Indus Valley Times

ଅସନ୍ତୋଷ ଝାଡ଼ିଲେ ଜଗୁନି; କହିଲେ- ଜାଣିଶୁଣି ମନ୍ଦିରକୁ ଭାଙ୍ଗି ଦେଲେ

 Breaking News

ଅସନ୍ତୋଷ ଝାଡ଼ିଲେ ଜଗୁନି; କହିଲେ- ଜାଣିଶୁଣି ମନ୍ଦିରକୁ ଭାଙ୍ଗି ଦେଲେ

November 05
19:40 2024

ପୁରୀ,୫/୧୧: ଶ୍ରୀମନ୍ଦିର ମେଘନାଦ ପାଚେରୀରେ ଫାଟ ସୃଷ୍ଟି ହୋଇଛି। ଏହାକୁ ନେଇ ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ବୟାନବାଜି ଆରମ୍ଭ ହୋଇଛି।
ଏସବୁ ମଧ୍ୟରେ ମଙ୍ଗଳବାର ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର( ଜଗୁନି)। ଘଟଣାରେ ସେ ନିଜର ଅସନ୍ତୋଷ ବ୍ୟକ୍ତ କରିବା ସହ ନାଁ ନନେଇ ପୂର୍ବ ବିଜେଡି ସରକାରଙ୍କୁ ସରକାରଙ୍କୁ ଟାର୍ଗେଟ କରିଛନ୍ତି।
ମହାପ୍ରଭୁଙ୍କ ମେଘନାଦ ପାଚେରୀରେ ଫାଟ ନେଇ ଜଗନ୍ନାଥ ସ୍ବାଇଁ ମହାପାତ୍ର କହିଛନ୍ତି, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ବେଳେ ଜେସିବି ଲଗାଇ ଭାଙ୍ଗିଲେ। ଚାରିକଡେ ଥିବା ମଠ, ମନ୍ଦିର, ଘର ସବୁ ଜେସିବିରେ ଭାଙ୍ଗିଦେଲେ।
ଏହାଦ୍ୱାରା ମନ୍ଦିର ଚାରିକଡୁ ସପୋର୍ଟ କମିଗଲା, ଯେଉଁଥିପାଇଁ ପାଚେରୀ ଚାରିଆଡେ ଫାଟିଗଲା। ଏହାକୁ ସମ୍ପୂର୍ଣ୍ଣ ମରାମତି ନ କଲେ ପୂରା ଭାଙ୍ଗିଯିବ। ବର୍ତ୍ତମାନ ସ୍ଥିତି ଯାହା ଏଏ୍‌ସଆଇ ଏହାକୁ ସ୍ବତନ୍ତ୍ର ଭାବେ କାମ କରୁ। ପ୍ରଧାନମନ୍ତ୍ରୀ ନିଜେ ହସ୍ତକ୍ଷେପ କଲେ ପୂରା ସମ୍ପୂର୍ଣ୍ଣ ହେବ ବୋଲି ସେ କହିଛନ୍ତି।
ଅପରପକ୍ଷେ ଜଗୁନିଙ୍କ ଭଳି ଭାଜପା ମଧ୍ୟ ପୂର୍ବ ସରକାରଙ୍କ ଉପରେ ବର୍ଷିଛନ୍ତି। ଭାଜପା ମୁଖପାତ୍ର ଅନୀଲ ବିଶ୍ୱାଳ ଖବରଦାତା ସମ୍ମିଳନୀରେ କହିଛନ୍ତି, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ବାବୁ ଓ ତାଙ୍କ ସହଯୋଗୀ ଭିକେ ପାଣ୍ଡିଆନ ଏମିତି କିଛି ଭୁଲ କରିକି ଯାଇଛନ୍ତି, ଯାହାର ମୂଲ୍ୟ ଏବେ ଓଡ଼ିଶାକୁ ଦେବାକୁ ପଡୁଛି। ନିଜର ରାଜନୈତିକ ଫାଇଦା ପାଇଁ ସେମାନେ କିଭଳି ଏକ ପୁରାତନ ଐତିହ୍ୟକୁ ବିପଦକୁ ଠେଲି ଦେଇଛନ୍ତି, ତାହା ଅତ୍ୟନ୍ତ ଦୁଃଖଦାୟକ ବୋଲି ସେ କହିଛନ୍ତି।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031