Indus Valley Times

ମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

 Breaking News

ମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
September 19
18:35 2026

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ଭୁବନେଶ୍ୱର, ୧୯/୯ : ଦର୍ଶନ ପାଇଁ ଯାଇଥିଲେ, ହେଲେ ଫେରିଲାନି ଜୀବନ। ମଧ୍ୟପ୍ରଦେଶରେ ଘଟିଥିବା ମର୍ମନ୍ତୁଦ ଦୁର୍ଘଟଣାରେ ୮ ଜଣ ଓଡ଼ିଆ ପର୍ଯ୍ୟଟକଙ୍କ ମୃତ୍ୟୁ ପରେ ଏବେ ଶୋକରେ ବୁଡ଼ିଛି ଭୁବନେଶ୍ୱର।
ମୃତକମାନେ ଭୁବନେଶ୍ୱର ଜୟଦେବ ବିହାର ଅଞ୍ଚଳର ବୋଲି ଜଣାପଡ଼ିଛି। ଏହି ଦୁଃଖଦ ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି।
ମଧ୍ୟପ୍ରଦେଶର ଆଗର ମାଲୱା ଜିଲ୍ଲା ନାଲଖେଡ଼ାରେ ଥିବା ମା’ ବଗଳାମୁଖୀ ମନ୍ଦିର ନିକଟରେ ଏହି ଅଘଟଣ ଘଟିଛି। ରାତିସାରା ପ୍ରବଳ ବର୍ଷା ହେବାରୁ ମନ୍ଦିର ନିକଟ ନାଳରେ ହଠାତ୍ ପାଣି ବଢ଼ିଯାଇଥିଲା। ପ୍ରଖର ସ୍ରୋତ ମଧ୍ୟରେ ଏକ କାର୍ ନାଳ ପାର ହେବାକୁ ଉଦ୍ୟମ କରୁଥିବା ବେଳେ ଭାରସାମ୍ୟ ହରାଇ ପାଣିରେ ଭାସିଯାଇଥିଲା।
କାର୍‌ରେ ଥିଲେ ୮ ଜଣ। ସେମାନଙ୍କ ମଧ୍ୟରେ ୩ ଜଣ ଶିଶୁ, ୨ ଜଣ ମହିଳା ଓ ୩ ଜଣ ପୁରୁଷ ଥିଲେ। ଉଜ୍ଜୟିନୀରୁ କାର୍ ଭଡ଼ାରେ ନେଇ ସମସ୍ତେ ମା’ ବଗଳାମୁଖୀଙ୍କ ଦର୍ଶନ ପାଇଁ ନାଲଖେଡ଼ା ଯାଇଥିଲେ। ହେଲେ ମନ୍ଦିର ନିକଟରେ ହିଁ ଘଟିଗଲା ଅଘଟଣ।
ଖବର ପାଇ ପ୍ରଶାସନ, ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ଦୀର୍ଘ ଉଦ୍ୟମ ପରେ ପାଣିରୁ କାର୍‌ଟିକୁ ବାହାର କରାଯାଇଥିଲା। ହେଲେ କାର୍ ଭିତରେ ଥିବା ସମସ୍ତ ୮ ଜଣଙ୍କ ଜୀବନ ଚାଲିଯାଇଥିଲା।
ଏହି ହୃଦୟବିଦାରକ ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ପ୍ରକାଶ କରି ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି। ମଧ୍ୟପ୍ରଦେଶ ସରକାର ଓ ସ୍ଥାନୀୟ ପ୍ରଶାସନ ସହ ନିରନ୍ତର ସମନ୍ୱୟ ରଖିବାକୁ ସେ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଉଦ୍ଧାର ଓ ବ୍ୟବଚ୍ଛେଦ ପ୍ରକ୍ରିୟା ତ୍ୱରାନ୍ୱିତ କରି ମୃତକଙ୍କ ପାର୍ଥିବ ଶରୀରକୁ ସସମ୍ମାନେ ଓଡ଼ିଶା ଫେରାଇ ଆଣିବାକୁ ପଦକ୍ଷେପ ନିଆଯାଉଛି। ସମସ୍ତ ପାର୍ଥିବ ଶରୀରକୁ ବିମାନ ଯୋଗେ ଓଡ଼ିଶା ଅଣାଯିବ ବୋଲି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
ଏହି ଘଟଣାରେ ଜୟଦେବ ବିହାର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଏକାଠି ଦର୍ଶନ ପାଇଁ ଯାଇଥିବା ପରିବାର ଉପରେ ଏଭଳି ଦୁଃଖଦ ବିପତ୍ତି ଭୁବନେଶ୍ୱରବାସୀଙ୍କୁ ମଧ୍ୟ ମର୍ମାହତ କରିଛି।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031