Indus Valley Times

ଭିଜିଲାନ୍ସ ଜାଲରେ ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ

 Breaking News

ଭିଜିଲାନ୍ସ ଜାଲରେ ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ

ଭିଜିଲାନ୍ସ ଜାଲରେ ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ
October 09
11:18 2026

ସୁନ୍ଦରଗଡ଼ ୧୦/୯ : ଭିଜିଲାନ୍ସ ଜାଲରେ ପ୍ରକଳ୍ପ ନିର୍ଦ୍ଦେଶକ । ସୁନ୍ଦରଗଡ଼ ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ତଥା ମୃତ୍ତିକା ସଂରକ୍ଷଣ ଉପନିର୍ଦ୍ଦେଶକ ପ୍ରସନ୍ନ ପାତ୍ରଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ହୋଇଛି । ଏକାସାଙ୍ଗେ ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢାଉ ଚାଲିଛି ।
ଖବର ଅନୁଯାୟୀ, ଶୁକ୍ରବାର ସକାଳୁ ସକାଳୁ ସୁନ୍ଦରଗଡ଼ ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ପ୍ରସନ୍ନ ପାତ୍ରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆସିବା ପରେ ସୁନ୍ଦରଗଡ଼ ସ୍ବତନ୍ତ୍ର ବିଚାରପତିଙ୍କ ନିର୍ଦ୍ଦେଶ କ୍ରମେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢାଉ କରାଯାଉଛି।
ସୁନ୍ଦରଗଡ଼ ସହର ସ୍ଥିତ ସରକାରୀ ବାସଭବନ ସମେତ ୮ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଛି ସୁନ୍ଦରଗଡ଼ ଭିଜିଲାନ୍ସ ଟିମ୍‌। ବାସଭବନରେ ଛାନ୍‌ଭିନ୍ ବେଳେ ବହୁ ଗୁରୁତ୍ବପୂର୍ଣ୍ଣ କାଗପତ୍ର ଜବତ କରାଯାଇଛି। ବର୍ତ୍ତମାନ ଦସ୍ତାବିଜ ଯାଞ୍ଚ ଚାଲିଛି।
ସେପଟେ ଏହି ଚଢାଉରେ ଜଣେ ଅତିରିକ୍ତ ଏସପି, ୪ ଜଣ ଡିଏସପି, ୧୩ ଜଣ ଇନ୍ସପେକ୍ଟର, ୫ ଜଣ ଏଏସ୍ଆଇ ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କ ସାମିଲ ରହିଛନ୍ତି ।
ଭୁବନେଶ୍ୱର, ସୁନ୍ଦରଗଡ଼ ଓ କଟକ ସ୍ଥିତ ତାଙ୍କର ୮ଟି ସ୍ଥାନରେ ଚାଲିଛି ଚଢାଉ। ତେବେ ରେଡ୍ ଶେଷ ହେବା ପରେ ଚଢାଉର ସବିଶେଷ ତଥ୍ୟ ଭିଜିଲାନ୍ସ ପକ୍ଷରୁ ଦିଆଯିବ ବୋଲି ସୂଚନା ମିଳିଛି ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031