Indus Valley Times

ଖବର କାଗଜ ବିତରକ ମାନଙ୍କୁ ଶୀତବସ୍ତ୍ର ବଣ୍ଟନ

 Breaking News

ଖବର କାଗଜ ବିତରକ ମାନଙ୍କୁ ଶୀତବସ୍ତ୍ର ବଣ୍ଟନ

December 24
10:34 2024

ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୨୩/୧୨: ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଆଜି ଅପରାହ୍ନରେ ଖବର କାଗଜ ବିତରକ ମାନଙ୍କୁ ପୁରୁଣା ସହର ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ନିକଟରେ ଶୀତବସ୍ତ୍ର ବଣ୍ଟନ କରାଯାଇଛି।
ଜିଲ୍ଲା ସଭାପତି ପ୍ରମୋଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବଣ୍ଟନ କାର୍ଯ୍ୟକ୍ରମରେ ସଂଘର ସମସ୍ତ ସଦସ୍ୟ ଉପସ୍ଥିତ ଥିବା ବେଳେ ନୟାଗଡ଼ ସହର ମଧ୍ୟରେ ଦୈନିକ ଖବର ବାଣ୍ଟୁଥିବା ସମସ୍ତ ବିତରକ ମାନଙ୍କୁ ଶୀତବସ୍ତ୍ର ପ୍ରଦାନ କରାଯାଇ ସେମାନଙ୍କ ସୁବିଧା ଅସୁବିଧା ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା।
ନୟାଗଡ଼ ଖବର କାଗଜ ବିତରକ ସଂଘର ପଞ୍ଜିକରଣ କାର୍ଯ୍ୟଏବଂ ଖବର କାଗଜ ବିକ୍ରୟ ପାଇଁ ଭେଣ୍ଡିଂ ଜୋନ ପ୍ରତିଷ୍ଠା ପାଇଁ ବିତରକ ମାନଙ୍କ ପକ୍ଷରୁ ଜିଲ୍ଲା ସାମ୍ବାଦିକ ସଂଘର ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଜି ଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଭେଣ୍ଡିଂ ଜୋନ ପ୍ରତିଷ୍ଠା ପାଇଁ ଜିଲ୍ଲା ପ୍ରଶାସନ ସହିତ ଆଲୋଚନା କରିବା ତଥା ଖବର କାଗଜ ବିତରକ ସଂଘର ପଞ୍ଜିକରଣ ଦାୟିତ୍ୱ ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକ ନିଜେ ନେଇଥିଲେ। ଶୀତବସ୍ତ୍ର ବିତରଣ କାର୍ଯ୍ୟକ୍ରମରେ ସଂଘ ଉପଦେଷ୍ଟା ଶ୍ରୀକାନ୍ତ ପଟ୍ଟନାୟକ,କାର୍ଯ୍ୟକାରୀ ସଭାପତି ସୁବାସ ମହାପାତ୍ର ଏବଂ ନିଶିକାନ୍ତ ରଥ, ସାଧାରଣ ସମ୍ପାଦକ ପ୍ରଦୀପ୍ତ ରଥ,ସଂଗଠନ ସମ୍ପାଦକ ଜୟେନ୍ଦ୍ର ବେହେରା,କାର୍ଯ୍ୟାଳୟ ଉପସଭାପତି ପୁରୁଷୋତ୍ତମ ମହାପାତ୍ର ଏବଂ ସମ୍ପାଦକ ସୁରେନ୍ଦ୍ର ପ୍ରଧାନ, କୋଷାଧକ୍ଷ ଗୋକୁଳ କୁମାର ଷଡ଼ଙ୍ଗୀ ଏବଂ ଗଣମାଧ୍ୟମ ସଂଯୋଜକ ଲକ୍ଷ୍ମୀଧର ସାହୁଙ୍କ ସମେତ ଜିଲ୍ଲା ସଂଘର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।
