Indus Valley Times

ରାୟଗଡା : ଗଞ୍ଜେଇ ଜବତ ଦୁଇ ଅଭିଯୁକ୍ତ ଗିରଫ

 Breaking News

ରାୟଗଡା : ଗଞ୍ଜେଇ ଜବତ ଦୁଇ ଅଭିଯୁକ୍ତ ଗିରଫ

September 30
20:06 2024

ପ୍ରମୋଦ ସାହୁକାରଙ୍କ ରିପୋର୍ଟ
ଚନ୍ଦ୍ରପୁର, ୩୦/୯ : ରାୟଗଡା ଜ଼ିଲ୍ଲା ଚନ୍ଦ୍ରପୁର ବ୍ଲକ କିରମା ଗ୍ରାମ ଛକ ନିକଟ ରୁ ତିନିଶହ ଚଉସ୍ତରି(୩୭୪) କେଜି ଗଞ୍ଜେଇ ଜବତ କରିଛି ଚନ୍ଦ୍ରପୁର ପୋଲିସ ।
ଆଜି ପୋଲିସ ବିଶ୍ଵସ୍ଥ ସୂତ୍ରରୁ ଖବର ପାଇଁ ଚନ୍ଦ୍ରପୁର ଥାନା ଅଧିକାରୀ ଶ୍ରୀ ଧରଣୀଧର ପ୍ରଧାନ ଙ୍କ ନେତୃତ୍ୱ ରେ ଏକ ଟିମ ଗଠନ କରି ପେଟ୍ରୋଲିଙ୍ଗ କରୁଥିବା ସମୟରେ ଚନ୍ଦ୍ରପୁର ବ୍ଲକ ବିଜାପୁର ଠାରୁ କୋଟଗଡ ଅଭିମୁଖେ ଏକ ପିକଅପ ଭେନ ଗାଡି ନମ୍ବର OR 07 V 0835 ଯୋଗେ କୋଟଗଡ ଅଭିମୁଖେ ଗଞ୍ଜେଇ ଚୋରାଚାଳନ କରୁଥିବା ସମୟରେ କିରମା ଗ୍ରାମ ଛକ ନିକଟରେ ପୋଲିସ ଗଞ୍ଜେଇ ଗାଡି ଜବତ କରିଥିଲେ ।
ଏବଂ ଦୁଇ ଅଭିଯୁକ୍ତ ଗଜପତି ଜ଼ିଲ୍ଲା ଅଡବାଥାନା ଅନ୍ତର୍ଗତ ବନ୍ଧାଗୁଡା ଗ୍ରାମର ଅରୁନ ବିଶୋଇ (୨୨) ଓ ବିଜାପୁର ଗ୍ରାମର ମିଥୁନ ବିଶୋଇ ଙ୍କୁ ପୋଲିସ ଗିରଫ କରିଛି । ସେମାନଙ୍କ ଠାରୁ ନଗଦ ପନ୍ଦର ହଜାର ଦୁଇସହ ତିରିଶ ଟଙ୍କା (୧୫୨୩୦) ଓ ଦୁଇଟି ମାବାଇଲ ଫୋନ ଜବତ ହୋଇଛି ।
ଚନ୍ଦ୍ରପୁର ପୋଲିସ SI ବୀରେନ୍ଦ୍ର ରାୟ, SI ଅରୁନ ବେହେରା, ASI ନରସିଂହ ସାହୁ, ରଜନୀ ମିଶ୍ର, ବାବୁଲା ବେହେରା ଓ ଝାଡୁ ଗମାଙ୍ଗ ଦୁଇ ଅଭଯୁକ୍ତ ଙ୍କୁ ଧରିବାରେ ସଫଳ ହୋଇଛି ଏବଂ କେଶ ନମ୍ବର ୮୦/୨୪ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛନ୍ତି ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930