Indus Valley Times

ମୋରମ ମାଫିଆଙ୍କ ଆତଙ୍କରାଜ, ଖଣି ଅଧିକାରୀଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ !

 Breaking News

ମୋରମ ମାଫିଆଙ୍କ ଆତଙ୍କରାଜ, ଖଣି ଅଧିକାରୀଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ !

ମୋରମ ମାଫିଆଙ୍କ ଆତଙ୍କରାଜ, ଖଣି ଅଧିକାରୀଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ !
May 16
11:36 2026

ଖଇରା,୧୬/୫: ବାଲେଶ୍ୱର ଜିଲା ଅନ୍ତର୍ଗତ ଖଇରାରେ ଅଧିଷ୍ଠିତ କନିଷ୍ଠ ଖଣି ଅଧିକାରୀଙ୍କୁ ମୋରମ ମାଫିଆମାନେ ଆକ୍ରମଣ କରିଛନ୍ତି। ଗାଡ଼ିକାଚ ଭାଙ୍ଗିବା ନେଇ ଖଣି ଅଧିକାରୀ ଅଭିଷେକ ବେହେରା ଖଇରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। କୁପାରି ଅଞ୍ଚଳରେ ରାତିରେ ମୋରମ ଚୋରା ଚାଲାଣ କରାଯାଉଥିବା ନେଇ ଖବର ପାଇବାପରେ ଖଣି ଅଧିକାରୀ ଶ୍ରୀ ବେହେରା ୨ ଜଣ ପୋଲିସ କର୍ମଚାରୀଙ୍କୁ ନେଇ ପାଟ୍ରୋଲିଂରେ ଯିବା ସମୟରେ ଧୋବାଗାଡ଼ିଆ ଠାରୁ ଗୋଟିଏ କାର ଏବଂ ୨ଟି ବାଇକ ତାଙ୍କୁ ପିଛା କରିଥିଲେ।
ସେ କୁପାରୀ ସିମୁଳିଆ କଇଥଗଡ଼ିଆ ଦେଇ ଖଇରା ଆସୁଥିବାବେଳେ ସୁନ୍ଦରପୁର ନିକଟରେ ଗାଡିକୁ ଅନୁସରଣ କରୁଥିବା ବ୍ୟକ୍ତିମାନେ ଗାଡି ଉପରକୁ ପଥର ଫିଙ୍ଗି ଆକ୍ରମଣ କରିଥିଲେ। ସେଠାରୁ ସେ ଖଇରା ଥାନାକୁ ପଳାଇଆସି ଥିଲେ ହେଁ ମାଫିଆମାନେ ଥାନା ପର୍ଯ୍ୟନ୍ତ ପିଛା କରିଥିଲେ ଏବଂ ବଡ଼ପାଟିରେ ଜୀବନରୁ ଶେଷ କରିଦେବାକୁ ଧମକ ଦେଇଥିଲେ । ଏ ନେଇ ମାଇନିଂ ଅଧିକାରୀ ଖଇରା ଥାନାରେ ସୂଚନା ଦେବା ସହ ବିଭାଗୀୟ ଅଧିକାରୀଙ୍କୁ ଜଣାଇବା ପରେ ନୀଳଗିରି ଏବଂ ସୋର ଜୁନିୟର ମାଇନିଂ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ମୋରମ ମାଫିଆମାନେ ପଳାଇଥିଲେ।

About Author

indadmin

indadmin

Related Articles

Archives

Calendar

November 2026
M T W T F S S
 1
2345678
9101112131415
16171819202122
23242526272829
30