Indus Valley Times

ବୌଦ୍ଧ ଜିଲ୍ଲାରେ ଓଡ଼ିଆ ଭର୍ଚୁଆଲ ଏକାଡେମୀର କାର୍ଯ୍ୟକଳାପ ସୁଦୃଢ଼ୀମମକରଣ କରିବା ନିମନ୍ତେ ଚୟନ କମିଟି ବୈଠକ ଅନୁଷ୍ଠିତ

 Breaking News

ବୌଦ୍ଧ ଜିଲ୍ଲାରେ ଓଡ଼ିଆ ଭର୍ଚୁଆଲ ଏକାଡେମୀର କାର୍ଯ୍ୟକଳାପ ସୁଦୃଢ଼ୀମମକରଣ କରିବା ନିମନ୍ତେ ଚୟନ କମିଟି ବୈଠକ ଅନୁଷ୍ଠିତ

ବୌଦ୍ଧ ଜିଲ୍ଲାରେ ଓଡ଼ିଆ ଭର୍ଚୁଆଲ ଏକାଡେମୀର କାର୍ଯ୍ୟକଳାପ ସୁଦୃଢ଼ୀମମକରଣ କରିବା ନିମନ୍ତେ ଚୟନ କମିଟି ବୈଠକ ଅନୁଷ୍ଠିତ
June 18
12:19 2026

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୧୮/୬ : ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ଐତିହ୍ୟର ସଂରକ୍ଷଣ ତଥା ପ୍ରଚାର ପ୍ରସାର କ୍ଷେତ୍ରରେ ଓଡ଼ିଆ ଭର୍ଚୁଆଲ ଏକାଡେମୀ (OVA) ର କାର୍ଯ୍ୟକ୍ରମକୁ ଜିଲ୍ଲାସ୍ତରରେ ଅଧିକ ଲୋକାଭିମୁଖୀ ଓ ପ୍ରଭାବଶାଳୀ କରିବା ଲକ୍ଷ୍ୟରେ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଚୟନ କମିଟିର ଏକ ବୈଠକ ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।
ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପଧାନ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା, ଜିଲ୍ଲା ସଂସ୍କୃତି ଅଧିକାରୀ ଅଙ୍କିତା କୁମାରୀ ସାହୁ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା,ଡିଇଜିଏମ ସମୀର କୁମାର ନାୟକ, ଶିକ୍ଷକ ନବକିଶୋର ଦୀପ, ସାହିତ୍ୟିକ ନୀଳ ଲୋହିତ ମହାପାତ୍ରଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।
ଓଡ଼ିଆ ଭର୍ଚୁଆଲ ଏକାଡେମୀର କାର‌୍ୟ୍ୟକ୍ରମକୁ ଜିଲ୍ଲାର ଅଧିକରୁ ଅଧିକ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ଏବଂ ଏହାର କାର‌୍ୟ୍ୟପରିଧିକୁ ବ୍ୟାପକ କରିବା ପାଇଁ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା। ବିଶେଷକରି ସାହିତ୍ୟ, ସଂସ୍କୃତି, ଲୋକକଳା, ଇତିହାସ, ଗବେଷଣା, ସଙ୍ଗୀତ, ନାଟକ ଓ ଅନ୍ୟାନ୍ୟ କ୍ଷେତ୍ରରେ ପାରଙ୍ଗମ ତଥା ଜ୍ଞାନୀ ବ୍ୟକ୍ତିମାନଙ୍କ ସହଭାଗିତା ନିଶ୍ଚିତ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା।
ଏହି ପରିପ୍ରେକ୍ଷୀରେ ଚୟନ କମିଟିର ସମସ୍ତ ସଦସ୍ୟଙ୍କୁ ନିଜ ନିଜ କ୍ଷେତ୍ରରୁ ତିନିଜଣ ଜ୍ଞାନୀ, ଅଭିଜ୍ଞ ଓ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ନାମ ସୁପାରିଶ କରିବା ପାଇଁ ଅନୁରୋଧ କରାଯାଇଥିଲା।
ଏହି ବ୍ୟକ୍ତିମାନଙ୍କ ସକ୍ରିୟ ସହଭାଗିତା ଦ୍ୱାରା ଓଡ଼ିଆ ଭର୍ଚୁଆଲ ଏକାଡେମୀର ବିଭିନ୍ନ କାର୍ଯ୍ୟକ୍ରମ ଅଧିକ ସମୃଦ୍ଧ ହେବା ସହିତ ଜିଲ୍ଲାରେ ଏହା ପ୍ରତି ଲୋକଙ୍କ ଆଗ୍ରହ ଓ ସହଭାଗିତା ବୃଦ୍ଧି ପାଇବ ବୋଲି ଆଶା ପ୍ରକାଶ ପାଇଥିଲା।
ଜିଲ୍ଲାପାଳ ବୌଦ୍ଧ ଜିଲ୍ଲାର ସମୃଦ୍ଧ ଭାଷା, ସାହିତ୍ୟ ଓ ସାଂସ୍କୃତିକ ପରମ୍ପରାର ସଂରକ୍ଷଣ ଏବଂ ପ୍ରଚାର ପ୍ରସାର ନିମନ୍ତେ ସମସ୍ତଙ୍କ ସକ୍ରିୟ ସହଯୋଗ କାମନା କରିଥିଲେ।
ଓଡ଼ିଆ ଭର୍ଚୁଆଲ ଏକାଡେମୀ ମାଧ୍ୟମରେ ଜିଲ୍ଲାର ସୃଜନଶୀଳ ପ୍ରତିଭା ଓ ସାଂସ୍କୃତିକ ଐତିହ୍ୟକୁ ରାଜ୍ୟ ଓ ଜାତୀୟ ସ୍ତରରେ ପରିଚିତ କରାଇବା ଦିଗରେ ଏହି ପଦକ୍ଷେପ ସହାୟକ ହେବ ବୋଲି ସେ ମତବ୍ୟକ୍ତ କରିଥିଲେ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930