Indus Valley Times

ହରଭଂଗା ବ୍ଲକ କାର୍ଯ୍ୟାଳୟଠାରେ ସ୍ୱତନ୍ତ୍ର ସହାୟତା ପ୍ରଦାନ ଶିବିରରେ ନିର୍ମାଣ ଶ୍ରମିକ ମାନଙ୍କୁ ସହାୟତା ବଣ୍ଟନ କଲେ ମନ୍ତ୍ରୀ

 Breaking News

ହରଭଂଗା ବ୍ଲକ କାର୍ଯ୍ୟାଳୟଠାରେ ସ୍ୱତନ୍ତ୍ର ସହାୟତା ପ୍ରଦାନ ଶିବିରରେ ନିର୍ମାଣ ଶ୍ରମିକ ମାନଙ୍କୁ ସହାୟତା ବଣ୍ଟନ କଲେ ମନ୍ତ୍ରୀ

ହରଭଂଗା ବ୍ଲକ କାର୍ଯ୍ୟାଳୟଠାରେ ସ୍ୱତନ୍ତ୍ର ସହାୟତା ପ୍ରଦାନ ଶିବିରରେ ନିର୍ମାଣ ଶ୍ରମିକ ମାନଙ୍କୁ ସହାୟତା ବଣ୍ଟନ କଲେ ମନ୍ତ୍ରୀ
June 13
21:56 2023

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୩/୬ : ହରଭଂଗା ବ୍ଲକ କାର୍ଯ୍ୟାଳୟଠାରେ ଆଜି ଆୟୋଜିତ ସ୍ୱତନ୍ତ୍ର ସହାୟତା ପ୍ରଦାନ ଶିବିରରେ ନିର୍ମାଣ ଶ୍ରମିକ ମାନଙ୍କୁ ମନ୍ତ୍ରୀ ପ୍ରଦୀପ କୁମାର ଅମାତ୍ ସହାୟତା ବଣ୍ଟନ କରିଛନ୍ତି ।
ରାଜ୍ୟ ସରକାରଙ୍କ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ତରଫରୁ ବୌଦ୍ଧ ଜିଲାର ୬୧୭ ଜଣ କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ ମାନଙ୍କୁ ୩ କୋଟି ୪ ଲକ୍ଷ ଟଙ୍କାର ଏହି ସହାୟତା ରାଶି ପ୍ରଦାନ କରାଯାଇଛି ।
ଡିବିଟି ମାଧ୍ୟମରେ ହିତାଧିକାରୀଙ୍କ ବ୍ୟ।ଙ୍କ ଖାତାକୁ ସହାୟତା ଟଙ୍କା ପ୍ରଦାନ କରାଯାଇଛି । ଅତିରିକ୍ତ ଜିଲାପାଳ ଦରିଦ୍ର ଭଞ୍ଜନ ମଦନ ମୋହନ ପାତ୍ର ଙ୍କ ଅଧକ୍ଷତାରେ ଆୟୋଜିତ ଉତ୍ସବରେ ବୌଦ୍ଧ ବିଧାୟକ ତଥା ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ କୁମାର ଅମାତ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଆୟୋଜିତ ଉତ୍ସବରେ ୨୧ ଜଣ ନିର୍ମାଣ ଶ୍ରମିକ ମାନଙ୍କୁ ମନ୍ତ୍ରୀ ପ୍ରଦୀପ କୁମାର ଅମାତ୍ ସହାୟତା ବଣ୍ଟନ କରିଛନ୍ତି ।
