Indus Valley Times

ରାଷ୍ଟ୍ରୀୟ ଏକତା ଦିବସ-୨୦୨୫ ଏକତା,ଅଖଣ୍ଡତା,ସାର୍ବଭୌମତା,ସୁରକ୍ଷା, ସମସ୍ତ ନାଗରିକଙ୍କ ଧେୟ ହେଉ:ବିଧାୟକ

 Breaking News

ରାଷ୍ଟ୍ରୀୟ ଏକତା ଦିବସ-୨୦୨୫ ଏକତା,ଅଖଣ୍ଡତା,ସାର୍ବଭୌମତା,ସୁରକ୍ଷା, ସମସ୍ତ ନାଗରିକଙ୍କ ଧେୟ ହେଉ:ବିଧାୟକ

ରାଷ୍ଟ୍ରୀୟ ଏକତା ଦିବସ-୨୦୨୫ ଏକତା,ଅଖଣ୍ଡତା,ସାର୍ବଭୌମତା,ସୁରକ୍ଷା, ସମସ୍ତ ନାଗରିକଙ୍କ ଧେୟ ହେଉ:ବିଧାୟକ
October 31
21:20 2025

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା ,୩୧/୧୦ : ଭାରତ ବର୍ଷର ଗର୍ବ ଓ ଗୌରବ ଲୌହ ପୁରୁଷ, ସର୍ଦ୍ଧାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ଜିଲ୍ଲା ପ୍ରଶାସନ ଏବଂ ପୋଲିସ ପ୍ରଶାସନ ପକ୍ଷରୁ ମିଳିତ ବିଶାଳ ଗଣଦୌଡ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟରୁ ଆରମ୍ଭ ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଛକ ବି ଆର୍ ଆମ୍ବେଦକର ମାର୍ଗ ଓ ଶେଷମୁଣ୍ଡ ଛକ ଦେଇ ପୁନଶ୍ଚ ବି ଆର ଆମ୍ବେଦକର ମାର୍ଗ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଛକ ଦେଇ ବିଜୁ ପଟ୍ଟନାୟକ ବହୁମୁଖି ଇଣ୍ଡୋର୍ ଷ୍ଟାଡିୟମରେ ପହଞ୍ଚିଥିଲା ।
ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଧାୟକ, ଖୋର୍ଦ୍ଧା, ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଜଗଦେବ ଯୋଗଦେଇ କହିଲେ ଖୋର୍ଦ୍ଧା ମାଟି ବୀର ପୁରୁଷ ମାନଙ୍କ ମାଟି ।
ଖୋର୍ଦ୍ଧାର ସ୍ଵାଧୀନତା ସଂଗ୍ରାମୀ ଜୟୀ ରାଜଗୁରୁ, ପିଣ୍ଡିକି ବାହୁବଳେନ୍ଦ୍ର ଓ ବହୁ ଖ୍ୟାତନାମା ସ୍ଵାଧୀନତା ସଂଗ୍ରାମୀ ଅନ୍ୟାୟ ବିରୁଦ୍ଧରେ ସଂଗ୍ରାମ କରି ବ୍ରିଟିଶ ମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି କରିଥିଲେ ଏବଂ ସେମାନଙ୍କୁ ପରାସ୍ତ କରିଥିଲେ ।
ଭାରତ ଏକ ବହୁ ଭାଷା,ଜାତି, ଧର୍ମ, ବର୍ଣ୍ଣ, ସମ୍ପ୍ରଦାୟ ରାଷ୍ର ହୋଇଥିବାରୁ ସମସ୍ତଙ୍କ ମଧ୍ୟରେ ଏକତା ବଜାୟ ରଖି ଦେଶକୁ ଆଗକୁ ବଢାଇବାର ସର୍ଦ୍ଧାର ବଲ୍ଲଭ ଭାଇ ପଟେଲଙ୍କ ଅବଦାନ ଅବିଷ୍ମରଣିୟ ବୋଲି ଉତ୍ଥାପନ କରି ଏକତା, ଅଖଣ୍ଡତା, ସାର୍ଭୌମତା, ସୁରକ୍ଷା ପ୍ରତ୍ୟେକ ନାଗରିକ, ଯୁବ ସମାଜ, ଛାତ୍ର ସମାଜର ଦେୟ ହେଉ ବୋଲି ଅଭିଭାଷଣ ରଖିଥିଲେ ।
