Indus Valley Times

ମାଆ ସମଲେଇକୁ ଦର୍ଶନ କଲେ ୫ଟି ଅଧ୍ୟକ୍ଷ, ପ୍ରକଳ୍ପର ସମୀକ୍ଷା କଲେ ଭିକେ ପାଣ୍ଡିଆନ୍

 Breaking News

ମାଆ ସମଲେଇକୁ ଦର୍ଶନ କଲେ ୫ଟି ଅଧ୍ୟକ୍ଷ, ପ୍ରକଳ୍ପର ସମୀକ୍ଷା କଲେ ଭିକେ ପାଣ୍ଡିଆନ୍

ମାଆ ସମଲେଇକୁ ଦର୍ଶନ କଲେ ୫ଟି ଅଧ୍ୟକ୍ଷ, ପ୍ରକଳ୍ପର ସମୀକ୍ଷା କଲେ ଭିକେ ପାଣ୍ଡିଆନ୍
January 13
17:28 2024

ସମ୍ବଲପୁର, ୧୩/୧: ସମ୍ବଲପୁର ଗସ୍ତରେ ୫ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍। ଆଜି ସକାଳ ୭ଟାରେ ସେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ସମଲେଇ ପ୍ରକଳ୍ପର ଅଗ୍ରଗତି ନେଇ ସମୀକ୍ଷା ବୈଠକ କରିଥିଲେ।
ଏହି ସମୀକ୍ଷା ବୈଠକରେ ଆରଡିସି, ଜିଲ୍ଲାପାଳ ଓ ମହାନଗର ନିଗର କମିଶନର ପ୍ରମୁଖ ଉପସ୍ଥିତ ଥିଲେ। ଏହାପରେ ମା’ ସମଲେଶ୍ୱରୀଙ୍କ ମନ୍ଦିରକୁ ଯାଇଥିଲେ ୫ଟି ଅଧ୍ୟକ୍ଷ। ମା’ଙ୍କୁ ଦର୍ଶନ କରିବା ସହ ସମଲେଇ ପ୍ରକଳ୍ପ ବୁଲି ଦେଖି ଅଗ୍ରଗତି କାର‌୍ୟ୍ୟର ସମୀକ୍ଷା କରିଥିଲେ।
ସୂଚନାଯୋଗ୍ୟ, ଆସନ୍ତା ୨୭ ତାରିଖରେ ସମଲେଇ ପ୍ରକଳ୍ପ ଉଦଘାଟିତ ହେବ। ମା’ଙ୍କ ପୀଠକୁ ନୂଆ ରୂପରେ ଦେଖିବାକୁ ପାଇବେ ଶ୍ରଦ୍ଧାଳୁ। ଉଦଘାଟନ ପାଇଁ ଯେଉଁ ସମୟ ଧାର‌୍ୟ୍ୟ କରାଯାଇଛି, ସେହି କାମ କେତେ ଦୂର ଗଲା ତାହା ସମୀକ୍ଷା କରିବା ସହ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ୫ଟି ଅଧ୍ୟକ୍ଷ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031