Indus Valley Times

ରବିବାରଠୁ ଘରେ ଘରେ ତ୍ରିରଙ୍ଗା ଅଭିଯାନ ଆରମ୍ଭ, ରାଜ୍ୟବ୍ୟାପୀ ହେବ ତ୍ରିରଙ୍ଗା ରାଲି ଓ ବିଭିନ୍ନ କାର୍ଯ୍ୟକ୍ରମ

 Breaking News

ରବିବାରଠୁ ଘରେ ଘରେ ତ୍ରିରଙ୍ଗା ଅଭିଯାନ ଆରମ୍ଭ, ରାଜ୍ୟବ୍ୟାପୀ ହେବ ତ୍ରିରଙ୍ଗା ରାଲି ଓ ବିଭିନ୍ନ କାର୍ଯ୍ୟକ୍ରମ

August 08
19:26 2026

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ଭୁବନେଶ୍ୱର, ୮/୮ : ସ୍ୱାଧୀନତା ଦିବସକୁ ନେଇ ଏବେଠୁ ଉତ୍ସବମୁଖର ହେବ ଓଡ଼ିଶା। ଦେଶପ୍ରେମ ଓ ଜାତୀୟତାର ଭାବନାକୁ ଆହୁରି ମଜବୁତ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ଆରମ୍ଭ କରିବାକୁ ଯାଉଛନ୍ତି ‘ଘରେ ଘରେ ତ୍ରିରଙ୍ଗା’ ଅଭିଯାନ। ଅଗଷ୍ଟ ୯ରୁ ୧୭ ତାରିଖ ଯାଏଁ ସାରା ରାଜ୍ୟରେ ଏହି ଅଭିଯାନ ଚାଲିବ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଆୟୋଜିତ ଏହି ଅଭିଯାନ ଭୁବନେଶ୍ୱରରୁ ଆରମ୍ଭ ହୋଇ ପରେ ବ୍ଲକ୍ ଓ ପଞ୍ଚାୟତସ୍ତର ପର୍ଯ୍ୟନ୍ତ ବ୍ୟାପିବ। ରାଲି, ସାଂସ୍କୃତିକ କାର୍ଯ୍ୟକ୍ରମ, ସଚେତନତା ଅଭିଯାନ ଓ ବିଭିନ୍ନ ଜନସମ୍ପୃକ୍ତିମୂଳକ କାର୍ଯ୍ୟକ୍ରମ ଜରିଆରେ ଲୋକଙ୍କୁ ଯୋଡ଼ାଯିବ।
ଏହି ଅଭିଯାନ ପାଇଁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରତି ଜିଲ୍ଲାକୁ ୧୦ ଲକ୍ଷ ଟଙ୍କା ଲେଖାଏଁ IEC କାର୍ଯ୍ୟକ୍ରମ ପାଇଁ ମଞ୍ଜୁର କରିଛି। ଘରେ ଘରେ ଜାତୀୟ ପତାକା ପହଞ୍ଚାଇବା ପାଇଁ ମିଶନ ଶକ୍ତିର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକ ୬୦ ଲକ୍ଷ ତ୍ରିରଙ୍ଗା ପତାକା ପ୍ରସ୍ତୁତ କରିଛନ୍ତି।
ଅଗଷ୍ଟ ୯ରେ ବିଶାଳ ତ୍ରିରଙ୍ଗା ରାଲି
