Indus Valley Times

ହୋଡ଼ିଂ ବେସରୁ ଉଦ୍ଧାର ହେଲେ ମୁକ୍ତିକାନ୍ତ

 Breaking News

ହୋଡ଼ିଂ ବେସରୁ ଉଦ୍ଧାର ହେଲେ ମୁକ୍ତିକାନ୍ତ

December 21
16:05 2022

ଭୁବନେଶ୍ବର,୨୧/୧୨: ସ୍ଥାନୀୟ ଶିଶୁଭବନ ଛକରେ ଏକ ବିଜ୍ଞାପନ ହୋର୍ଡିଂ ଉପରେ ଆତ୍ମହତ୍ୟା ଉଦ୍ୟମ କରିଥିବା ରାଉରକେଲାର ଯୁବକ ମୁକ୍ତିକାନ୍ତ ବିଶ୍ବାଳଙ୍କୁ ଆଜି ଅପରହ୍ଣରେ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ମୁକ୍ତିକାନ୍ତଙ୍କୁ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଦୀର୍ଘ ସମୟର ଉଦ୍ୟମ ପରେ ଉଦ୍ଧାର କରିଛନ୍ତି।
ହୋର୍ଡିଂ ଉପରୁ ଉଦ୍ଧାର ହେଲା ପରେ ତାଙ୍କୁ ଡାକ୍ତରୀ ପରୀକ୍ଷା ପାଇଁ ପଠାଯାଇଛି। ତେବେ ସବୁଠାରୁ ବଡ଼ କଥା ହେଲା ଯେ, ମୁକ୍ତିକାନ୍ତଙ୍କୁ ଉଦ୍ଧାର କରିବା ପାଇଁ ୪ ଘଣ୍ଟା ସମୟ ଲାଗିଥିଲା।
ରାଉରକେଲାରୁ ଚାଲିଚାଲି ଭୁବନେଶ୍ୱର ଆସି ମୁଖ୍ୟମନ୍ତ୍ରୀଙ୍କୁ ଦେଖା କରି ନ ପାରିବା ପ୍ରତିବାଦରେ ମୁକ୍ତିକାନ୍ତ ବିଶ୍ବାଳ ଆତ୍ମହତ୍ୟା ଉଦ୍ୟମ କରିଥିଲେ।
ସେ ହାତରେ ଡିଜେଲ ଥିବା ବୋତଲ ଧରି ନିଜ ଦେହରେ ନିଆଁ ଲଗାଇବାକୁ ଉଦ୍ୟମ କରିଥିଲେ। ଶିଶୁଭବନ ଛକଠାରେ ବିଜ୍ଞାପନ ହୋର୍ଡିଂ ଉପରେ ଚଢ଼ି ମୁକ୍ତିକାନ୍ତ ଅଭିନବ ପ୍ରତିବାଦ କରିଥିଲେ। ସେ ସପ୍ତାହେ ହେଲା ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ଲାଗି ଉଦ୍ୟମ କରିଥିଲେ ବି ତାଙ୍କ ସହ ଦେଖା କରିପାରିନଥିଲେ । ମୁକ୍ତିକାନ୍ତ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ଲାଗି ଅଫିସିଆଲ ଷ୍ଟେଟମେଣ୍ଟ ଦାବି କରିଛନ୍ତି।
ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୯ ବର୍ଷ ତଳେ ରାଉରକେଲାବାସୀଙ୍କୁ ଉନ୍ନତିମୂଳକ କାର‌୍ୟ୍ୟ ନେଇ ପ୍ରତିଶ୍ରୁତି ଦେଇଥିଲେ। ତାଙ୍କର ଏହି ପ୍ରତିଶ୍ରୁତିକୁ ମନେ ପକାଇଦେବା ପାଇଁ ରାଉରକେଲାରୁ ପଦଯାତ୍ରାରେ ବାହାରିଥିବା ସମାଜସେବୀ ମୁକ୍ତିକାନ୍ତ ବିଶ୍ବାଳ ଗତକାଲି ଭୁବନେଶ୍ବରରେ ପହଞ୍ଚିଥିଲେ। ରାଉରକେଲାବାସୀଙ୍କ ସମସ୍ୟାର ଦୁଇଟି ମଡେଲକୁ କାନ୍ଧରେ ବୋହି ସେ ଏଠାରେ ପହଞ୍ଚିଥିଲେ। ତେବେ ଆଜି ସେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ନବୀନ ନିବାସକୁ ଯିବା ବେଳେ ଶିଶୁ ଭବନ ଛକଠାରେ ପୁଲିସ ତାଙ୍କୁ ଅଟକାଇଥିଲା। ତେଣୁ ମୁକ୍ତିକାନ୍ତ ସେହିଠାରେ ଧାରଣାରେ ବସିଥିଲେ। ନଭେମ୍ବର ୧୬ ତାରିଖରୁ ପଦଯାତ୍ରାରେ ବାହାରିଥିବା ମୁକ୍ତିକାନ୍ତ ୨୮ଦିନ ପରେ ଭୁବନେଶ୍ବରେ ପହଞ୍ଚିଥିଲେ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031