ବିବାହ ସହାୟତା ୬୧୭ ଜଣ ହିତାଧିକାରୀ ଙ୍କୁ ୩ କୋଟି ୪ ଲକ୍ଷ ୨୫ ହଜାର, ମୃତ୍ୟୁ କାଳୀନ ସହାୟତା ୯ ଜଣଙ୍କୁ ୧୮ ଲକ୍ଷ ଏବଂ ଅନ୍ତେଷ୍ଟି କ୍ରିୟା ଜନିତ ସହାୟତା ୭ ଜଣଙ୍କୁ ୩୫ ହଜାର ଟଙ୍କା ର ସହାୟତା ଓଡିଶା କୋଠାବାଡି ଏବଂ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ତରଫରୁ ମାନ୍ୟବର ମନ୍ତୀ ପ୍ରଦାନ କଲେ ।
ଏହି ଅବସରରେ ଜିଲା ଶ୍ରମ ଅଧିକାରୀ ଶୁଶାନ୍ତ କୁମାର ପାଇକରାୟ, ସହକାରୀ ଶ୍ରମ ଅଧିକାରୀ କନ୍ୟାକୁମାରୀ ସାହୁ ଓ ହରଭଙ୍ଗା ଗୋଷ୍ଠୀ ଉନ୍ନୟନ ଅଧିକାରୀ ସ୍ୱପ୍ନିତା ନାୟକଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହିଥିଲେ ।
ଖାଉଟି ଅଦାଲତର ଦ୍ୱାରସ୍ଥ ପରେ ବୀମା ଟଙ୍କା ପାଇଲେ ହିତାଧିକାରୀ
ବୌଦ୍ଧ,୧୩/୬: ବୌଦ୍ଧ ଖାଉଟି ଅଦାଲତର ଦ୍ୱାରସ୍ଥ ପରେ ହିତାଧିକାରୀ ପରିବାର ଶେଷରେ ନ୍ୟାୟ ପାଇ ବୀମା ଟଙ୍କା ପାଇଥିବା ଜଣାପଡିଛି । ସୁଚନା ମୁତାବକ ବୌଦ୍ଧ ଥାନା ଅର୍ନ୍ତଗତ ଟୁଟୁସିଙ୍ଗା ଗ୍ରାମର ନିରଂଜନ ଭୋଇ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାରେ ବୌଦ୍ଧ ବ୍ୟାଙ୍କ ଅଫ ବରୋଦାରେ ୧୨ ଟଙ୍କା ଦେଇ ସୁରକ୍ଷା ବୀମା ଯୋଜନା କରିଥିଲେ ।
ଏହି ବୀମାଟି ନେସନାଲ ଇନସୁରାନସ କମ୍ପାନୀରେ ହୋଇଥିଲା । କିନ୍ତୁ ଗତ ୨୮.୫.୨୦ରେ ନିରଂଜନ ଏକ କୁଅରେ ସଫେଇ କାମ କରୁଥିବା ବେଳେ ତାଙ୍କର ଦୁର୍ଘଟଣା ଜନିତ ମୃତ୍ୟୁ ହୋଇଯାଇଥିଲା । ଏନେଇ ମୃତ ନିରଂଜନର ପତ୍ନୀ ପୁର୍ଣ୍ଣିମା ଭୋଇ ବୀମା ଟଙ୍କା ପାଇବାକୁ ବ୍ୟାଙ୍କ ଅଫ ବରୋଦାରେ ଜଣାଇଥିଲେ ।
କିନ୍ତୁ ବ୍ୟାଙ୍କ କତ୍ତୃପକ୍ଷ ଓ ଇନସୁରାନସ କମ୍ପାନୀ ବୀମା ଟଙ୍କା ଦେଇନଥିଲେ । ଏନେଇ ପୁର୍ଣ୍ଣିମା ବାରମ୍ବାର ବ୍ୟାଙ୍କକୁ ଦୌଡି ଦୌଡି ନୟାନ୍ତ ହେବା ପରେ ଶେଷରେ ବୌଦ୍ଧ ଖାଉଟି ଅଦାଲତର ଦ୍ୱାରସ୍ଥ ହେବା ସହ ଏନେଇ ଖାଉଟି ଅଦାଲତରେ ଏକ ମାମଲା ସିସି ୪୨/୨୧ରେ କରିଥିଲେ । ମାମଲା ରୁଜୁ ହେବା ପରେ ଖାଉଟି ଅଦାଲତ ପକ୍ଷରୁ ବ୍ୟାଙ୍କ କତ୍ତୃପକ୍ଷ ଓ ଇନସୁରାନସ କମ୍ପାନୀକୁ ନୋଟିସ ଜାରି କରିଥିଲେ ।
