Indus Valley Times

ହାଲ୍‌ରେ ଶକ୍ତି ମିଗ୍ ଇଞ୍ଜିନ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

 Breaking News

ହାଲ୍‌ରେ ଶକ୍ତି ମିଗ୍ ଇଞ୍ଜିନ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ହାଲ୍‌ରେ ଶକ୍ତି ମିଗ୍ ଇଞ୍ଜିନ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ
October 06
19:43 2026

କୋରାପୁଟ/ଓଡ଼ିଶା, ୬/୧୦ : ପ୍ରତିରକ୍ଷା କ୍ଷେତ୍ରରେ ଭାରତର ଆତ୍ମନିର୍ଭରତାକୁ ଆଉ ଏକ ବଡ଼ ପଦକ୍ଷେପ। କୋରାପୁଟର ସୁନାବେଡାସ୍ଥିତ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍ (HAL ) ପରିଦର୍ଶନ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ।
ମଙ୍ଗଳବାର HAL କୋରାପୁଟର ୨୦୦୦ତମ ଏରୋ-ଇଞ୍ଜିନ୍ ହସ୍ତାନ୍ତର ସମାରୋହରେ ଯୋଗଦେବା ସହ ଶକ୍ତି ଇଞ୍ଜିନ୍‌ର ଦ୍ୱିତୀୟ ନିର୍ମାଣ ଲାଇନ୍‌ର ଶୁଭାରମ୍ଭ କରିଛନ୍ତି।
ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ସାମିଲ ହୋଇଥିଲେ। ପ୍ରାୟ ୨୧୮ କୋଟି ଟଙ୍କା ବ୍ୟୟରେ ଶକ୍ତି ଇଞ୍ଜିନ୍‌ର ଦ୍ୱିତୀୟ ଉତ୍ପାଦନ ଲାଇନ୍ ପ୍ରତିଷ୍ଠା କରାଯାଉଛି।
ଭାରତୀୟ ସାମରିକ ହେଲିକପ୍ଟର ପାଇଁ ଏହି ଟର୍ବୋଶାଫ୍ଟ ଇଞ୍ଜିନ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। HAL ଓ ଫ୍ରାନ୍ସର Safran Helicopter Enginesର ମିଳିତ ସହଯୋଗରେ ଏହା ବିକଶିତ ହୋଇଛି।
ସଭାକୁ ସମ୍ବୋଧିତ କରି ରାଜନାଥ ସିଂ କହିଛନ୍ତି, HAL କୋରାପୁଟର ୨୦୦୦ତମ ଏରୋ-ଇଞ୍ଜିନ୍ ହସ୍ତାନ୍ତର କେବଳ ଏକ ସଂଖ୍ୟା ନୁହେଁ, ବରଂ ଭାରତୀୟ ସଶସ୍ତ୍ର ବାହିନୀର ପରିଚାଳନାଗତ କ୍ଷମତାକୁ ସୁଦୃଢ଼ କରିଥିବା ହଜାର ହଜାର ଅବଦାନର ପ୍ରତୀକ। ଏଥିପାଇଁ ଇଞ୍ଜିନିୟର, ବୈଜ୍ଞାନିକ, ଟେକ୍ନିସିଆନ୍ ଓ କୁଶଳୀ କର୍ମଚାରୀଙ୍କ ପିଢ଼ି ପିଢ଼ିର ଅବଦାନ ରହିଛି ବୋଲି ସେ କହିଛନ୍ତି।
HAL କୋରାପୁଟରେ MiG-21, MiG-27, MiG-29 ଓ Su-30MKI ଭଳି ଯୁଦ୍ଧବିମାନ ପାଇଁ ଇଞ୍ଜିନ୍ ନିର୍ମାଣ ହୋଇଛି। ଏହାସହ ୯ ହଜାରରୁ ଅଧିକ ଇଞ୍ଜିନ୍‌ର ଓଭରହଲିଂ କରାଯାଇଥିବା କଥା ମଧ୍ୟ ରାଜନାଥ ଉଲ୍ଲେଖ କରିଛନ୍ତି।
ସେ କହିଛନ୍ତି, ଏରୋ-ଇଞ୍ଜିନ୍ ପ୍ରଯୁକ୍ତି ଆଧୁନିକ ଇଞ୍ଜିନିୟରିଂର ସବୁଠାରୁ ଜଟିଳ କ୍ଷେତ୍ର ମଧ୍ୟରୁ ଅନ୍ୟତମ। ଉନ୍ନତ ଧାତୁ ବିଜ୍ଞାନ, ପ୍ରିସିଜନ୍ ମାନୁଫାକ୍ଚରିଂ, ପରୀକ୍ଷଣ, କୁଲିଂ ଟେକ୍ନୋଲୋଜି ଓ କଠୋର ଗୁଣବତ୍ତା ନିୟନ୍ତ୍ରଣ ଏଥିରେ ଆବଶ୍ୟକ।
AMCA ପାଇଁ ସ୍ୱଦେଶୀ ହାଇ-ଥ୍ରଷ୍ଟ ଇଞ୍ଜିନ୍ ବିକାଶକୁ ମଧ୍ୟ ରାଜନାଥ ଗୁରୁତ୍ୱ ଦେଇଛନ୍ତି। ଭାରତର ପ୍ରଥମ ସ୍ୱଦେଶୀ ହାଇ-ଥ୍ରଷ୍ଟ ଇଞ୍ଜିନ୍ ଟେଷ୍ଟିଂ ଫାସିଲିଟି ପ୍ରତିଷ୍ଠା ଦିଗରେ ହେଉଥିବା ପଦକ୍ଷେପକୁ ସେ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି।
ସେହିପରି ପ୍ରାୟ ୫,୦୦୦ କୋଟି ଟଙ୍କାର ନିବେଶ, MIDHANI ସହଯୋଗରେ ସ୍ୱଦେଶୀ କଞ୍ଚାମାଲ ବିକାଶ ଏବଂ ହାଇ-ଥ୍ରଷ୍ଟ ଇଞ୍ଜିନ୍ କ୍ଷମତା ବିକାଶ ଭାରତକୁ ପ୍ରତିରକ୍ଷା ଓ ଏରୋସ୍ପେସ୍ କ୍ଷେତ୍ରରେ ଆତ୍ମନିର୍ଭର କରିବା ଦିଗରେ ବଡ଼ ପଦକ୍ଷେପ ବୋଲି ରାଜନାଥ କହିଛନ୍ତି।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031