Indus Valley Times

ରଥଯାତ୍ରାରେ ପୁରୀକୁ ଗଡ଼ିବ ୨୦୫ ଟ୍ରେନ୍

 Breaking News

ରଥଯାତ୍ରାରେ ପୁରୀକୁ ଗଡ଼ିବ ୨୦୫ ଟ୍ରେନ୍

June 28
08:05 2022

ଭୁବନେଶ୍ବର,୨୮/୬: ରଥଯାତ୍ରା ସମୟରେ ଭକ୍ତଙ୍କ ଗମନାଗମନ ସୁବିଧା ପାଇଁ ରଥଯାତ୍ରା ସମୟରେ ପୁରୀକୁ ଓ ପୁରୀଠାରୁ ୨୦୫ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ରେଳ ମନ୍ତ୍ରଣାଳୟ ଯୋଜନା ପ୍ରସ୍ତୁତ କରିଛି। ଦୁଇ ବର୍ଷ ପରେ ଭକ୍ତଙ୍କ ଗହଣରେ ରଥଯାତ୍ରା ହେବାକୁ ଥିବାରୁ ଏବର୍ଷ ବହୁ ତୀର୍ଥଯାତ୍ରୀ ଏକାଠି ହେବା ନେଇ ଆକଳନ କରାଯାଇଛି। ଶ୍ରୀଗୁଣ୍ଡିଚା, ବାହୁଡ଼ା ଯାତ୍ରା ଓ ସୁନାବେଶରେ ବହୁ ତୀର୍ଥଯାତ୍ରୀ ଆସିବାକୁ ଥିବାରୁ ଓଡ଼ିଶା ସମେତ ବାହାର ରାଜ୍ୟରୁ ସ୍ବତନ୍ତ୍ର ଟ୍ରେନ୍ ଚଳାଇବାକୁ ନିଷ୍ପତ୍ତି ହୋଇଛି।
ଏମିତିକି ଗୁଣ୍ଡିଚା ଯାତ୍ରା ପୂର୍ବରୁ ଜୁନ୍ ୨୯ ଓ ୩୦ରେ ଦୁଇଟି ସାଲିମାର-ପୁରୀ-ସାଲିମାର ରଥଯାତ୍ରା ସ୍ପେସାଲ ଏକ୍ସପ୍ରେସ୍ ଚାଲିବ। ସେହିପରି ବିଶାଖାପାଟଣା-ପୁରୀ-ବିଶାଖାପାଟଣା ରଥଯାତ୍ରା ସ୍ପେସାଲ୍ ବିଶାଖାପାଟଣାରୁ ୩୦ ତାରିଖ ଅପରାହ୍ଣ ୨ଟା ୩୦ରେ ଛାଡ଼ି ଜୁଲାଇ ୧ ରାତି ୧ଟା ୧୫ରେ ପୁରୀରେ ପହଞ୍ଚିବ ଏବଂ ଜୁଲାଇ ୧ ପୂର୍ବାହ୍ନ ୧୧ଟା ୧୫ରେ ପୁରୀରୁ ଛାଡ଼ିବ।