ସେହିପରି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ବିବେକାନନ୍ଦ ଶର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଏକତା ଗଣଦୌଡ଼ରେ ସମ୍ମାନିତ ଅତିଥି ଭାବେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଶ୍ରୀ ଜ୍ୟୋତି ଶଙ୍କର ସାହୁ ଯୋଗଦେଇ କହିଲେ ଯେ ଏକତା ହିଁ ଶକ୍ତିର ମୁଳମଞ୍ଜି ,ଯାହା ଲୌହ ମାନବ ସର୍ଦ୍ଧାର ବଲ୍ଲଭ ଭାଇ ପଟେଲଙ୍କ ଆଦର୍ଶରୁ ପ୍ରମାଣିତ ମିଳେ ।
ଏଣୁ ଆମେ ସମସ୍ତେ ଏକତା ସୂତ୍ରରେ ବାନ୍ଧି ହୋଇ ରହିଲେ ଆମ ଜିଲ୍ଲା ସମଗ୍ର ଦେଶରେ ଦୃଷ୍ଟାନ୍ତ ହେବ ବୋଲି ପ୍ରକାଶ କରିଥିଲେ ।
ସଭାପତି ଭାଷଣରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ବିବେକାନନ୍ଦ ଶର୍ମା କହିଲେ ସର୍ଦ୍ଧାର ବଲ୍ଲଭ ଭାଇ ପଟେଲଙ୍କ ରାଷ୍ଟ୍ର ପାଇଁ ଅବଦାନ ଅତୁଳନୀୟ ।
ଭାରତ ସ୍ୱାଧୀନ ହେବା ପରେ ଏକତା ଓ ଅଖଣ୍ଡତା ଭାରତର କୋଣ ଅନୁକୋଣରେ ସମସ୍ତଙ୍କ ମନରେ ଉଦ୍ରେକ କରିବାରେ ପଟେଲଙ୍କ ଭୂମିକା ଉଲ୍ଲେଖନୀୟ ।
ଏହି ଏକତାକୁ ଆମେ ସମସ୍ତେ ବଜାୟ ରଖିଲେ ଆମ ବିଶାଳ ଭାରତ ଭୂଖଣ୍ଡ ସମଗ୍ର ବିଶ୍ଵରେ ମହାଶକ୍ତିରେ ପରିଣତ ହେବ ବୋଲି ଅଭିଭାଷଣ ରଖିଥିଲେ।
ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ଶ୍ରୀନୀବାସ ମହାନ୍ତି ସ୍ୱାଗତ ଭାଷଣରେ ଏକତା ଶପଥ ପାଠ କରାଇଥିବା ବେଳେ ଦିବସର ଏକତା ପଦଯାତ୍ରା ଓ ଗଣଦୌଡ ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ ।
ଅବକାରୀ ଅଧିକ୍ଷକ ସୁମତି ତ୍ରିପାଠୀ,ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅନାଦି ଚରଣ ସେଠୀ, ଉପ ଆରକ୍ଷୀ ଅଧିକ୍ଷକ ଶ୍ରୀ ଅନିଲ କୁମାର ମହାନ୍ତି, ରିଜର୍ଭ ଇନ୍ସପେକ୍ଟର ଅଫ ପୋଲିସ ଶ୍ରୀ ସତ୍ୟକାନ୍ତ ମନୋରଞ୍ଜନ ଜେନା,ଜିଲ୍ଲା କ୍ରୀଡ଼ା ଅଧିକାରୀ ଗୀତାଞ୍ଜଳି ପଣ୍ଡା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା, ପୋଲିସ୍ ପ୍ରଶାସନର ସମସ୍ତ ଅଧିକାରୀ ଓ କର୍ମଚାରୀ ଯୋଗଦେଇଥିବା ବେଳେ ଗଣଦୌଡରେ ବିଭିନ୍ନ ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ,ମହାବିଦ୍ୟାଳୟର ଛାତ୍ରଛାତ୍ରୀ, କ୍ରୀଡାବିତ୍, ଜିଲ୍ଲା ପ୍ରଶାସନର ବିଭାଗୀୟ ଅଧିକାରୀ, ମାନ୍ୟଗଣ୍ୟ ବ୍ୟକ୍ତି ଓ ଗଣମାଧ୍ୟମ ପ୍ରତିନିଧି ବୃନ୍ଦ ଯୋଗ ଦେଇଥିଲେ ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031