Indus Valley Times

ମିଳିଲା ନିଖୋଜ କ୍ରିକେଟର ରାଜଶ୍ରୀଙ୍କ ପତ୍ତା, ସ୍କୁଟି ଠାରୁ ୨୦୦ ମିଟର ଦୂରରେ ଝୁଲୁଛି ମୃତଦେହ

 Breaking News

ମିଳିଲା ନିଖୋଜ କ୍ରିକେଟର ରାଜଶ୍ରୀଙ୍କ ପତ୍ତା, ସ୍କୁଟି ଠାରୁ ୨୦୦ ମିଟର ଦୂରରେ ଝୁଲୁଛି ମୃତଦେହ

ମିଳିଲା ନିଖୋଜ କ୍ରିକେଟର ରାଜଶ୍ରୀଙ୍କ ପତ୍ତା, ସ୍କୁଟି ଠାରୁ ୨୦୦ ମିଟର ଦୂରରେ ଝୁଲୁଛି ମୃତଦେହ
January 13
12:42 2023

କଟକ,୧୩/୧: ନିଖୋଜ ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁଙ୍କ ଝୁଲନ୍ତା ମୃତଦେହ ଆଠଗଡ଼ର ଓରନ୍ଦା ଜଙ୍ଗଲରୁ ଉଦ୍ଧାର କରାଯାଇଛି। ମୃତଦେହଟି ରାଜଶ୍ରୀଙ୍କର ବୋଲି ମଙ୍ଗଳାବାଗ ଥାନା ପୁଲିସ ସ୍ପଷ୍ଟ କରିଛି ।
ପ୍ରଥମେ ରାଜଶ୍ରୀଙ୍କ ସ୍କୁଟି ଓ ହେଲମେଟ୍ ଓରନ୍ଦା ଜଙ୍ଗଲରୁ ମିଳିଥିଲା। ସ୍କୁଟି ଓ ହେଲମେଟ୍ ମିଳିଥିବା ସ୍ଥାନର ୨୦୦ ମିଟର ଦୂରରେ ରାଜଶ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ରାଜଶ୍ରୀ ଗଛରେ ଓଢ଼ଣୀ ଲଗାଇ ଆତ୍ମହତ୍ୟା କରିଥିବା ଜଣାଯାଇଛି। ମଙ୍ଗଳବାଗ ଥାନା ପୁଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାର ତଦନ୍ତ କରୁଛନ୍ତି।
ଯଦି ରାଜଶ୍ରୀ ଆତ୍ମହତ୍ୟା କରିଥାନ୍ତି, ତାହାହେଲେ ତାଙ୍କ ଆତ୍ମହତ୍ୟା ପାଇଁ ଓସିଏ ଓ କୋଚ୍ ପୁଷ୍ପାଞ୍ଜଳି ବାନାର୍ଜ ଦାୟୀ ବୋଲି ତାଙ୍କ ଭଉଣୀ ଜୟଶ୍ରୀ କହିଛନ୍ତି। ରାଜଶ୍ରୀଙ୍କ ମୃତ୍ୟୁ ଖବର ଶୁଣି ତାଙ୍କ ବାପା ମା’ ଭାଙ୍ଗି ପଡ଼ିଥିବା ବେଳେ ତାଙ୍କ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ରାଜଶ୍ରୀଙ୍କ ଘର ପୁରୀ ଜିଲ୍ଲାର କୋଣାର୍କର ରାମଚଣ୍ଡୀ ଅଞ୍ଚଳରେ ବୋଲି ଜଣାଯାଇଛି।ୟଗ୍ଦ ଭଚ୍ଚ
ଓଡ଼ିଶା ମହିଳା ସିନିୟର ଦଳରେ ରାଜଶ୍ରୀ ଖେଳୁଥିଲେ। ପୁଡ଼ୁଚେରୀରେ ଗୋଟିଏ ଦିନିକିଆ ମ୍ୟାଚ୍ ଖେଳିବା ପାଇଁ ୨୫ ଜଣିଆ ସମ୍ଭାବ୍ୟ ସ୍କ୍ୱାଡ ଘୋଷଣା କରାଯାଇଥିଲା। ରାଜଶ୍ରୀ ଏଥିରେ ସ୍ଥାନ ପାଇଥିଲେ। ଏଥିସହ ସେ ସ୍କ୍ୱାଡର ଅନ୍ୟ ଖେଳାଳିଙ୍କ ସହ କଟକର ବଜ୍ରକବାଟିରେ ଥିବା ଏକ ହୋଟେଲରେ ରହି ନିୟମିତ ପ୍ରଶିକ୍ଷଣ ଶିବିରରେ ଯୋଗ ଦେଉଥିଲେ।
ଏହିକ୍ରମରେ ସେ ୧୧ ତାରିଖ ଦିନ ମଧ୍ୟ ହୋଟେଲରୁ ପ୍ରଶିକ୍ଷଣ ଶିବିରକୁ ବାହାରିଥିଲେ। କିନ୍ତୁ ପ୍ରଶିକ୍ଷଣ ଶିବିରରେ ପହଞ୍ଚି ନଥିଲେ। ଏହାକୁ ନେଇ କୋଚ୍ ଚିନ୍ତିତ ହେବା ସହ ତାଙ୍କୁ ଫୋନ୍ କରିଥିଲେ। ତେବେ ତାଙ୍କ ଫୋନ୍ ଲାଗି ନଥିଲା। ଏନେଇ ରାଜଶ୍ରୀଙ୍କୁ ବହୁତ ଖୋଜାଖୋଜି କରାଯାଇଥିଲା। ତଥାପି ତାଙ୍କର କୌଣସି ପତ୍ତା ମିଳି ନଥିଲା। ଶେଷରେ କୌଣସି ଉପାୟ ନପାଇ ତାଙ୍କ କୋଚ୍ ମଙ୍ଗଳାବାଗ ଥାନାରେ ଏତଲା ଦେଇଥିଲେ।
ପୁଡୁଚେରୀ ଦିନିକିଆ ପାଇଁ ଘୋଷଣା ହୋଇଥିବା ୨୫ ଜଣିଆ ସମ୍ଭାବ୍ୟ ଖେଳାଳିଙ୍କ ମଧ୍ୟରୁ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇଥିଲା। ଚୂଡ଼ାନ୍ତ ତାଲିକାରେ ରାଜଶ୍ରୀଙ୍କ ନାଁ ନଥିଲା। ଏଥିପାଇଁ ସେ ମାନସିକ ଚାପରେ ଥିଲେ ବୋଲି ରାଜଶ୍ରୀଙ୍କ କୋଚ୍ ଏତଲାରେ ଦର୍ଶାଇଥିଲେ।
ଅନ୍ୟପକ୍ଷରେ ଝିଅକୁ ଖୋଜି ଆଣିବା ପାଇଁ କ୍ରୀଡ଼ାମନ୍ତ୍ରୀଙ୍କ ଭୁବେଶ୍ୱର ସ୍ଥିତ ବାସଭବନରେ ଆଜି ରାଜଶ୍ରୀଙ୍କ ବାପା ମା’ ପହଞ୍ଚିଥିଲେ। ହେଲେ କ୍ରୀଡ଼ାମନ୍ତ୍ରୀ ବାସଭବନରେ ନଥିବାରୁ ସେମାନେ ନିଜର ଅଭିଯୋଗ ତାଙ୍କୁ ନ ଜଣାଇ ପାରି ନିରାଶ ହୋଇ ଫେରିଥିଲେ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031