ଏହି ମାମଲାଟି ଗତ ୧୩.୫.୨୩ ରାଷ୍ଟ୍ର୍ରିୟ ଲୋକ ଅଦାଲତରେ ଆପୋଷ ସମାଧାନ ହୋଇ ବିଚାର ହୋଇଥିଲା । ଖାଉଟି ଅଦାଲତର ସଭାପତି ହିମାଂଶୁ ଭୁଷଣ ନାୟକ ମାମଲାଟି ସମାଧାନ କରିବା ସହ ଇନସୁରାନସ କମ୍ପାନୀ ବୀମା ଦୁଇ ଲକ୍ଷ ଟଙ୍କା ଦେବାକୁ ରାଜି ହୋଇଥିଲା । ଏନେଇ ସୋମବାର ଦିନ ବୀମା କମ୍ପାନୀ ହିତାଧିକାରୀ ପୁର୍ଣ୍ଣିମାଙ୍କୁ ବୀମା ଟଙ୍କା ପ୍ରଦାନ କରିଥିବା ଜଣାପଡିଛି । ହିତାଧିକାରିଙ୍କ ପକ୍ଷରୁ ମାମଲାଟିକୁ ଆଇନଜୀବୀ ପୃଥିରାଜ ମେହେର ପରିଚାଳନା କରୁଥିଲେ ।
ଆଇନସେବା ପ୍ରାଧିକରଣ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ
ବୌଦ୍ଧ,୧୩/୬: ବୌଦ୍ଧ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ସୋମବାର ଦିନ ବୀରନରସିଂହପୁର ସ୍ଥିତ ରାମକୃଷ୍ଣ ବାଳାଶ୍ରମ ଠାରେ ଶିଶୁ ଶ୍ରମ ବିରୁଦ୍ଧରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ବୌଦ୍ଧ ଜିଲ୍ଲା ଆଇନସେବା ପ୍ରାଧିକରଣର ଅଧ୍ୟକ୍ଷ ବିକ୍ରମ କୁମାର ପ୍ରଧାନଙ୍କ ନିର୍ଦ୍ଦେଶ କ୍ରମେ ଏବଂ ସଚିବ ସାସ୍ୱତି ମିଶ୍ରଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଥିଲା ।
କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାହୁଲ ପ୍ରଧାନ, ଶିଶୁ କଲ୍ୟାଣ କମିଟିର ସଦସ୍ୟ ରାଜିବ ନାଏକ, ରାମକୃଷ୍ଣ ବାଳାଶ୍ରମର ସଚିବ ନବୀନ ବଘାର ପ୍ରମୁଖ ଉପସ୍ଥିତ ଥିଲେ ।
ଏହି କାର୍ଯ୍ୟକ୍ରମରେ ରାମକୃଷ୍ଣ ବାଳାଶ୍ରମର ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟତ୍ରୀ ସାମିଲ ଥିଲେ । ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଲା ଶିଶୁମାନଙ୍କୁ କିପରି କାମଠାରୁ ଦୁରେଇ ରଖିବା, ସେମାନଙ୍କୁ ଉଚିତ ଶିକ୍ଷା, ଖାଦ୍ୟପାନୀୟ ଏବଂ ସୁରକ୍ଷା ପ୍ରଦାନ କରିବା, ସରକାରଙ୍କ ଦ୍ୱାରା ସେମାନଙ୍କ ପାଇଁ ଉପସ୍ଥିତ ଥିବା ବିଭିନ୍ନ ଉନ୍ନତି ମୂଳକ ଯୋଜନା ଇତ୍ୟାଦି ଉପରେ ସମସ୍ତଙ୍କୁ ସଚେତନ କରିବା ।
