Indus Valley Times

ସୈତାନ ସାଜିଲା ଦାଦା, ଝିଆରୀକୁ ଦୁଷ୍କର୍ମ କରି ମାରିଲା ଫେରାର

 Breaking News

ସୈତାନ ସାଜିଲା ଦାଦା, ଝିଆରୀକୁ ଦୁଷ୍କର୍ମ କରି ମାରିଲା ଫେରାର

ସୈତାନ ସାଜିଲା ଦାଦା, ଝିଆରୀକୁ ଦୁଷ୍କର୍ମ କରି ମାରିଲା ଫେରାର
June 08
19:40 2026

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ

ଭୁବନେଶ୍ୱର, ୮/୬ : ଚାକିରି ଆଶା ଦେଖାଇ ଠକେଇ, ପରେ ସହାୟତା ନାଁରେ ବିଶ୍ୱାସର ସୁଯୋଗ ନେଇ ଯୁବତୀଙ୍କୁ ଦୁଷ୍କର୍ମ। ପୁରୀ ଜିଲ୍ଲା ପିପିଲି ଅଞ୍ଚଳର ଏହି ଚାଞ୍ଚଲ୍ୟକର ଘଟଣାରେ ଶେଷରେ ଅଭିଯୁକ୍ତକୁ ଗିରଫ କରିଛି ଧଉଳି ଥାନା ପୋଲିସ। ଗିରଫ ଅଭିଯୁକ୍ତ ହେଲେ ଯାଜପୁର ଜିଲ୍ଲା ବଡ଼ଚଣା ଅଞ୍ଚଳର ଜିତୁ ଓରଫ ହିମାଂଶୁ ସାମଲ (୩୬)।
ପୋଲିସ ସୂଚନା ଅନୁଯାୟୀ, ଭୁବନେଶ୍ୱରର ଜଣେ ୨୩ ବର୍ଷୀୟା ଯୁବତୀ ଚାକିରି ଖୋଜୁଥିବା ବେଳେ ଏକ ଠକେଇର ଶିକାର ହୋଇଥିଲେ। ଚାକିରି ଦେବା ନାଁରେ ଜଣେ ବ୍ୟକ୍ତି ତାଙ୍କଠାରୁ ୩୦ ହଜାର ଟଙ୍କା ନେଇଥିଲେ। ଏହି ଘଟଣାରେ ଅସୁବିଧାରେ ପଡ଼ିଥିବା ଯୁବତୀ ଓ ତାଙ୍କ ମା’ ସହାୟତା ପାଇଁ ଜିତୁ ସାମଲଙ୍କ ସହ ଯୋଗାଯୋଗ କରିଥିଲେ।
ଅଭିଯୋଗ ଅନୁସାରେ, ଜିତୁ ଏହି ପରିସ୍ଥିତିର ସୁଯୋଗ ନେଇ ନିଜକୁ ପୋଲିସ ଅଧିକାରୀ ପରି ପରିଚୟ ଦେଇ ଯୁବତୀ ଓ ତାଙ୍କ ପରିବାରକୁ ଭୟଭୀତ କରିଥିଲେ। ପରେ ସମସ୍ୟାର ସମାଧାନ କରିଦେବେ ବୋଲି ବିଶ୍ୱାସ ଦେଇ ଯୁବତୀଙ୍କୁ ପିପିଲି ନେଇଥିଲେ।
ସେଠାରେ ଥାନାକୁ ନେବା ବଦଳରେ ଏକ ହୋଟେଲରେ ରଖିଥିଲେ। ରାତିରେ ଯୁବତୀଙ୍କ ଇଚ୍ଛା ବିରୋଧରେ ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଘଟଣା ପରଦିନ କାହାକୁ ନ କହିବା ପାଇଁ ଧମକ ମଧ୍ୟ ଦେଇଥିଲେ ଅଭିଯୁକ୍ତ।
ଏନେଇ ପୀଡ଼ିତା ଧଉଳି ଥାନାରେ ଅଭିଯୋଗ କରିବା ପରେ ପୋଲିସ ତୁରନ୍ତ ଆକ୍ସନ ମୋଡକୁ ଆସିଥିଲା। ଘଟଣାଟି ପିପିଲି ଥାନା ଅଞ୍ଚଳରେ ଘଟିଥିଲେ ମଧ୍ୟ ମାମଲାର ଗୁରୁତ୍ୱ ଓ ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ଧଉଳି ପୋଲିସ ଜିରୋ ଏଫଆଇଆର୍ ଆଧାରରେ ମାମଲା ରୁଜୁ କରିଥିଲା।
ପରେ ଫେରାର ହେବାକୁ ଉଦ୍ୟମ କରୁଥିବା ଅଭିଯୁକ୍ତକୁ ଧଉଳି ଥାନା ପୋଲିସ ଗିରଫ କରିଛି। ଅଭିଯୁକ୍ତକୁ ହେପାଜତକୁ ନିଆଯାଇଥିବା ବେଳେ ଘଟଣାର ଅଧିକ ତଦନ୍ତ ଜାରି ରହିଛି।
ଏହି ଘଟଣା ପୁଣିଥରେ ଦେଖାଇଛି ଯେ, ସହାୟତା ଓ ବିଶ୍ୱାସର ନାଁରେ କିପରି କିଛି ଅସାମାଜିକ ବ୍ୟକ୍ତି ଲୋକଙ୍କ ଦୁର୍ବଳତାର ସୁଯୋଗ ନେଇ ଅପରାଧ ଘଟାଉଛନ୍ତି। ପୋଲିସର ତ୍ୱରିତ ପଦକ୍ଷେପ ଫଳରେ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ପୀଡ଼ିତାଙ୍କୁ ନ୍ୟାୟ ଦେବା ପାଇଁ ତଦନ୍ତ ଜାରି ରହିଛି।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930