Indus Valley Times

ଶ୍ରୀ ଜଗନ୍ନାଥଙ୍କ ଲୀଳାକ୍ଷେତ୍ର ସଂପର୍କିତ ଆଲୋଚନା ଚକ୍ର

 Breaking News

ଶ୍ରୀ ଜଗନ୍ନାଥଙ୍କ ଲୀଳାକ୍ଷେତ୍ର ସଂପର୍କିତ ଆଲୋଚନା ଚକ୍ର

ଶ୍ରୀ ଜଗନ୍ନାଥଙ୍କ ଲୀଳାକ୍ଷେତ୍ର ସଂପର୍କିତ ଆଲୋଚନା ଚକ୍ର
May 30
10:14 2023

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୩୦/୫: ଶ୍ରୀ ଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନ ପୁରୀ ପକ୍ଷରୁ ୨୮ତାରିଖ ରବିବାର ଦିନ ସୁନାଖଳା, ନାଚୁଣୀସ୍ଥିତ ଜଗତି ଆଶ୍ରମରେ ପୁରୀବିଜେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଲୀଳାକ୍ଷେତ୍ର ପରିଦର୍ଶନ, ଆଲୋଚନା ଚକ୍ର ଓ ପୁସ୍ତକ ପ୍ରଣୟନ ବିଷୟରେ ବିଭିନ୍ନ ଲୀଳାକ୍ଷେତ୍ରରୁ ଆସିଥିବା ପ୍ରତିନିଧି ମାନଙ୍କୁ ନେଇ ଏକ ଆଲୋଚନା ଚକ୍ର ଆଶ୍ରମର ମୁଖ୍ୟ ସ୍ୱାମୀ ଦିବ୍ୟାନନ୍ଦ ସରସ୍ୱତୀ ମହାରାଜଙ୍କ ମାର୍ଗଦର୍ଶନରେ ଅନୁଷ୍ଠିତ ହୋଇଥିଲା ।
ପୁରୀ, ଖୋର୍ଦ୍ଧା, ଚିଲିକା, ବାଣପୁର, ବୋଲଗଡ, ବୌଦ୍ଧ ଆଦି ଲୀଳାକ୍ଷେତ୍ରର ପ୍ରତିନିଧିମାନେ ଅଲୋଚନାରେ ଅଂଶଗ୍ରହଣ କରିଥିଲେ । ଶ୍ରୀ ଜଗନ୍ନାଥ ସଂସ୍କୃତି ଗବେଷକ ତଥା ବିଶିଷ୍ଟ ସ୍ତମ୍ବକାର ଶ୍ରୀ ଅସିତ ମହାନ୍ତିଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସଂସ୍କୃତି ବିକାଶ ପରିଷଦ, ବୌଦ୍ଧର ସଭାପତି ଶ୍ରୀ ବିଶ୍ୱେଶ୍ୱର ପୃଷ୍ଟିଙ୍କ ସହ ରଘୁନାଥ ଷଡଙ୍ଗୀ, ଦିବ୍ୟ ରଂଜନ ପଟ୍ଟନାୟକ ପ୍ରମୁଖ ଯୋଗଦେଇଥିଲେ ।
