Indus Valley Times

ରାହୁଲଙ୍କ ସଦସ୍ୟତା ରଦ୍ଦ ପ୍ରସଙ୍ଗରେ କଳା ଡ୍ରେସ୍ ପିନ୍ଧି କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ, ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ

 Breaking News

March 27
12:25 2023

ଭୁବନେଶ୍ୱର,୨୭/୩: ପ୍ରଶ୍ନକାଳରେ କଂଗ୍ରେସ ବିଧାୟକମାନେ ହଟ୍ଟଗୋଳ କରିବାରୁ ଅପରାହ୍ଣ ୪ଟା ଯାଏ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ବିକ୍ରମ କେଶରୀ ଆରୁଖ।
ଆଜି ବିଧାନସଭାରେ ରାହୁଲ ଗାନ୍ଧୀଙ୍କ ସଦ୍ୟସତା ରଦ୍ଦ ପ୍ରସଙ୍ଗରେ ବିଧାନସଭାରେ କଂଗ୍ରେସ ସଦସ୍ୟମାନେ ପ୍ରତିବାଦ ଜଣାଇଥିଲେ। ସେମାନେ ଗୃହକୁ କଳା ପୋଷାକ ପିନ୍ଧି ଆସି ପ୍ରତିବାଦ ଜଣାଇଥିଲେ। ଗୃହ ଭିତରେ କଂଗ୍ରେସ ବିଧାୟକମାନେ ନାରାବାଜି ଓ ହୋ-ହଲ୍ଲା କରିଥିଲେ। ସେମାନେ ବାଚସ୍ପତିଙ୍କ ପୋଡିୟମ ତଳେ ଏକଜୁଟ୍ ହୋଇ ପ୍ରତିବାଦ କଲେ।
ମୋଦୀ ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ କଂଗ୍ରେସ ବିଧାୟକ। ଏହାଫଳରେ ଗୃହ କାର‌୍ୟ୍ୟ ବାଧାପ୍ରାପ୍ତ ହୋଇଥିଲା। ଗୃହ କାର‌୍ୟ୍ୟରେ ସହଯୋଗ କରିବାକୁ ବାଚସ୍ପତି ଅନୁରୋଧ କରିଥିଲେ ମଧ୍ୟ କଂଗ୍ରେସ ବିଧାୟକମାନେ ଏଥିପ୍ରତି କର୍ଣ୍ଣପାତ କରି ନଥିଲେ। ଫଳରେ ଗୋଟିଏ ମିନିଟ୍ ଯାଏଁ ମଧ୍ୟ ସ୍ୱାଭାବିକ ଭାବେ ଚାଲି ପାରିନଥିଲା । କଂଗ୍ରେସ ବିଧାୟକଙ୍କ ଲଗାତାର ନାରାବାଜି କାରଣରୁ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଗୃହକୁ ଅପରାହ୍ଣ ୪ଟା ଯାଏଁ ମୁଲତବୀ ଘୋଷରା କରିଥିଲେ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031