Indus Valley Times

‘ମହିଳାଙ୍କ ଶକ୍ତି-ଉଦ୍ୟମ ପରିବାର ଓ ଦେଶର ଭବିଷ୍ୟତକୁ ସୁଦୃଢ଼ କରିଥାଏ’

 Breaking News

‘ମହିଳାଙ୍କ ଶକ୍ତି-ଉଦ୍ୟମ ପରିବାର ଓ ଦେଶର ଭବିଷ୍ୟତକୁ ସୁଦୃଢ଼ କରିଥାଏ’

‘ମହିଳାଙ୍କ ଶକ୍ତି-ଉଦ୍ୟମ ପରିବାର ଓ ଦେଶର ଭବିଷ୍ୟତକୁ ସୁଦୃଢ଼ କରିଥାଏ’
May 29
20:23 2025

ଭୁବନେଶ୍ୱର, ୨୯/୫ : ଲକ୍ଷପତି ଦିଦି ଯୋଜନା କେବଳ ରୋଜଗାରର ପାଇଁ ନୁହେଁ, ଏହାର ମୂଳ ଉଦ୍ଦେଶ୍ୟ ହେଉଛି ମହିଳାମାନଙ୍କୁ ଆର୍ଥିକ ସ୍ୱାଧୀନତା ଦେବା ଏବଂ ଗ୍ରାମାଞ୍ଚଳ ମହିଳାଙ୍କ ମଧ୍ୟରେ ନେତୃତ୍ୱ ଭାବନା ଜାଗ୍ରତ କରିବା ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ରାଷ୍ଟ୍ରୀୟ ଲକ୍ଷପତି ଦିଦି ସମ୍ମିଳନୀ-୨୦୨୫ ଅବସରରେ କହିଛନ୍ତି ।
ଲୋକସେବା ଭବନ କନଭେନସନ ସେଣ୍ଟରଠାରେ ମିଶନ ଶକ୍ତି ବିଭାଗ ପକ୍ଷରୁ ରାଷ୍ଟ୍ରୀୟ ଲକ୍ଷପତି ଦିଦି ସମ୍ମିଳନୀ ଆୟୋଜିତ ହୋଇଛି । ଏଥିରେ ଦେଶର ୨୫ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ଲକ୍ଷପତି ଦିଦି ଓ ସରକାରୀ ଅଧିକାରୀମାନେ ଯୋଗଦେଇଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ।
ମୁଖ୍ୟମନ୍ତ୍ରୀ କହିଥିଲେ, ଆଜିର ଏହି ସମ୍ମିଳନୀ କେବଳ ଆମ ପାଇଁ ଉପଲବ୍ଧିର ଉତ୍ସବ ନୁହେଁ ବରଂ ଏହା ହେଉଛି ଆମର ମହିଳା ନେତୃତ୍ୱ ପ୍ରତି ସଂକଳ୍ପ । ଲକ୍ଷପତି ଦିଦି ଯୋଜନା କେବଳ ଏକ କଲ୍ୟାଣକାରୀ ଯୋଜନା ନୁହେଁ, ଏହା ହେଉଛି ଏକ ସମାବେଶୀ ଓ ସ୍ଥାୟୀ ବିକାଶର ରଣନୀତି ।
ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ମହିଳାଙ୍କର ରାଜନୈତିକ, ସାମାଜିକ ଏବଂ ଅର୍ଥନୈତିକ ସ୍ୱତନ୍ତ୍ରତା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ରାଜନୀତିକ କ୍ଷେତ୍ରରେ ମହିଳାମାନଙ୍କ ପ୍ରତିନିଧିତ୍ୱ ପାଇଁ ନାରୀଶକ୍ତି ବନ୍ଦନ ଅଧିନିୟମ ସଂସଦରେ ପାରିତ ହୋଇଛି । ଏହା ମାଧ୍ୟମରେ ଆଗାମୀ ନିର୍ବାଚନରେ ଅତି କମରେ ୩୩ ପ୍ରତିଶତ ମହିଳା ଲୋକସଭା ଓ ବିଧାନସଭାକୁ ନିର୍ବାଚିତ ହୋଇ ଆସିବେ ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶା ଲକ୍ଷପତି ଦିଦି ମିଶନକୁ ପ୍ରତିବଦ୍ଧତାର ସହ କାର୍ଯ୍ୟକାରୀ କରିଛି। ପ୍ରାୟ ୧୭ ଲକ୍ଷ ମହିଳାଙ୍କୁ ଲକ୍ଷପତି ଦିଦି ଭାବେ ଗଢି ଆଜି ଓଡ଼ିଶା ଭାରତ ବର୍ଷରେ ପ୍ରଥମ ସ୍ଥାନ ଅଧିକାର କରିଛି । ଏହି ସଫଳତା ଆମ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାଙ୍କ ନିଷ୍ଠା, ମିଶନ ଶକ୍ତି ଏବଂ ଓଡ଼ିଶା ଜୀବିକା ମିଶନର ଆନ୍ତରିକତା ଓ ତୃଣମୂଳ ସ୍ତରରେ ଦକ୍ଷତାପୂର୍ଣ୍ଣ କାର୍ଯ୍ୟର ଫଳସ୍ୱରୂପ ଆମକୁ ମିଳିଛି । ସେହିପରି ମହିଳାମାନଙ୍କୁ ଉଦ୍ୟୋଗୀ ଓ ନେତୃତ୍ୱ କ୍ଷେତ୍ରରେ ଆଗକୁ ବଢାଇବା ପାଇଁ ଆମେ ସମସ୍ତ ଉଦ୍ୟମ ଜାରି ରଖିଛୁ ।
ଆମର ଲକ୍ଷ୍ୟ ହେଉଛି ଲକ୍ଷପତି ଦିଦି କେବଳ ମହିଳାମାନଙ୍କ ଜୀବିକା ନୁହେଁ, ଏହାକୁ ମହିଳାମାନଙ୍କ ଗରିମା ବୃଦ୍ଧି, ସ୍ୱାବଲମ୍ବନଶୀଳତା ଓ ନେତୃତ୍ୱର ଆନ୍ଦୋଳନ ରୂପେ ପରିଣତ କରିବା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ଏହି ଅବସରରେ ରାୟଗଡା ଜିଲ୍ଲାର ଲକ୍ଷପତି ଦିଦି ଶ୍ରୀମତୀ ବିନ୍ଧ୍ୟବାଶିନୀ, ମହାରାଷ୍ଟ୍ରର ଶ୍ରୀମତୀ ଶୋଭା ଦିଗମ୍ବର କଦମ୍ ସେମାନଙ୍କର ସଫଳତାର ଅନୁଭୂତି ଓ ଅଭିଜ୍ଞତାକୁ ବର୍ଣ୍ଣନା କରିଥିଲେ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଲକ୍ଷପତି ଦିଦି ଏବଂ ଶ୍ରେଷ୍ଠ ଜିଲ୍ଲାକୁ ପୁରସ୍କାର ପ୍ରଦାନ କରିଛନ୍ତି ।
କ୍ଟ

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031