ଅଗଷ୍ଟ ୯ ତାରିଖରେ ଭୁବନେଶ୍ୱରର ହାଟିଆ ଆସୁଣି ଗ୍ରାଉଣ୍ଡରୁ ଲୁମ୍ବିନୀ ବିହାର ରୋଡ୍ ପର୍ଯ୍ୟନ୍ତ ରାଜ୍ୟସ୍ତରୀୟ ତ୍ରିରଙ୍ଗା ରାଲି ଆୟୋଜିତ ହେବ। ଏଥିରେ ମୁଖ୍ୟମନ୍ତ୍ରୀଙ୍କ ସହ ସରକାରୀ କର୍ମଚାରୀ, ଯୁବବର୍ଗ, NCC, NSS ସ୍ୱେଚ୍ଛାସେବୀ ଏବଂ ସାଧାରଣ ଲୋକ ସାମିଲ ହେବେ। ଜାତୀୟ ସଙ୍ଗୀତ ସହ ବିଭିନ୍ନ ସାଂସ୍କୃତିକ ପ୍ରଦର୍ଶନ ମଧ୍ୟ ରାଲିର ଆକର୍ଷଣ ରହିବ। ସେହିପରି ସମସ୍ତ ଜିଲ୍ଲାରେ ମଧ୍ୟ ତ୍ରିରଙ୍ଗା ରାଲି ଆୟୋଜିତ ହେବ।
ଘରକୁ ଘର ସଚେତନତା କାର୍ଯ୍ୟକ୍ରମ ସହ ହୋର୍ଡିଂ, କାନ୍ଥ ଚିତ୍ର, ଅଡିଓ ମାଇକିଂ ଓ ସୋସିଆଲ ମିଡିଆ ପ୍ରଚାର ମଧ୍ୟ କରାଯିବ। ବିଭିନ୍ନ ସ୍ଥାନରେ ‘ସେଲ୍ଫି ୱିଥ୍ ତ୍ରିରଙ୍ଗା’ ବୁଥ୍ ରହିବ। ଲୋକମାନେ ଡିଜିଟାଲ୍ ସାର୍ଟିଫିକେଟ୍ ମଧ୍ୟ ଡାଉନଲୋଡ୍ କରିପାରିବେ। ସ୍କୁଲ ଓ କଲେଜଗୁଡ଼ିକରେ ମଧ୍ୟ ଦେଶପ୍ରେମର ଭାବନା ଜାଗ୍ରତ କରିବା ପାଇଁ ଗଚ୍ଚଏକ୍ଟଙ୍ଖ ପୋର୍ଟାଲରେ ଅନଲାଇନ୍ କୁଇଜ୍ ପ୍ରତିଯୋଗିତା ଆୟୋଜିତ ହେବ।
ଅଗଷ୍ଟ ୧୪ ଓ ୧୫ରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ
ଅଗଷ୍ଟ ୧୪ରେ ଜୟଦେବ ଭବନରେ ‘Partition Horrors Remembrance Day’ ପାଳନ କରାଯିବ। ଏଥିରେ ପ୍ରଦର୍ଶନୀ, ସର୍ଟ ଫିଲ୍ମ, ନାଟକ ଓ ବିଭାଜନ ସମୟରେ ପ୍ରଭାବିତ ପରିବାରଗୁଡ଼ିକୁ ଶ୍ରଦ୍ଧାଞ୍ଜଳି ଦିଆଯିବ।
ଅଗଷ୍ଟ ୧୫ରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ ସହ ରବୀନ୍ଦ୍ର ମଣ୍ଡପରେ ‘ଭାରତୀୟମ୍‌’ ଓ ‘ବନ୍ଦେ ମାତରମ୍ ୧୫୦’ ଭଳି ଦେଶପ୍ରେମୀ ସଙ୍ଗୀତ କାର୍ଯ୍ୟକ୍ରମ ହେବ। ଏହା ସହ ବାଲୁକାକଳା, ରଙ୍ଗୋଲି ଓ ସେଲ୍ଫି ବୁଥ୍ ମଧ୍ୟ ରହିବ।

ସରକାରଙ୍କ ପକ୍ଷରୁ କୁହାଯାଇଛି, ‘ଘରେ ଘରେ ତ୍ରିରଙ୍ଗା’ କେବଳ ସରକାରୀ କାର୍ଯ୍ୟକ୍ରମ ନୁହେଁ, ଏହା ସମଗ୍ର ଓଡ଼ିଶାର ଜନଭାଗିଦାରୀର ଉତ୍ସବ। ତେଣୁ NGO, ବେସରକାରୀ ସଂସ୍ଥା, ଶିକ୍ଷାନୁଷ୍ଠାନ ଓ ସାଧାରଣ ନାଗରିକଙ୍କୁ ଏଥିରେ ସାମିଲ ହେବାକୁ ଆହ୍ୱାନ କରାଯାଇଛି।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031