Indus Valley Times

ଶୋଇଥିବା ବେଳେ ଉପରେ ପଡ଼ିଲା ଟେଣ୍ଟ୍ ଜିନିଷ : ୩ ଜଣଙ୍କ ମୃତ୍ୟୁ, ଜଣେ ଗୁରୁତର

 Breaking News

ଶୋଇଥିବା ବେଳେ ଉପରେ ପଡ଼ିଲା ଟେଣ୍ଟ୍ ଜିନିଷ : ୩ ଜଣଙ୍କ ମୃତ୍ୟୁ, ଜଣେ ଗୁରୁତର

ଶୋଇଥିବା ବେଳେ ଉପରେ ପଡ଼ିଲା ଟେଣ୍ଟ୍ ଜିନିଷ : ୩ ଜଣଙ୍କ ମୃତ୍ୟୁ, ଜଣେ ଗୁରୁତର
May 21
18:49 2026

କେନ୍ଦୁଝର, ୨୧/୫ : କେନ୍ଦୁଝର ଜିଲ୍ଲାରେ କାଳବୈଶାଖୀ ନେଇଛି ୩ ଜଣଙ୍କ ଜୀବନ। ପ୍ରବଳ ଝଡ଼ବର୍ଷା ଓ ପବନ ଯୋଗୁଁ ନରଣପୂର ଅଞ୍ଚଳରେ ଏକ ବିରାଟ ଟେଣ୍ଟ ଭୁଶୁଡ଼ି ପଡ଼ିବାରୁ ୩ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ଏହି ଅଘଟଣ ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ସୂଚନା ଅନୁଯାୟୀ, ନରଣପୂର ଅଞ୍ଚଳରେ ଏକ କାର‌୍ୟ୍ୟକ୍ରମ ପାଇଁ ବଡ଼ ଧରଣର ଟେଣ୍ଟ ବନ୍ଧାଯାଇଥିଲା। ଗୁରୁବାର ଅପରାହ୍ନରେ ହଠାତ୍ ପାଗ ବଦଳି ଯାଇଥିଲା। ଆକାଶ ମେଘାଚ୍ଛନ୍ନ ହେବା ସହ ପ୍ରବଳ ବେଗରେ ଝଡ଼ପବନ ଓ ବର୍ଷା ଆରମ୍ଭ ହୋଇଥିଲା। କିଛି ସମୟ ମଧ୍ୟରେ ପବନର ବେଗ ଏତେ ବଢ଼ିଯାଇଥିଲା ଯେ ଟେଣ୍ଟର ଲୁହା ଫ୍ରେମ୍ ଓ ପାଇପ୍ ଭାଙ୍ଗି ତଳକୁ ଭୁଶୁଡ଼ି ପଡ଼ିଥିଲା।
ଝଡ଼ରୁ ରକ୍ଷା ପାଇବା ଆଶାରେ କିଛି ଲୋକ ଟେଣ୍ଟ ତଳେ ଆଶ୍ରୟ ନେଇଥିଲେ। କିନ୍ତୁ ସେହି ଆଶ୍ରୟସ୍ଥଳ ହିଁ ସେମାନଙ୍କ ପାଇଁ ମୃତ୍ୟୁର କାରଣ ପାଲଟିଥିଲା। ଟେଣ୍ଟ ଭୁଶୁଡ଼ି ପଡ଼ିବାରୁ ଭାରୀ ଲୁହା ଫ୍ରେମ୍ ତଳେ ଚାପି ହୋଇ ୩ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ଆଉ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଥିଲେ।
ସ୍ଥାନୀୟ ଲୋକ ଓ ପ୍ରଶାସନ ମିଳିତ ଭାବେ ଉଦ୍ଧାର କାର‌୍ୟ୍ୟ ଚଳାଇ ଆହତଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ସେଠାରେ ତାଙ୍କର ଚିକିତ୍ସା ଚାଲିଛି ଏବଂ ସ୍ଥିତି ଗୁରୁତର ଥିବା ଜଣାପଡ଼ିଛି। ଘଟଣା ପରେ କେନ୍ଦୁଝର ଟାଉନ୍ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କାଳବୈଶାଖୀର ଏହି ତାଣ୍ଡବ ପୁଣିଥରେ ପ୍ରକୃତିର ଭୟଙ୍କର ରୂପକୁ ସାମ୍ନାକୁ ଆଣିଛି।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031