Indus Valley Times

ଆଜି ହେଉଛି ପବିତ୍ର ଧନୁ ସଂକ୍ରାନ୍ତି, ଶ୍ରୀମନ୍ଦିରରେ ଆରମ୍ଭ ହେଲା ପହିଲି ଭୋଗ ନୀତି

 Breaking News

ଆଜି ହେଉଛି ପବିତ୍ର ଧନୁ ସଂକ୍ରାନ୍ତି, ଶ୍ରୀମନ୍ଦିରରେ ଆରମ୍ଭ ହେଲା ପହିଲି ଭୋଗ ନୀତି

December 16
11:21 2024

ଭୁବନେଶ୍ୱର, ୧୬/୧୨ : ଆଜି ହେଉଛି ପବିତ୍ର ଧନୁ ସଂକ୍ରାନ୍ତି। ପୌଷ ମାସର ପ୍ରଥମ ଦିନକୁ ଧନୁ ସଂକ୍ରାନ୍ତି ଭାବେ ପାଳନ କରାଯାଇଥାଏ। ଏହି ପବିତ୍ର ଦିନରେ ଠାକୁରଙ୍କୁ ଧନୁ ମୁଆଁ ଭୋଗ ହୋଇଥାଏ। ଶ୍ରୀ ମନ୍ଦିରରେ ଆଜି ଠାରୁ ପହିଲି ଭୋଗ ନୀତି ଆରମ୍ଭ ହୁଏ।
ମହାପ୍ରଭୁଙ୍କୁ ଗୋପାଳବଲ୍ଲଭ ଭୋଗ ପରେ ପହିଲି ଭୋଗ ନୀତି କରାଯାଏ। ଏହି ନୀତି ଏକ ମାସ ଧରି ଅନୁଷ୍ଠିତ ହୋଇଥାଏ। ଧନୁ ସଂକ୍ରାନ୍ତିରୁ ଆରମ୍ଭ ହୋଇ ଏହା ମକର ସଂକ୍ରାନ୍ତିର ପୂର୍ବ ଦିନ ଶେଷ ହୋଇଥାଏ।
ଏହି ଅବସରରେ ୨୪ ପ୍ରକାର ପିଠା ବ୍ୟଞ୍ଜନ ମହାପ୍ରଭୁଙ୍କୁ ଲାଗି ହେବ। ଧନୁ ସଂକ୍ରାନ୍ତି ଅବସରରେ ପୂର ଠାରୁ ପଲ୍ଲୀ ପର‌୍ୟ୍ୟନ୍ତ ସବୁ ଦେବା ଦେବୀଙ୍କ ମନ୍ଦିରରେ ଭକ୍ତଙ୍କ ସମାଗମ ହୋଇଥାଏ। ଶ୍ରଦ୍ଧାଳୁ ମାନେ ଦେବା ଦେବୀଙ୍କୁ ଧନୁ ମୁଆଁ ଅର୍ପଣ କରି ଆଶୀର୍ବାଦ ଗ୍ରହଣ କରିଥାନ୍ତି।
ପୌଷ ମାସରେ ଧାନ ଅମଳ ପରେ ଓଡ଼ିଆ ଘରେ ଉଖୁଡା ପ୍ରସ୍ତୁତ କରାଯାଏ। ଏଥିରେ ଗୁଡ଼, ଲବଙ୍ଗ, ନଡ଼ିଆ ଭଳି ଭିନ୍ନ ଦ୍ରବ୍ୟ ମିଶାଇ ଧନୁ ମୁଆଁ ପ୍ରସ୍ତୁତ କରାଇଥାଏ। ଏହି ମୁଆଁ ଆଗାମୀ ଏକ ମାସ ପର‌୍ୟ୍ୟନ୍ତ ଠାକୁରଙ୍କୁ ଭୋଗ କରାଯାଇଥାଏ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031