଶନିବାର ରଥାରୁଡ ଠାକୁରଙ୍କୁ ସୁନାବେଶ କରାଯାଇଛି । ଶନିବାର ଅପରାହ୍ନରେ ଠାକୁରଙ୍କ ନିତିକାନ୍ତି ପୂଜା ସରିବା ପରେ ବ୍ରାହ୍ମଣମାନେ ରଥାରୁଡ ଠାକୁରଙ୍କୁ ସୁନାବେଶ କରାଇଥିଲେ ।
ଠାକୁରଙ୍କ ସୁନାବେଶ ସରିବା ପରେ ଭକ୍ତମାନଙ୍କ ଦର୍ଶନ ନିମନ୍ତେ ଛଡାଯାଇଥିଲା । ଠାକୁରଙ୍କୁ ସୁନାବେଶରେ ଦର୍ଶନ ଲାଗି ହଜାର ହଜାର ସଂଖ୍ୟାରେ ଭକ୍ତମାଙ୍କ ଭିଡ ଜମିଥିଲା । ଭକ୍ତମାନଙ୍କ ଶୃଙ୍ଖଳିତ ଦର୍ଶନ ଲାଗି ମନ୍ଦିର କମିଟି ଓ ପୁଲିସ ପକ୍ଷରୁ ବ୍ୟାପକ ବ୍ୟାବସ୍ଥା ଗ୍ରହଣ କରାଯାଇଥିଲା ।
ଏହି ଅବସରରେ ଭାଲୁଖାଇ ମନ୍ଦିର କମିଟି ପକ୍ଷରୁ ଶ୍ରଦ୍ଧାଳୁମାନଙ୍କ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା ବେଳେ ଆଜି ଭଜନ ଗାୟକ ବସନ୍ତ ପାତ୍ର ଓ ତାଙ୍କ ସାଥୀମାନଙ୍କ ଦ୍ୱାରା ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଗୋପବନ୍ଧୁ ସେବାସଂଘ ପକ୍ଷରୁ ଆମ୍ବଚାରା ବଂଟନ
ଧର୍ମଶାଳା, ୨୬ / ୭ : ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ଧର୍ମଶାଳା ଗୋପବନ୍ଧୁ ସେବାସଂଘ ପକ୍ଷରୁ ଜାରକା ଡଛକ ଫ୍ଲାଇଓଭର ବ୍ରିଜ୍ ତଳେ ସମାଜ କଲ୍ୟାଣ ନିମନ୍ତେ ଉନ୍ନତ ମାନର ଆମ୍ବଚାରା ଜନସାଧାରଣଙ୍କୁ ବଂଟନ କରାଯାଇଛି ।
ପଥିବୀରୁ ସହର ଓ ସଭ୍ୟତା ବଡିବ ଫଳରେ ସବୁଜ ବନାନୀ ଧିରେ ଧିରେ ଲୋପ ପାଇବାକୁ ବସିଛି । ଯାହା ଫଳରେ ସାରା ଅଂଚଳରେ ବାୟୁ ପ୍ରଦ୍ୟୁଷଣ ଦେଖାଦେଇଛି ।
ବାୟୁମଣ୍ଡଳର ପ୍ରଦ୍ୟୁଷଣ ରକ୍ଷାଲାଗି ଚାରା ରୋପଣ କରି ଗଛ ସୃଷ୍ଟି କରିବା ଲକ୍ଷ ନେଇ ସେବାସଂଘ ପକ୍ଷରୁ ଏଭଲି ପ୍ରୟାସ କରାଯାଇଥିବା ନେଇ କର୍ମକର୍ତାମାନେ ମତବ୍ୟକ୍ତ କରିଛନ୍ତି ।
ଏହି ସେବାମୂଳକ କାର୍ଯ୍ୟକ୍ରମରେ ପ୍ରତିଷ୍ଠାତା ଅବସରପ୍ରାପ୍ତ ପ୍ରଶାସନୀକ ଅଧିକାରୀ ଅକ୍ଷୟ କୁମାର ଜେନା,ସଂଯୋଜନାରେ ସଭାପତି ଅବସରପ୍ରାପ୍ତ ଜିଲ୍ଲା ଚିକିତ୍ସାଧିକାରୀ ଡ଼ା.ବିଜୟ କୁମାର ଶତପଥୀ,ସମ୍ପାଦକ ତଥା କ୍ରୀଡ଼ାବିତ୍ ଶିକ୍ଷାବିତ୍ ପ୍ରବୋଧ କୁମାର ପାତ୍ର,ସହ ସମ୍ପାଦକ ଶିକ୍ଷାବିତ୍ ଗଣେଶ୍ୱର ବେହେରା, କୋଷାଧ୍ୟକ୍ଷ ଧରଣୀଧର ଦାଶ, ଇନରହୁଇଲ କ୍ଲବ୍ ଜାରକା ପୂର୍ବତନ ସଭାନେତ୍ରୀ ତଥା ସମାଜସେବୀକା ମିନତୀ ସାହୁ,ଇନରହୁଇଲ କଲବର ପୂର୍ବତନ ସଭାନେତ୍ରୀ ତଥା ଶିକ୍ଷା ସଂଯୋଜିକା ମାଧୁରୀ ଶତପଥୀ,ଅବସରପ୍ରାପ୍ତ ଶିକ୍ଷୟତ୍ରୀ କାଦମ୍ବିନୀ ମିଶ୍ର, ରୋଟାରୀଆନ୍ ହରିହର ମିଶ୍ର,ଅବସରପ୍ରାପ୍ତ ଅଧ୍ୟକ୍ଷ ଅନନ୍ତ କିଶୋର ମହାନ୍ତି,ବଜ୍ରଗିରି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ପ୍ରଭାତ ଚନ୍ଦ୍ର ଚୋଲ୍‌,କୁଞ୍ଜବନ ବେହେରା,ବଟକୃଷ୍ଣ ସାହୁ,ସୁଶାନ୍ତ କୁମାର ସାହୁ,ସୁଦର୍ଶନ ନାୟକ ପ୍ରମୁଖ ଚାରା ବଂଟନରେ ସହାୟତା କରିଥିଲେ ।
ବଂଟନ କରାଯାଇଥିବା ଆମ୍ବ ଚାରା ମଧ୍ୟରେ ବାଇଗଣ ପଲେଇ,ତୋତା ପଲେଇ,କଲମୀ ପ୍ରଜାତିର ଚାରା ଯାହାକି ଦୁଇବର୍ଷରେ ଗଛରେ ଆମ୍ବଫଳ ଦେବ ବୋଲି ସଭାପତି ଶ୍ରୀ ଶତପଥୀ ସୂଚନା ଦେଇଛନ୍ତି ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930