ନୟାଗଡ଼ ଜିଲ୍ଲା ମହୋତ୍ସବ : ଇଭେଣ୍ଟ ମ୍ୟାନେଜମେଣ୍ଟ ବୈଠକରେ ପ୍ରବଳ ହଟ୍ଟଗୋଳ
ନୟାଗଡ଼, ୨୪/୧୨ : ନୟାଗଡ଼ ଜିଲ୍ଲା ମହୋତ୍ସବ ପଲ୍ଲିଶ୍ରୀ, ପୁସ୍ତକ ଓ କୃଷି ମେଳା ଆସନ୍ତାକାଲି ତଥା ୨୪ ତାରିଖଠାରୁ ଅନୁଷ୍ଠିତ ହେବାକୁ ଯାଉଛି । ଏଥିପାଇଁ ଆଜି ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦ୍ଦାରଙ୍କ ଅଧ୍ୟକ୍ଷତାରେ ଇଭେଣ୍ଟ ମ୍ୟାନେଜ୍‌ମେଣ୍ଟ ବୈଠକ ସଦଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି ।
ଏହି ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ସହକାରୀ ଜିଲ୍ଲାପାଳ ତାପସୀ ରାଜ୍‌, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୁରେନ୍ଦ୍ର ନାଥ ସାହୁ ପ୍ରମୂଖ ଉପସ୍ଥିତ ରହିଥିଲେ । ବୈଠକରେ ଆଜି ପ୍ରବଳ ହଟ୍ଟଗୋଳ ହେବା ସହ ସଦସ୍ୟମାନେ ଉଦବେଗ ପ୍ରକାଶ କରିଥିଲେ ।
ଜିଲ୍ଲା ମହୋତ୍ସବ କେଉଁ ଅଦୃଶ୍ୟ ଶକ୍ତି ଦ୍ୱାରା ପରିଚାଳିତ ହେଉଛି ବୋଲି ପ୍ରଶ୍ନ କରିଥିଲେ । କଲଚରାଲ୍ କମିଟିକୁ ଭାଙ୍ଗି ଇଭେନ୍ଟ ମ୍ୟାନେଜ୍‌ମେଣ୍ଟ କମିଟି ଗଠନର କାରଣ କଣ ବୋଲି ପ୍ରଶ୍ନ କରିଥିଲେ ।
ମହୋତ୍ସବ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା, ଇଭେଣ୍ଟ ଚୟନ ସରିଥିବା ବେଳେ ଶେଷ ମୁହୁର୍ତ୍ତରେ ବୈଠକ ଡକାଯିବା ପଛରେ କି ରହସ୍ୟ ରହିଛି ବୋଲି ପ୍ରଶ୍ନ ଉଠିଥିଲା । ଜିଲ୍ଲା ପ୍ରଶାସନ ନିଜ ଇଚ୍ଛା ମୁତାବକ ସବୁ ପ୍ରସ୍ତୁତି କରିଥିବା ବେଳେ କମିଟି ମୁଣ୍ଡରେ ଅଠା ବୋଳିବା ପ୍ରୟାସରୁ କ୍ଷାନ୍ତ ରୁହନ୍ତୁ ବୋଲି ସଦସ୍ୟମାନେ ମତ ଦେଇଥିଲେ ।