କ୍ଷତିପୂଣ ପାଇଁ ଜିଲ୍ଳାପାଳଙ୍କ ଅଭିଯୋଗ ଶୁଣାଣୀରେ ପହଞ୍ଚି ନିବଦେନ କଲେ ତିନି ପରିବାର
ବୌଦ୍ଧ,୧୩/୬ : ବୌଦ୍ଧଜିଲ୍ଲା ମନମୁଣ୍ଡାଥାନା ଅନ୍ତର୍ଗତ କଲତାପାଲି ଗ୍ରାମରେ ଗତ କିଛିଦିନ ତଳେ ପୂର୍ବ ଶ୍ରତୁତାକୁ କେନ୍ଦ୍ର କରି ତିନୋଟି ପରିବାରର ଘରଭାଙ୍ଗି ଚୁରମାର କରିଦେବା ସହିତ ସମସ୍ତ ଜିନିଷପତ୍ର ଲୁଟିନେବା ଘଟଣାରେ ନ୍ୟାୟ ପ୍ରଦାନ ସହିତ ସେମାନଙ୍କୁ ଉପଯୁକ୍ତ କ୍ଷତିପୂରଣ ପାଇଁ ଆଜି ସନ୍ଧ୍ୟାରେ ତିନି ପରିବାର ପକ୍ଷରୁ ବୌଦ୍ଧ ଜିଲ୍ଲାପାଳ ଓ ଏସପିଙ୍କ ଜନଶୁଣାଣୀ ଶିବିରରେ ପହଞ୍ଚି ନିବଦେନ କରିଛନ୍ତି ତିନି କ୍ଷତିଗ୍ରସ୍ତ ପରିବାର ।
ମିଳିଥିବା ସୂଚନା ମୁତାବକ କଲତାପାଲି ଗ୍ରାମର ଶୋଭାଗିନି ସିଂହ,କବିତା କ୍ଷେତି ଓ ରଚନା ସିଂହ ସୋମବାର ଦିନ ଜିଲ୍ଲାପାଳ ଓ ଏସପିଙ୍କ ବୌଦ୍ଧ ଅଭିଯୋଗ ଶୁଣାଣି ଶିବିରରେ ପହଞ୍ଚି ଥିଲେ । କିଛିଦିନ ତଳେ ପୂର୍ବଶତ୍ରୁତାକୁ କେନ୍ଦ୍ର କରି ଗ୍ରାମର କିଛି ଲୋକ ସେମାନଙ୍କ ଘର ଭାଙ୍ଗି ଚୁରମାର କରିଦେବା ସହିତ ସେମାନଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ।
ଭୟରେ ତିନି ପରିବାର ଗ୍ରାମଛାଡି ଚାଲିଯିବାପରେ ଆକ୍ରମଣକାରୀମାନେ ସେମାନଙ୍କ ସମସ୍ତ ଜିନିଷପତ୍ର,ସୁନା ଗହଣା ନେଇ ପଳାଇଥିବାବେଳେ ସେମାନଙ୍କ ପାଖରେ ମୁଣ୍ଡ ଗୁଂଜିବାକୁ ଛାତ ନଥିବାରୁ ପ୍ରବଳ ଗ୍ରୀଷ୍ମପ୍ରବାହରେ ଗ୍ରାମଛାଡି ଗଛତଳେ ଆଶ୍ରୟ ନେଇଥିବା ଜିଲ୍ଲାପାଳଙ୍କୁ ଜଣାଇଥିଲେ । ଜିଲ୍ଲାପାଳ ସତ୍ୟରଂଜନ ସାହୁ କ୍ଷତିଗ୍ରସ୍ତ ପରିବାରମାନଙ୍କ ଅଭିଯୋଗ ଶୁଣିବାପରେ ଅତିରିକ୍ତ ଜିଲ୍ଲାପାଳ ଓ ଉପଜିଲ୍ଲାପାଳ ଗ୍ରାମକୁ ଯାଇ ଘଟଣାର ତଦନ୍ତ କରିବା ପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶୃତି ଦେଇଥିବା ଜଣାଯାଇଛି ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031