Indus Valley Times

ମାଣବସା ଗୁରୁବାରରେ ମାଣ୍ଡିଆ ଭୋଗ ଲଗାନ୍ତୁ, ଶ୍ରୀ ଅନ୍ନ ଓ ବିସ୍ତୃତ ଖାଦ୍ୟ ସମ୍ମିଳନୀର ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

 Breaking News

ମାଣବସା ଗୁରୁବାରରେ ମାଣ୍ଡିଆ ଭୋଗ ଲଗାନ୍ତୁ, ଶ୍ରୀ ଅନ୍ନ ଓ ବିସ୍ତୃତ ଖାଦ୍ୟ ସମ୍ମିଳନୀର ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

ମାଣବସା ଗୁରୁବାରରେ ମାଣ୍ଡିଆ ଭୋଗ ଲଗାନ୍ତୁ, ଶ୍ରୀ ଅନ୍ନ ଓ ବିସ୍ତୃତ ଖାଦ୍ୟ ସମ୍ମିଳନୀର ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା
November 10
17:07 2024

ଭୁବନେଶ୍ୱର, ୧୦/୧୧: ମାର୍ଗଶୀର ମାଣବସା ଗୁରୁବାରରେ ମା ଲକ୍ଷ୍ମୀଙ୍କ ନିକଟରେ ମାଣ୍ଡିଆ ଭୋଗ ଲଗାଇବାକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଆହ୍ଵାନ।
ଏହାସହ ମାଣ୍ଡିଆରେ ବିଭିନ୍ନ ବ୍ୟଞ୍ଜନ ପ୍ରସ୍ତୁତ କରି ପରିବାର ଲୋକଙ୍କୁ ପରଷିବା ପାଇଁ ସମସ୍ତ ମା ମାନଙ୍କୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ପଦକ୍ଷେଡ ମାଣ୍ଡିଆକୁ ପ୍ରୋତ୍ସାହନ କରିବାରେ ବେଶ ସହାୟକ ହେବ।
ଲୋକସେବା ଭବନରେ ରବିବାର ଆୟୋଜିତ ଶ୍ରୀ ଅନ୍ନ ଓ ବିସ୍ତୃତ ଖାଦ୍ୟ ସମ୍ମିଳନୀର ଉଦଘାଟନୀ ଉତ୍ସବରେ ଏଭଳି ଆହ୍ଵାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଅବସରରେ ସବୁ ଲୋକଙ୍କ ଥାଳିରେ ମାଣ୍ଡିଆ ପହଞ୍ଚାଇବା ସରକାରଙ୍କ ଲକ୍ଷ୍ୟ ରଖିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ମିଡ ଡେ ମିଲରେ ମାଣ୍ଡିଆ ଦିଆଯାଉଛି। ଆଗକୁ ଲୋକଙ୍କ ଥାଳିରେ ମାଣ୍ଡିଆ ପହଞ୍ଚିବ। ଏହା ହୋଇପାରିଲେ ସରକାର ତାଙ୍କ ଲକ୍ଷ୍ୟରେ ସଫଳ ହେବେ ବୋଲି ଧରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି ରାଜ୍ୟର ୧୭୭ ବ୍ଲକରେ ସଂପ୍ରତି ମାଣ୍ଡିଆ ଚାଷ ହେଉଛି। ବର୍ତ୍ତମାନ ମିଲେଟ ହବ ପାଇଁ ବାତାବରଣ ସୃଷ୍ଟି ହୋଇଛି। ମାଣ୍ଡିଆ ଉତ୍ପାଦନ ଓ ବିକ୍ରିବଟା ପାଇଁ ଗୁରୁତ୍ଵ ଦେଉଛନ୍ତି ସରକାର। ମାଣ୍ଡିଆର ଚାହିଦା ବୃଦ୍ଧି ସହ ଚାଷୀ କିପରି ଆଗ୍ରହ ପ୍ରକାଶ କରିବ ସେ ନେଇ ଯୋଜନା ହେଉଛି। ଆଗକୁ ରପ୍ତାନୀ ବ୍ୟବସ୍ଥା ବି କରାଯିବ। ଅଧିକ ମାଣ୍ଡିଆ ଚାଷ ଓ ଉତ୍ପାଦନ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ଧାର‌୍ୟ୍ୟ କରାଯାଇଛି।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930