Indus Valley Times

ଶିକ୍ଷକ ସଂଘ ଓ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ମଧ୍ୟରେ ଉପୁଜିଥିବା ମତଭେଦ ଦୂର ପାଇଁ ବୈଠକ

 Breaking News

ଶିକ୍ଷକ ସଂଘ ଓ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ମଧ୍ୟରେ ଉପୁଜିଥିବା ମତଭେଦ ଦୂର ପାଇଁ ବୈଠକ

ଶିକ୍ଷକ ସଂଘ ଓ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ମଧ୍ୟରେ ଉପୁଜିଥିବା ମତଭେଦ ଦୂର ପାଇଁ ବୈଠକ
July 11
21:49 2026

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୧୧/୭: କନ୍ଧମାଳ ଜିଲ୍ଲା ବାଲିଗୁଡା ନୁଆସାହି ସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ବାଲିଗୁଡା ଶାଖାର ଏକ ବୈଠକ ସଂଘ ସଭାପତି ମଣିରାମ ନାୟକ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି ।
ଏଥିରେ ଶିକ୍ଷକ ସଂଘ ଓ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ ମଧ୍ୟରେ ଉପୁଜିଥିବା ଭୁଲ ବୁଝାମଣା ଓ ମତଭେଦ ଦୂର ଉପରେ ଆଲୋଚନା କରାଯାଇଥିଲା ।
ସଂଘ ର ସଭାପତି ଶ୍ରୀ ନାୟକ ଓ ସମ୍ପାଦକ ବିଶ୍ୱେଶ୍ୱର ପ୍ରଧାନୀ ବାଲିଗୁଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ ନାମରେ ବ୍ୟକ୍ତିଗତ ଆରୋପ କରି ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କୁ ଦେଇଥିବା ଅଭିଯୋଗ ଉପରେ ସର୍ବ ସମ୍ମତି କ୍ରମେ ଆଲୋଚନା କରାଯାଇ ଦୁଃଖ ପ୍ରକାଶ କରିବା ସହ ଅଭିଯୋଗ କୁ ପ୍ରତ୍ୟାହାର କରାଗଲା ବୋଲି ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ ସହ ଆଲୋଚନା କରି ଉଭୟଙ୍କ ମଧ୍ୟରେ ଥିବା ମତ ପାର୍ଥକ୍ୟ କୁ ଆପୋଷ ବୁଝାମଣା ମାଧ୍ୟମରେ ସମାଧାନ କରାଯାଇଥିବା ସହ ଉକ୍ତ ବିଷୟ ଲିଖିତ ମାଧ୍ୟମରେ ଜଣାଇଥିଲେ ବୋଲି ପ୍ରକାଶ କରିଥିଲେ । ଆଗାମୀ ଦିନରେ ଯେପରି ଭୁଲ ବୁଝାମଣା ନ ହୁଏ ସେଥିପ୍ରତି ଯତ୍ନବାନ ହେବାପାଇଁ ବୈଠକ ରେ ମତ ପ୍ରକାଶ ପାଇଥିଲା ।
ସି ଆର ପି ଏଫ ଜବାନ୍ ଙ୍କ ଆତ୍ମହତ୍ୟା ଘଟଣା ରେ ସ୍ତ୍ରୀ ଗିରଫ : ଖୋଳତାଡ଼ ଆରମ୍ଭ
ବାଲିଗୁଡା, ୧୧/୭ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ନୁଆସାହି ଗାୟତ୍ରୀ କଲୋନୀ ବାସିନ୍ଦା ସିଆରପିଏଫ୍ ଜବାନ୍ ଅଶୋକ ବେହେରା ବିଷ ପିଇ ଆତ୍ମହତ୍ୟା କରିବା ଘଟଣାକୁ ନେଇ ସାମ୍ନାକୁ ଆସିଲା ବଡ଼ ସାଙ୍ଘାତିକ ଅଭିଯୋଗ ।
ମୃତ ଅଶୋକଙ୍କ ସ୍ତ୍ରୀ ଦୀର୍ଘ ଦିନ ଧରି ଅଶୋକଙ୍କ ଦରମା ଟଙ୍କାକୁ ଅନୈତିକ ଉପାୟରେ ଖର୍ଚ୍ଚ କରିବା ସହ ଆଶିଷ ପାଇକରାୟ ନାମକ ଜଣେ ସିଆରପିଏଫ୍ ଅଫିସରଙ୍କ ସହ ଅନୈତିକ ସମ୍ପର୍କ ରଖିଥିଲେ ।
ଏନେଇ ଉଭୟ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଦୀର୍ଘ ମାସ ଧରି ଅଶାନ୍ତି ଲାଗିରହିଥିବା ବେଳେ ଗତ କିଛି ମାସ ହେବ ଅଶୋକଙ୍କ ସ୍ତ୍ରୀ ନିଜ ଘର ଛାଡ଼ି ତାଙ୍କ ଦୁଇ ଝିଅଙ୍କୁ ନେଇ ଅନ୍ୟ ଏକ ଭଡ଼ା ଘରେ ରହୁଥିଲେ । ଏନେଇ ମାନସିକ ଚାପରେ ରହୁଥିଲେ ଅଶୋକ ଏବଂ ଶେଷରେ ଆତ୍ମହତ୍ୟା କରିବା ପାଇଁ ବାଧ୍ୟ ହୋଇଛନ୍ତି ବୋଲି ବାଲିଗୁଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିଲେ ଅଶୋକଙ୍କ ମା ।
ଅଭିଯୋଗ ପ୍ରକାରେ ବାଲିଗୁଡ଼ା ପୋଲିସ୍ ଅଶୋକଙ୍କ ସ୍ତ୍ରୀ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ପୋଲିସ୍ ପକ୍ଷରୁ ସୂଚନା ମିଳିଛି । ସେପଟେ ଘଟଣାକୁ ଗୁରୁତର ସହ ନେଇ ଅଧିକ ତଦନ୍ତ ଜାରି ରଖିଛି ବାଲିଗୁଡ଼ା ଥାନା ପୋଲିସ୍ ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31