ବୌଦ୍ଧ ନାଏକପଡା ଠାରେ ପ୍ରଭୁ ଶ୍ରୀ ଜଗନ୍ନାଥ ପାତାଳୀ ସଂପର୍କିତ ତଥ୍ୟ ରଖିଥିଲେ । ଜବନ ସମ୍ରାଟ ରକ୍ତବାହୁ ଶ୍ରୀକ୍ଷେତ୍ର ଆକ୍ରମଣ ସମୟରେ ଶ୍ରୀ ଜଗନ୍ନାଥଙ୍କ ଚଳନ୍ତି ପ୍ରତିମାକୁ ଆଘାତ ପାଇବାର ଆଶଙ୍କା ଥିବାରୁ ଉଡ୍ରମଣ୍ଡଳର ପରାକ୍ରମୀ ଭଂଜ ରାଜାମାନେ ଯେଉଁମାନେ ପୁର୍ବରୁ ଗନ୍ଧରାଢୀ ଠାରେ ପ୍ରଭୁ ନୀଳମାଧବଙ୍କ ଉପାସକ ଥିଲେ ସେମାନେ ବିଗ୍ରହ ଗୁଡିକୁ ସ୍ୱରାଜଧାନୀ ଧୃତିପୁରା(ଆଧୁନିକ ବୌଦ୍ଧ)କୁ ନେଇ ଆସିଥିଲେ । ଏବଂ ରାଜଧାନୀ ଠାରୁ ୧୨ମାଇଲ ଦୁର ଗୋପାଳୀ ଗ୍ରାମଠାରେ ପାତାଳୀ କରାଇଥିଲେ କାରଣ ସେମାନେ ଶ୍ରୀ ଜଗନ୍ନାଥ (ପୁରୁଷତମଙ୍କୁ)ପରମ ବିଷ୍ଣୁଜ୍ଞାନ କରୁଥିଲେ ।
ଦେବଙ୍କ ସୁରକ୍ଷା ପାଇଁ ତତ୍‌କାଳିନ ରାଜା ପ୍ରଭୁଙ୍କ ସୁରକ୍ଷା ପାଇଁ ଗୁମ୍ଫ।। ନିକଟରେ ଗଡ ନିର୍ମାଣ କରି ବିରଯୋଦ୍ଧା ନିୟୋଜିତ କରିଥିଲେ ଯାହାକି ଦେବଗଡ ଓ ବୀରଗଡ ନାମରେ ପରିଚିତ ହୋଇ ଅଦ୍ୟାବଧି ରହିଛି ବୋଲି ଶ୍ରୀ ପୃଷ୍ଟି ତଥ୍ୟ ଉପସ୍ଥାପନା କରିଥିଲେ ।
ତେବେ ବିଭିନ୍ନ ଗବେଷକଙ୍କ ମତ ଓ ମାଦଳାପାଞ୍ଜିରେ ବର୍ଣ୍ଣିତ ତଥ୍ୟକୁ ନେବାସହ ବିଭିନ୍ନ ସ୍ଥାନରେ ଲୋକକଥା ଓ ଲୋକଙ୍କ ଦ୍ୱାରା ଉପସ୍ଥାପିତ ଉଦ୍ଧାରିତ ତଥ୍ୟକୁ ନେଇ ଠାକୁରଙ୍କର ବିଭିନ୍ନ ସ୍ଥାନରେ ଲୀଳାକ୍ଷେତ୍ର ଗୁଡିକ ଚିହ୍ନଟ କରାଯିବାସହ ଏହାର ସୁରକ୍ଷା ଓ ପ୍ରଚାର ପ୍ରସାର ପାଇଁ ପ୍ରୟାସ କରାଯିବ ଏବଂ ଆଗାମୀ ଦିନରେ ଏହି ଅନୁଷ୍ଠାନ ବିଭିନ୍ନ ଲୀଳାକ୍ଷେତ୍ର ଯାଇ ତାର ତଥ୍ୟ ସଂଗ୍ରହ କରି ଶ୍ରୀ ଜଗନ୍ନାଥଙ୍କ ଲୀଳାକ୍ଷେତ୍ର ସଂପର୍କିତ ଏକ ପୁସ୍ତକ ପ୍ରକାଶ କରାଯିବ ବୋଲି ପ୍ରକାଶ କରିଥିଲେ । ତେବେ ବୌଦ୍ଧ ହେଉଛି ଶ୍ରୀଜଗନ୍ନାଥଙ୍କ ଆଦିକ୍ଷେତ୍ର ଓ ଲୀଳାଭୂମୀ ମଧ୍ୟ ସେ ସଂପର୍କରେ ବୌଦ୍ଧ ପକ୍ଷରୁ ଦୃଢଦାବୀ ଉପସ୍ଥାପନା କରାଯାଇଥିଲା ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031