Indus Valley Times

ମହଙ୍ଗା ପଡ଼ିଲା ରାଗିଂ: କଲେଜରୁ ତଡା ଖାଇଲେ ୧୨ ଛାତ୍ର, ବନ୍ଧା ହେଲେ ୫

 Breaking News

ମହଙ୍ଗା ପଡ଼ିଲା ରାଗିଂ: କଲେଜରୁ ତଡା ଖାଇଲେ ୧୨ ଛାତ୍ର, ବନ୍ଧା ହେଲେ ୫

ମହଙ୍ଗା ପଡ଼ିଲା ରାଗିଂ: କଲେଜରୁ ତଡା ଖାଇଲେ ୧୨ ଛାତ୍ର, ବନ୍ଧା ହେଲେ ୫
November 17
18:09 2022

ବ୍ରହ୍ମପୁର,୧୭/୧୧: ବ୍ରହ୍ମପୁର ବଡ଼ ବଜାର ଥାନା ଅନ୍ତର୍ଗତ ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟ ଛତ୍ରୀ ରାଗିଂ ଘଟଣାରେ କଲେଜରୁ ତଡା ଖାଇଲେ ୧୨ ଛାତ୍ର, ଗିରଫ ସଂଖ୍ୟା ୫କୁ ବୃଦ୍ଧି ।
ଗତକାଲି ଉକ୍ତ ଘଟଣାରେ ୨ ଛାତ୍ର ଗିରଫ ହୋଇଥିବା ବେଳେ ଆଜି ୩ ଜଣ ଛାତ୍ରଙ୍କୁ ଗିରଫ କରିଛି ବ୍ରହ୍ମପୁର ପୋଲିସ । ଗିରଫ ୫ ଜଣ ଛାତ୍ରଙ୍କ ମଧ୍ୟରୁ ୨ ନାବାଳକ ଥିବା ଏସପି କହିଛନ୍ତି । ଦୁଇ ନାବାଳକଙ୍କୁ ଜୁଭେନାଇଲକୁ ହସ୍ତାନ୍ତର କରାଯିବା ନେଇ ବ୍ରହ୍ମପୁର ଏସପି ଶ୍ରବଣ ବିବେକ ଏମ. ସୂଚନା ଦେଇଛନ୍ତି ।
ସୂଚନା ଥାଉକି ଗତକାଲି ବିନାୟକ ଆଚାର୍ଯ୍ୟ କଲେଜର ଏକ ଭିଡିଓ ଭାଇରଲ ହୋଇଥିଲା । କଲେଜର କିଛି ଛାତ୍ରଛାତ୍ରୀ କଲେଜ ଡ୍ରେସ ପିନ୍ଧି ଥିବା ବେଳେ ଜଣେ ଛାତ୍ରୀଙ୍କୁ ରାଗିଂ କରିବାର ଏଥିରେ ଦେଖିବାକୁ ମିଳିଥିଲା ।
ଏଥିରେ ଛାତ୍ର ଜଣଙ୍କ ଅନ୍ୟ କିଛି ଛାତ୍ରଛାତ୍ରୀଙ୍କ ସହ ଅଶ୍ଳୀଳ ଭାଷା ପ୍ରୟୋଗ କରି ଗାଳି ଦେବା ସହ ମାନସିକ ନିର୍ଯ୍ୟାତନା ଦେଉଥିବା ଦେଖିବାକୁ ମିଳିଥିଲା ।
ଏହାସହ ଜୋର୍ ଜବରଦସ୍ତ ଆଇ ଲଭ୍ ୟୁ କହିବା ପାଇଁ ମଧ୍ୟ ବାଧ୍ୟ କରୁଥିବା ଏଥିରେ ଦେଖିବାକୁ ମିଳିଛି । ଏହି ଘଟଣାରେ ପୋଲିସ ସଂପୃକ୍ତ ଛାତ୍ରକୁ ଅଟକ ରଖିଥିଲା । ସଂପୃକ୍ତ ଛାତ୍ରଙ୍କ ନାମରେ ଆଗରୁ ଏକାଧିକ ମାମଲା ଥିବା ସୂଚନା ମିଳିଥିଲା । ଛାତ୍ର ଜଣଙ୍କ ଉକ୍ତ କଲେଜ ଯୁକ୍ତ ୩ ଶେଷ ବର୍ଷର ଛାତ୍ର ହୋଇଥିବା ବେଳେ ଏଥିରେ ସଂପୃକ୍ତ ସମସ୍ତ ବିଷୟକୁ ନେଇ ପୋଲିସ୍ ଖୋଳତାଡ କରି ୫ ଛାତ୍ରଙ୍କୁ ଗିରଫ କରିଥିବା ଜଣାପଡ଼ିଛି ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031