Indus Valley Times

ଶିଶୁ ଶ୍ରମମୁକ୍ତ ଖୋରଧା ଜିଲ୍ଲା ଗଠନ ଅଭିଯାନକୁ ଜିଲ୍ଲା ପରିଷଦର ସମର୍ଥନ

 Breaking News

ଶିଶୁ ଶ୍ରମମୁକ୍ତ ଖୋରଧା ଜିଲ୍ଲା ଗଠନ ଅଭିଯାନକୁ ଜିଲ୍ଲା ପରିଷଦର ସମର୍ଥନ

ଶିଶୁ ଶ୍ରମମୁକ୍ତ ଖୋରଧା ଜିଲ୍ଲା ଗଠନ ଅଭିଯାନକୁ ଜିଲ୍ଲା ପରିଷଦର ସମର୍ଥନ
November 27
11:44 2026

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା, ୨୭/୧୧ :
ଶିଶୁ ଶ୍ରମମୁକ୍ତ ଖୋରଧା ଜିଲ୍ଲା ଗଠନ ଲକ୍ଷ୍ୟରେ ଚାଲିଥିବା ଅଭିଯାନକୁ ଆହୁରି ବ୍ୟାପକ ଓ ସୁଦୃଢ଼ କରିବା ପାଇଁ ଆଜି ଖୋରଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଜିଲ୍ଲା ପରିଷଦ ବୈଠକରେ ସମର୍ଥନ ଜଣାଯାଇଛି।
ଜିଲ୍ଲା ପରିଷଦ ଅଧ୍ୟକ୍ଷ, ପ୍ରକଳ୍ପ ନିର୍ଦ୍ଦେଶକ (ପିଡି), ଅତିରିକ୍ତ ଜିଲ୍ଲାପାଳ (ସାଧାରଣ ଓ ପ୍ରଶାସନ) ଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେ ବୈଠକରେ ଯୋଗଦେଇଥିଲେ।
ବୈଠକରେ ଶ୍ରମ ଓ ଇଏସଆଇ ବିଭାଗ ପକ୍ଷରୁ ଅକ୍ଟୋବର ୨ରୁ ନଭେମ୍ବର ୧୪ ପର୍ଯ୍ୟନ୍ତ ଚାଲିଥିବା ୪୪ ଦିନିଆ ରାଜ୍ୟବ୍ୟାପୀ ଶିଶୁ ଶ୍ରମମୁକ୍ତ ଅଭିଯାନ ଅଧୀନରେ ଖୋରଧା ଜିଲ୍ଲାରେ ହୋଇଥିବା ବିଭିନ୍ନ କାର୍ଯ୍ୟକ୍ରମ ଓ ପଦକ୍ଷେପ ସମ୍ପର୍କରେ ଉପସ୍ଥାପନ କରାଯାଇଥିଲା ।
ନୁକ୍କଡ଼ ନାଟକ, ପାଲା, ଦାସ କାଠିଆ ଓ ପୋଷ୍ଟର ମାଧ୍ୟମରେ ଜନସଚେତନତା ସୃଷ୍ଟି ସହ ବିଭିନ୍ନ ଶିଳ୍ପାନୁଷ୍ଠାନ, ଇଟାଭାଟି, ହୋଟେଲ ଓ ଢାବାରେ ଯାଞ୍ଚ, ଚଢ଼ାଉ ଏବଂ ଶିଶୁଶ୍ରମ ନିରାକରଣ ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପ ବିଷୟରେ ଅବଗତ କରାଯାଇଥିଲା।
ଓଡ଼ିଶାକୁ ୨୦୨୯ ସୁଦ୍ଧା ଶିଶୁ ଶ୍ରମମୁକ୍ତ କରିବାରେ ରାଜ୍ୟ ସରକାରଙ୍କ ଲକ୍ଷ୍ୟ ହାସଲ ପାଇଁ କେବଳ ଶ୍ରମ ବିଭାଗ ନୁହେଁ, ବରଂ ଶିକ୍ଷା, ମହିଳା ଓ ଶିଶୁ ବିକାଶ, ପୋଲିସ ଏବଂ ଅନ୍ୟାନ୍ୟ ସମ୍ପୃକ୍ତ ବିଭାଗ ସହିତ ଜନପ୍ରତିନିଧି ଓ ପଞ୍ଚାୟତିରାଜ ସଂସ୍ଥା ଗୁଡ଼ିକର ସମନ୍ୱିତ ସହଯୋଗ ଉପରେ ଗୁରୁତ୍ୱ ଦିଆଯାଇଥିଲା।
୪୪ ଦିନିଆ ଅଭିଯାନ ସମାପ୍ତ ହୋଇଥିଲେ ମଧ୍ୟ ଶିଶୁଶ୍ରମ ନିରାକରଣର ପ୍ରୟାସ ଏଠାରେ ଶେଷ ହେବ ନାହିଁ ।
ଆଗାମୀ ଦିନରେ ବିଭିନ୍ନ ବିଭାଗ ମଧ୍ୟରେ ଆନ୍ତଃବିଭାଗୀୟ ସମନ୍ୱୟକୁ ଆହୁରି ମଜବୁତ କରି ନିୟମିତ ଯାଞ୍ଚ, ଶିଶୁ ଶ୍ରମିକ ଚିହ୍ନଟ ଓ ଉଦ୍ଧାର, ଶିଶୁଙ୍କ ପୁନର୍ବାସ ଏବଂ ସେମାନଙ୍କୁ ଶିକ୍ଷାର ମୁଖ୍ୟସ୍ରୋତକୁ ଫେରାଇ ଆଣିବା ଦିଗରେ ମିଳିତ ଭାବେ ପଦକ୍ଷେପ ନିଆଯିବ।
ଏଥିସହ ପଞ୍ଚାୟତ ସ୍ତରରୁ ଜିଲ୍ଲା ସ୍ତର ପର୍ଯ୍ୟନ୍ତ ଜନସଚେତନତା ଓ ନିରୀକ୍ଷଣ ବ୍ୟବସ୍ଥାକୁ ଅଧିକ ସକ୍ରିୟ କରାଯିବା ଉପରେ ମତ ପ୍ରକାଶ ପାଇଥିଲା।
ଶିଶୁ ଶ୍ରମମୁକ୍ତ ଖୋରଧା ଗଠନ ଏକ ବିଭାଗର ଦାୟିତ୍ୱ ନୁହେଁ, ଏହା ସମସ୍ତଙ୍କର ସାମୂହିକ ଦାୟିତ୍ୱ। ଏହି ଲକ୍ଷ୍ୟ ହାସଲ ପାଇଁ ସମସ୍ତ ବିଭାଗ, ଜନପ୍ରତିନିଧି ଓ ସାଧାରଣ ଜନତାଙ୍କ ମିଳିତ ପ୍ରୟାସ ଜାରି ରହିବ।
ଶିଶୁଙ୍କ ହାତରେ ଶ୍ରମ ନୁହେଁ, କଲମ ଓ ପୁସ୍ତକ, ଶିଶୁ ଶ୍ରମମୁକ୍ତ ଖୋରଧା ଗଠନ ଆମ ସମସ୍ତଙ୍କ ସଂକଳ୍ପ।

About Author

indadmin

indadmin

Related Articles

Archives

Calendar

November 2026
M T W T F S S
 1
2345678
9101112131415
16171819202122
23242526272829
30