Indus Valley Times

ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ମନରେଗା ବଞ୍ଚାଓ ଧାରଣା

 Breaking News

ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ମନରେଗା ବଞ୍ଚାଓ ଧାରଣା

February 07
20:33 2026

ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୭/୨ : ଭାରତୀୟ ରାଷ୍ଟ୍ରୀୟ କଂଗ୍ରେସ ସଭାପତି ଶ୍ରୀ ମଲ୍ଲୀକାର୍ଜୁନ ଖର୍ଗେ ଜୀ ଙ୍କ ନିର୍ଦ୍ଦେଶ କ୍ରମେ ଦେଶବ୍ୟାପୀ ମନରେଗା ବଞ୍ଚାଓ ଆନ୍ଦୋଳନ ପରିପ୍ରେକ୍ଷୀରେ ନୟାଗଡ଼ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ରଣଜିତ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମନରେଗା ବଞ୍ଚାଓ, ଟାଟା ପାୱାର ମନମାନୀ ଓ ଚାଷୀ ଶୋଷଣ ପ୍ରତିବାଦରେ, ଧାରଣା ଓ ବିକ୍ଷୋଭ କରାଯାଇ ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ରଥଙ୍କୁ ମନରେଗା ଆଇନର ସୁରକ୍ଷା ପାଇଁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା।
ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ଦାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବିକ୍ଷୋଭ ସଭାରେ ଡିସିସି ବରିଷ୍ଠ ଉପସଭାପତି ଲକ୍ଷ୍ମୀଧର ତ୍ରିପାଠୀ, ଧ୍ରୁବ ଚରଣ ପରିଡା, ସୁକାନ୍ତ ଶତପଥୀ ବରିଷ୍ଠ ନେତା ସରୋଜ ପରିଡ଼ା, ହୁସେନ ଖାଁ, ମନୋଜ ସାହୁ, ପୂର୍ଣ୍ଣଚନ୍ଦ୍ର ଶାନ୍ତ, ବାଳକୃଷ୍ଣ ଷଡଙ୍ଗୀ, ନୟାଗଡ଼ ବ୍ଲକ କଂଗ୍ରେସ ସଭାପତି ହାସିମ ଖାଁ,ଓଡଗାଁ ବ୍ଲକ ପୂର୍ଣ୍ଣଚନ୍ଦ୍ର ନାୟକ, ନୂଆଗାଁ ବ୍ଲକ ଅଶୋକ ନାୟକ, ଦଶପଲ୍ଲା ବୁଲୁ ପରିଡା, ଗଣିଆ ହାଲିମ ଖାଁ, ରଣପୁର ବ୍ଲକ ସଭାପତି ଶତ୍ରୁଘ୍ନ ପାଇକରାୟ, ଖଣ୍ଡପଡା ବ୍ଲକ ସଭାପତି ଲିଳିବାଳା ନାଏକ, ଡିସିସି ସମ୍ପାଦିକା ଅରୁନ୍ଧତୀ ମିଶ୍ର,ମହିଳା କଂଗ୍ରେସ ନେତ୍ରୀ ଗାଏତ୍ରୀ ମହାପାତ୍ର, ସୁଜାତା ନାଏକ,ନୟାଗଡ଼ ମୁନିସିପାଲିଟି ସଭାପତି ରାଜକିଶୋର ଜେନା, ଓଡଗାଁ ଏନଏସି ସଭାପତି ବିଭୁତି ରାଉତ, ପ୍ରଦେଶ ଯୁବ କଂଗ୍ରେସ ସମ୍ପାଦକ ପ୍ରତୀକ ମହାପାତ୍ର, ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଶିବରଞ୍ଜନ ସାହୁ ଏବଂ ଶ୍ରମିକ କଂଗ୍ରେସ ସଭାପତି ପ୍ରମୁଖ ମନରେଗା ଆଇନ ଏବଂ ମହାତ୍ମା ଗାନ୍ଧୀଙ୍କ ନାମକୁ ବାଦଦେବା ସହିତ ଶ୍ରମିକମାନଙ୍କ ଦାନାପାଣି ଉପରେ ନକରାତ୍ମକ ପ୍ରଭାବ ପକାଇଥିବା କହିଥିଲେ।
ଏବଂ କଂଗ୍ରେସ ସରକାର ସମୟର ମନରେଗା ଆଇନ୍ ଦେଶର ୪୦ କୋଟି ଶ୍ରମିକ, କ୍ରୁଷକ ଓ ଦିନ ମଜୁରିଆ ଙ୍କୁ ସର୍ବନିମ୍ନ ୧୦୦ ଦିନର ନିଶ୍ଚିତ ରୋଜଗାର ପ୍ରାପ୍ତ କରୁଥିବା ବେଳେ ବର୍ତ୍ତମାନର ବିଜେପି ସରକାର ର ଭିଭି ରାମଜୀ ଆଇନ ରେ ଶ୍ରମିକ ମାନଙ୍କ ପାଇଁ ନିଶ୍ଚିତ ରୋଜଗାରର ବ୍ୟବସ୍ଥା ନାହିଁ। ଏହି ଧାରଣା, ବିକ୍ଷୋଭ ସଭାରେ ବହୁ ସଂଖ୍ୟାରେ ଚାଷୀ, ଶ୍ରମିକ, ମହିଳା, ଛାତ୍ର, ଯୁବକ ଯୋଗଦେବା ସହିତ ଡିସିସି ଉପସଭାପତି ଧନ୍ୟବାଦ ଅର୍ପଣ କରିଥିଲେ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031