Indus Valley Times

ବଣାଇରେ ଚାଞ୍ଚଲ୍ୟ, ଅଜାକୁ ଟାଙ୍ଗିଆରେ ହାଣି କଟା ମୁଣ୍ଡ ଧରି ବୁଲିଲା ନାତି

 Breaking News

ବଣାଇରେ ଚାଞ୍ଚଲ୍ୟ, ଅଜାକୁ ଟାଙ୍ଗିଆରେ ହାଣି କଟା ମୁଣ୍ଡ ଧରି ବୁଲିଲା ନାତି

July 01
19:46 2024

ସୁନ୍ଦରଗଡ଼, ୧/୭ : ଅତି ବୀଭତ୍ସ ଭାବେ ଅଜାଙ୍କୁ ଟାଙ୍ଗିଆରେ ହାଣିଦେଲା ନାତି। ତା’ପରେ ଅଜାର କଟା ମୁଣ୍ଡ କାଟି ଧରି ଗାଁରେ ବୁଲୁଥିଲା।
ଆଜି ସକାଳେ ଏଭଳି ବୀଭତ୍ସ ହତ୍ୟାକାଣ୍ଡ ସୁନ୍ଦରଗଡ଼ ଜିଲ୍ଲା କେ.ବଲାଙ୍ଗ ଥାନା ଅଞ୍ଚଳରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ୍ ଗାଁରେ ପହଞ୍ଚି ଅଭିଯୁକ୍ତକୁ କାବୁ କରିଛି। ଗୁଣି ଗାରେଡ଼ି ପାଇଁ ଏହି ହତ୍ୟାକାଣ୍ଡ ଘଟିଥିବା ଅଭିଯୋଗ ହୋଇଛି।
ଗୁଣିଗାରେଡିକୁ ନେଇ ପୁରୁଣାପାଣି ଗାଁର ନଇମନ ମୁଣ୍ଡା ଓ ତାଙ୍କ ସମ୍ପର୍କୀୟ ନାତି ସଲ୍ମାନ ମୁଣ୍ଡାଙ୍କ ମଧ୍ୟରେ ଶତ୍ରୁତା ଲାଗି ରହିଥିଲା। ଆଜି ସକାଳେ ଏହା ଉଗ୍ର ରୂପ ଧାରଣ କରିଥିଲା। ନଇମନଙ୍କ ଘରକୁ ଆସିଥିଲେ ସଲମାନ। ସେଠାରେ ଉଭୟଙ୍କ ଭିତରେ ଯୁକ୍ତିତର୍କ ଓ ପାଟିତୁଣ୍ଡ ହୋଇଥିଲା।
ଏଥିରେ ଉତ୍କ୍ଷିପ୍ତ ହୋଇ ସଲମାନ୍ ମୁଣ୍ଡା ଏକ ଧାରୁଆ ଟାଙ୍ଗିଆରେ ଅଜା ନଇମନ୍ଙ୍କ ବେକରେ ଗୋଟିଏ ଚୋଟ ପକାଇଥିଲା। ଯାହାଫଳରେ ମୁଣ୍ଡ ଓ ଗଣ୍ଡି ଅଲଗା ହୋଇଯାଇଥିଲା।
ନଇମନଙ୍କ ଚିତ୍କାର ଶୁଣି ଘର ପାଖକୁ ପଡ଼ୋଶୀ ଆସିଥିଲେ। ହେଲେ ସଲ୍ମାନ ରକ୍ତମୁଖା ହୋଇଥିବା ଦେଖି ତା’ ପାଖକୁ କେହି ପଶି ପାରିନଥିଲେ। ଭୟରେ ନିଜ ନିଜ ଘରେ କବାଟ କିଳି ରହିଥିଲେ।
ଅଜାକୁ ହାଣିବା ପରେ ମୁଣ୍ଡକୁ ଏକ ବ୍ୟାଗରେ ପୂରାଇ ଗାଁ ଦାଣ୍ଡରେ ବୁଲୁଥିଲା ସଲମାନ। ଗାଁ ଲୋକେ ଏନେଇ କେ.ବଲାଙ୍ଗ ଥାନାକୁ ଖବର ଦେଇଥିଲେ। ପୁଲିସ୍ ଗାଁରେ ପହଞ୍ଚି ରକ୍ତମୁଖା ହୋଇ କଟା ମୁଣ୍ଡ ଧରି ବୁଲୁଥିବା ସଲମାନକୁ ଧରିଥିଲା। ପୁଲିସ୍ ତାକୁ ଅଟକ ରଖି ପଚରାଉଚରା କରୁଛି। ଗୁଣି ଗାରେଡିରୁ ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟିଥିବା ପୁଲିସ୍ ସନ୍ଦେହ କରୁଛି। ଅନ୍ୟପକ୍ଷରେ ପୁଲିସ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଚଳାଇଛି।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031