Indus Valley Times

ରୋଷଣି ବେଳେ ବରଯାତ୍ରୀଙ୍କ ଉପରେ ମାଡ଼ିଗଲା ଟ୍ରକ୍‌: ୫ ମୃତ, ୯ ଗୁରୁତର

 Breaking News

ରୋଷଣି ବେଳେ ବରଯାତ୍ରୀଙ୍କ ଉପରେ ମାଡ଼ିଗଲା ଟ୍ରକ୍‌: ୫ ମୃତ, ୯ ଗୁରୁତର

June 28
10:42 2023

ଭୁବନେଶ୍ବର/କେନ୍ଦୁଝର,28/6: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ନିକଟରେ ଗତ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣାର ଦୁଇଦିନ ପରେ ପୁଣି କେନ୍ଦୁଝରରେ ହୃଦୟ ବିଦାରକ ଦୁର୍ଘଟଣା ଘଟିଛି। ମଙ୍ଗଳବାର ବିଳମ୍ବିତ ରାତିରେ ୨୦ ନମ୍ବର ଜାତୀୟ ରାଜପଥରେ ଏକ ବରଯାତ୍ରୀ ଦଳ ଆସୁଥିବାବେଳେ ଷଠିଘର ନିକଟରେ ଶୁଆକାଟି ପଟୁ ଆସୁଥିବା ଏକ ଟ୍ରକ ଚଢ଼ି ଯାଇଥିଲା।

 ଫଳରେ ଘଟଣାସ୍ଥଳରେ ୫ଜଣଙ୍କ ମୃତ୍ୟୁ ହୋଇଛି। ମୃତକମାନେ ହେଲେ ମାନପୁର ଗ୍ରାମର ଜିତ୍‌ ପାତ୍ର, କାଳିଆ ମହାନ୍ତ, ଲକ୍ଷ୍ମୀପାଦର ରତିମୁଣ୍ଡା, ଷଠୀଘରର ଅମିତ ପାତ୍ର ଓ କେଉଟ ସାହିର ବାପୁନ ଦେହୁରୀ। ଟାଉନଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

ସୂଚନାଯୋଗ୍ୟ ଯେ, ମାନପୁର ଗ୍ରାମରୁ ବରଯାତ୍ରୀ ଦଳ ଡିଜେର ତାଳେତାଳେ ନାଚଗୀତରେ ମସଗୁଲ ହୋଇ ଆସୁଥିଲେ। ଷଠିଘର ସାହିସ୍ଥିତ  କନ୍ୟା ଘରେ  ନିକଟରେ ପହଞ୍ଚିଥିଲେ। କନ୍ୟାଘର ପାଖରେ ବରଯାତ୍ରୀ ଦଳ ନାଚୁଥିବାବେଳେ ଟ୍ରକଟି ଦ୍ରୁତବେଗରେ ଆସି ମାଡି ଯାଇଥିଲା। ଫଳରେ ୫ ଜଣଙ୍କ ମୃତ୍ୟୁ ହୋବ ସହ ୯ଜଣଙ୍କ ଅବସ୍ଥା ଗୁରୁତର ହୋଇଛି।

ସେମାନଙ୍କ ମଧ୍ୟରୁ ୩ଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ସେମାନଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ୬ଜଣଙ୍କୁ କେନ୍ଦୁଝର ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣା ପରେ ଉତ୍ତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିଥିଲେ। ଅଘଟଣ ପରେ ବର ବାହା ନ ହୋଇ ଫେରିଯାଇଥିବାବେଳେ  ପୁଲିସ ଟ୍ରକକୁ ଜବତ କରିଛି। ତେବେ ଆହତମାନଙ୍କ ଏବେ ସୁଦ୍ଧା ପରିଚୟ ମିଳିନାହିଁ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031