Indus Valley Times

ସିବିଆଇ ପଞ୍ଝାରେ ଇଡି ଡେପୁଟି ଡାଇରେକ୍ଟର, ରେଡ୍ ଭୟ ଦେଖାଇ ବ୍ୟବସାୟୀଙ୍କ ଲୁଟ ଲକ୍ଷ ଲକ୍ଷ ଟଙ୍କାର ଲାଞ୍ଚ

 Breaking News

ସିବିଆଇ ପଞ୍ଝାରେ ଇଡି ଡେପୁଟି ଡାଇରେକ୍ଟର, ରେଡ୍ ଭୟ ଦେଖାଇ ବ୍ୟବସାୟୀଙ୍କ ଲୁଟ ଲକ୍ଷ ଲକ୍ଷ ଟଙ୍କାର ଲାଞ୍ଚ

May 29
22:45 2025

ଭୁବନେଶ୍ବର,୨୯/୫: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଜଣେ ବରିଷ୍ଠ ଅଧିକାରୀ ଗୁରୁବାର କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଫାସରେ ପଡ଼ିଛନ୍ତି। ଭୁବନେଶ୍ବରସ୍ଥିତ କାର୍ଯ୍ୟାଳୟରେ କାର୍ଯ୍ୟରତ ‘ଇଡି’ର ଉପନିର୍ଦ୍ଦେଶକ ୨୦ ଲକ୍ଷ ଟଙ୍କା ଲାଞ୍ଚ ନେଇ ଧରାପଡ଼ିଛନ୍ତି। ଅଭିଯୁକ୍ତ ଅଧିକାରୀ ହେଲେ ଚିନ୍ତନ ରଘୁବଂଶୀ।
ସୂଚନା ଅନୁସାରେ ଖଣିଜନିତ ଏକ ମାମଲାର ରଫାଦଫା କରିବା ପାଇଁ ୨୦୧୩ର ଭାରତୀୟ ରାଜସ୍ବ ସେବା (ଆଇଆରଏସ୍‌) ଅଧିକାରୀ ତଥା ଇଡିର ଉପନିର୍ଦ୍ଦେଶକ ଚିନ୍ତନ ରଘୁବଂଶୀ ୫୦ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ଲାଞ୍ଚ ଦେଇଥିବା ବ୍ୟକ୍ତି ଜଣକ ଏନେଇ ସିବିଆଇରେ ଅବଗତ କରିଥିଲେ। ସିବିଆଇ ସୂଚନା ଆଧାରରେ ଲାଞ୍ଚୁଆ ଅଧିକାରୀଙ୍କୁ ଧରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲା।
ଆଜି ୨୦ ଲକ୍ଷ ଟଙ୍କା ନେଉଥିବା ବେଳେ ଅତର୍କିତ ଚଢ଼ାଉ କରି ଧରିଛି। ଘଟଣାସ୍ଥଳରୁ ସିବିଆଇର ବରିଷ୍ଠ ଅଧିକାରୀମାନେ ରଙ୍ଗବ‌ୋଳା ୨୦ ଲକ୍ଷ ଟଙ୍କା ଜବତ କରିଥିଲେ। ଅଭିଯୁକ୍ତ ଚିନ୍ତନ ରଘୁବଂଶୀଙ୍କୁ ସିବିଆଇ ପଚରାଉଚୁରା କରୁଛି।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930