ଜୁନାଗଡ଼ ରୋଡ-ପୁରୀ- ଜୁନାଗଡ଼ ରୋଡ ସ୍ପେସାଲ୍(ଭାୟା ସମ୍ବଲପୁର ଓ ତାଳଚେର ରୋଡ୍) ଜୁନାଗଡ଼ ରୋଡରୁ ୩୦ ତାରିଖ ପୂର୍ବାହ୍ନ ୧୧ଟାରେ ଏବଂ ପୁରୀରୁ ଜୁଲାଇ ୨ ମଧ୍ୟ ରାତି ୧୨ଟା ୧୫ରେ ଛାଡ଼ିବ। ଗୁଣୁପୁର-ପୁରୀ-ଗୁଣୁପୁର ସ୍ପେସାଲ ୩୦ ତାରିଖ ରାତି ୧୧ଟା ୩୦ରେ ଗୁଣୁପୁରରୁ ଏବଂ ଫେରିବା ମାର୍ଗରେ ଜୁଲାଇ ୨ ରାତି ୧ଟା ୪୫ରେ ପୁରୀରୁ ଗୁଣୁପୁର ଯାତ୍ରା କରିବ। ଜଗଦଲପୁର-ପୁରୀ-ଜଗଦଲପୁର ଟ୍ରେନ(ଭାୟା ବିଜୟନଗରମ୍ ଓ ରାୟଗଡ଼ା) ଜଗଦଲପୁରରୁ ଜୁନ୍ ୩୦ ସନ୍ଧ୍ୟା ୬ଟା ୩୦ରେ ଏବଂ ଜୁଲାଇ ୧ ରାତି ୮ଟା ୫ରେ ପୁରୀରୁ ଛାଡ଼ିବ। ଉକ୍ତ ଦୁଇ ଟ୍ରେନ୍ ଖୋର୍ଦ୍ଧା ରୋଡ୍ ଷ୍ଟେସନକୁ ନଯାଇ ଅରୁଗୁଳ-ହରିପୁରଗ୍ରାମ ମାର୍ଗ ଦେଇ ଯାତାୟାତ କରିବ। ଭୁବନେଶ୍ୱର-ପୁରୀ- ଭୁବନେଶ୍ୱର ସ୍ପେସାଲ ଜୁଲାଇ ୧ରୁ ୧୧ ମଧ୍ୟରେ ଭୁବନେଶ୍ୱରରୁ ପୂର୍ବାହ୍ନ ୧୦ଟା ୫ରେ ଏବଂ ପୁରୀରୁ ଅପରାହ୍ଣ ୩ଟା ୧୦ରେ ଛାଡ଼ିବ। ସମ୍ବଲପୁର-ପୁରୀ-ସମ୍ବଲପୁର ସ୍ୱତନ୍ତ୍ର ଟ୍ରେନ(ଭାୟା ନରାଜ ମାର୍ଥାପୁର ଓ ତାଳଚେର ରୋଡ୍) ସମ୍ବଲପୁରରୁ ଜୁ୍ନ୍ ୩୦ ରାତି ୯ଟା ୩୦ରେ ଏବଂ ପୁରୀରୁ ଜୁଲାଇ ୧ ରାତି ୮ଟା ୨୫ରେ ଛାଡ଼ିବ।
ଏହାବ୍ୟତୀତ ଜୁଲାଇ ପହିଲା ତଥା ଗୁଣ୍ଡିଚା ଦିନ ପାରାଦୀପ, କଟକ, ମହିପୁର, ବ୍ରହ୍ମପୁର, ଭଦ୍ରକ, ଖୋର୍ଦ୍ଧା ରୋଡ୍, କେନ୍ଦୁଝରଗଡ଼ ଆଦି ସ୍ଥାନରୁ ପୁରୀକୁ ୧୦ ଯୋଡ଼ା ଟ୍ରେନ୍(୨୦ଟି ଟ୍ରିପ୍) ରାଜ୍ୟର ବିଭିନ୍ନ ସ୍ଥାନରୁ ଯାତାୟାତ କରିବ। ସାନ୍ଧ୍ୟ ଦର୍ଶନ ପାଇଁ ଜୁଲାଇ ୮ରେ ୭ ଯୋଡ଼ା ସ୍ପେସାଲ ଟ୍ରେନ(ମହିପୁରରୁ ୩ ଯୋଡ଼ା ଓ ଖୋର୍ଦ୍ଧା ରୋଡରୁ ୪ ଯୋଡ଼ା) ପୁରୀ ଓ ଖୋର୍ଦ୍ଧା ରୋଡ଼/ମହୀପୁର ମଧ୍ୟରେ ଚଳାଚଳ କରିବାକୁ ନିଷ୍ପତ୍ତି ହୋଇଛି। ୮ ଓ ୯ ତାରିଖରେ ବିଶାଖାପାଟନମ୍-ପୁରୀ-ବିଶାଖାପାଟନମ୍ ସ୍ପେସାଲ୍, ଜୁନାଗଡ ରୋଡ୍-ପୁରୀ-ଜୁନାଗଡ ରୋଡ୍ ସ୍ପେସାଲ, ସମ୍ବଲପୁର-ପୁରୀ-ସମ୍ବଲପୁର ସ୍ପେସାଲ୍, ଗୁଣୁପୁର-ପୁରୀ-ଗୁଣୁପୁର ସ୍ପେସାଲ୍ ଚାଲିବ। ଜୁଲାଇ ୯ ତଥା ବାହୁଡ଼ା ଯାତ୍ରାରେ ପାରାଦୀପ, ମହିପୁର, କଟକ, ବ୍ରହ୍ମପୁର, ଭଦ୍ରକ, ଖୋର୍ଦ୍ଧା ରୋଡ୍, କେନ୍ଦୁଝରଗଡ଼ଠାରୁ ୧୦ ଯୋଡା ସ୍ୱତନ୍ତ୍ର ଟ୍ରେନ୍ ପୁରୀ ଯାତ୍ରା କରି ପୁଣି ଫେରିବ। ସୁନାବେଶ ତଥା ୧୦ ତାରିଖରେ ଉପରୋକ୍ତ ସହରରୁ ୧୧ ଯୋଡ଼ା ସ୍ୱତନ୍ତ୍ର ଟ୍ରେନ୍ ପୁରୀ ଯାତ୍ରା କରି ପୁଣି ଫେରିବ। ସୁନାବେଶ ପରଦିନ ଅର୍ଥାତ ଜୁଲାଇ ୧୧ରେ ୬ଟି ସ୍ୱତନ୍ତ୍ର ଟ୍ରେନ୍ ପୁରୀରୁ ଗୁଣୁପୁର, ରାୟଗଡ଼ା, ଭଦ୍ରକ, ବିଶାଖାପାଟନମ୍, କେନ୍ଦୁଝରଗଡ଼ ଓ ମହିପୁର ଅଭିମୁଖେ ଯାତ୍ରା କରିବ ଏବଂ ଏକ ସ୍ୱତନ୍ତ୍ର ଟ୍ରେନ୍ କେନ୍ଦୁଝରଗଡ଼ରୁ ପୁରୀ ପର‌୍ୟ୍ୟନ୍ତ ଚାଲିବ। ପୁରୀ-ସମ୍ବଲପୁର ସ୍ପେସାଲ ୧୧ ତାରିଖରେ ପୁରୀରୁ ମଧ୍ୟାହ୍ନ ୧୨ଟାରେ ପୁରୀ ଛାଡ଼ି ସମ୍ବଲପୁର ଅଭିମୁଖେ ଯାତ୍ରା କରିବ। ଜୁଲାଇ ୨ରୁ ୭ ପର‌୍ୟ୍ୟନ୍ତ ତିନି ଯୋଡ଼ା ବିଶେଷ ଟ୍ରେନ ଖୋର୍ଦ୍ଧା ରୋଡ୍ ଓ ପୁରୀ ମଧ୍ୟରେ ଚଳାଚଳ କରିବାକୁ ଥିବା ବେଳେ ଦୁଇ ଯୋଡ଼ା ମହିପୁର ଓ ପୁରୀ ମଧ୍ୟରେ ଚାଲିବ। ଭକ୍ତଙ୍କ ଚାହିଦାକୁ ଦୃଷ୍ଟିରେ ରଖି ରଥଯାତ୍ରା ଅବଧି ମଧ୍ୟରେ ଆହୁରି ବିଶେଷ ଟ୍ରେନ ଚଳାଇବା ଲାଗି ପୂର୍ବତଟ ରେଳପଥ ଯୋଜନା କରିଛି।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031