ଆସନ୍ତାକାଲି ଜିଲ୍ଲା ମହୋତ୍ସବ ଅନୁଷ୍ଠିତ ହେବାକୁ ଥିବା ବେଳେ ଏଯାଏଁ ବୁଦ୍ଧିଜୀବୀ ଓ ବରିଷ୍ଠ ନାଗରିକଙ୍କୁ ନିମନ୍ତ୍ରଣ ପତ୍ର ପ୍ରଦାନ କରାଯାଇନଥିବା ନେଇ ଉଦବେଗ ପ୍ରକାଶ ପାଇଥିଲା । ଅତିଥି ଚୟନ ଏବଂ ନିମନ୍ତ୍ରଣ ପତ୍ରରେ ବ୍ୟାପକ ତ୍ରୃଟିକୁ ସମାଲୋଚନା କରାଯାଇଥିଲା ।
ନୟାଗଡ଼ ସହରର ପ୍ରଥମ ନାଗରିକ ପୈାର ପରିଷଦ ଅଧ୍ୟକ୍ଷା ହୋଇଥିବା ବେଳେ ରାଜ୍ୟ ବିଜେପି ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡାଙ୍କୁ ନିମନ୍ତ୍ରଣ ପତ୍ରରେ ଆଗରେ ରଖିବା ଏବଂ ଅଧ୍ୟକ୍ଷାଙ୍କୁ ପଛରେ ପକାଇ ନୟାଗଡ଼ ବାସୀଙ୍କୁ ନିନ୍ଦିତ କରାଯାଉଛି ବୋଲି ବୈଠକରେ ନିନ୍ଦା କରାଯାଇଥିଲା । ନୟାଗଡ଼ ମହୋତ୍ସବ ନୟାଗଡ଼ିଆକୁ ନେଇ କରାଯାଉନଥିବା ଅନେକ ସଦସ୍ୟ ମତ ଦେଇଥିଲେ । କେବଳ ସଂଯୋଜନା ସମ୍ପର୍କିତ ଆଲୋଚନା ପାଇଁ ଇଭେଣ୍ଟ ମ୍ୟାନେଜମେଣ୍ଟ ସଦସ୍ୟଙ୍କୁ ପ୍ରସ୍ତାବ ଦିଆଯାଇଥିଲା ।
ପ୍ରଶାସନ ସବୁ ସ୍ଥିର କରି ସାରିଥିବାରୁ ସଂଯୋଜକ ପ୍ରଶାସନ ସ୍ଥିର କରୁ ବୋଲି ସଦସ୍ୟମାନେ କହିଥିଲେ । ଏଭଳି ବେପରୁଆ ଢଙ୍ଗରେ ନିମନ୍ତ୍ରଣ ପତ୍ର କରାଯିବା ପଛରେ କିଏ ରହିଛି ବୋଲି ପ୍ରଶ୍ନ ଉଠିଥିଲା । ଏହା ସହିତ ନିମନ୍ତ୍ରଣ ପତ୍ରକୁ ପୁନଃ ସଂଶୋଧନ କରିବାକୁ ପ୍ରସ୍ତାବ ଦିଆଯାଇଥିଲା । ଏହି ବୈଠକରେ ରୋଟାରିଆନ୍ ଶ୍ରୀକାନ୍ତ ଖଟେଇ, ସମାଜସେବୀ ପ୍ରଭାସିନୀ ନନ୍ଦ, ସାମ୍ବାଦିକ ବୈଦ୍ୟଭୂଷଣ ମହାପାତ୍ର, ସାମ୍ବାଦିକ ଲୋକନାଥ ମିଶ୍ର, ସାମ୍ବାଦିକ ରଜତ ପଟ୍ଟନାୟକ, ସାମ୍ବାଦିକ ପ୍ରଦୀପ୍ତ ରଥ, ଆଇନଜୀବୀ ରଜତ ଚମ୍ପତ୍ତରାୟ, ପୈାର ପରିଷଦ ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା, ଜିଲ୍ଲା ପରିଷଦ ସଦସ୍ୟ ସୁବାଷ ଚନ୍ଦ୍ର କହଁର, ସାମ୍ବାଦିକ ବିଶ୍ୱଭୂଷଣ ମହାପାତ୍ର, ସାମ୍ବାଦିକ ଜୟେନ୍ଦ୍ର ବେହେରା, ସାମ୍ବାଦିକ ଅନୀଲ କୁମାର ପଣ୍ଡା, ଅଧ୍ୟାପିକା ସ୍ମିତା ସ୍ୱାଇଁ, କବି ଗୋପୀନାଥ ସେଠୀ ପ୍ରମୂଖ ଉପସ୍ଥିତ ରହିଥିଲେ ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031