Indus Valley Times

୨୦୦ ନିୟୁତ ଟୁଇଟର୍ ବ୍ୟବହାରକାରୀଙ୍କ ଇ-ମେଲ୍ ଆଡ୍ରେସ୍ ଲିକ୍: ରିପୋର୍ଟ

 Breaking News

୨୦୦ ନିୟୁତ ଟୁଇଟର୍ ବ୍ୟବହାରକାରୀଙ୍କ ଇ-ମେଲ୍ ଆଡ୍ରେସ୍ ଲିକ୍: ରିପୋର୍ଟ

୨୦୦ ନିୟୁତ ଟୁଇଟର୍ ବ୍ୟବହାରକାରୀଙ୍କ ଇ-ମେଲ୍ ଆଡ୍ରେସ୍ ଲିକ୍: ରିପୋର୍ଟ
January 06
08:55 2023

ଲଣ୍ଡନ, ୬/୧: ହ୍ୟାକରମାନଙ୍କ ଟାର୍ଗେଟ୍ ରେ ଟୁଇଟର । ସୁରକ୍ଷିତ ରହୁନି ଟୁଇଟରରେ ୟୁଜରସ୍ ଙ୍କ ଡାଟା । କେତେବେଳେ ଡାଟା ଚୋରୀ ହୋଉଛି ତ କେତେବେଳେ ଟାଡା ଜୋରି ହେଉଛି । ହ୍ୟାକର୍ମାନେ ୨୦୦ ନିୟୁତରୁ ଅଧିକ ‘ଟୁଇଟର୍’ ବ୍ୟବହାରକାରୀଙ୍କ ଇ-ମେଲ୍ ଆଡ୍ରେସ୍ ଚୋରାଇ ନେଇ ସେ ସବୁକୁ ଗୋଟାଏ ‘ଅନ୍ଲାଇନ୍ ହ୍ୟାକିଙ୍ଗ୍ ଫୋରମ୍’ରେ ପୋଷ୍ଟ୍ କରିଥିବା କଥା ବୁଧବାର ଦିନ ଜଣେ ସିକ୍ୟୁରିଟି ରିସର୍ଚର୍ଙ୍କ କଥାରୁ ଉଦ୍ଧାର କରି ‘ରଏଟର୍ସ’ ରିପୋର୍ଟ କରିଛି।
ଇଜ୍ରାଏଲୀୟ ସାଇବର୍ସିକ୍ୟୁରିଟି-ମନିଟରିଙ୍ଗ୍ ପ୍ରତିଷ୍ଠାନ ‘ହଡ୍ସନ୍ ରକ୍’ର ସହ-ସଂସ୍ଥାପକ ଏଲୋନ୍ ଗଲ୍ ‘ଲିଙ୍କ୍ଡ୍ଇନ୍’ରେ ଲେଖିଛନ୍ତି, ଦୁଃଖର ବିଷୟ, ଏହି ତ୍ରୁଟି ଅନେକ ହ୍ୟାକିଙ୍ଗ୍ ଓ ଠକାମିର କାରଣ ହେବ। ମୋ ଦେଖିବାରେ ଏହା ହେଉଛି ସାଙ୍ଘାତିକ ତଥ୍ୟ ଲିକ୍ ଘଟଣା।
ଡିସେମ୍ବର ୨୪ ତାରିଖ ଦିନ ସାମାଜିକ ଗଣମାଧ୍ୟମରେ ଗଲ୍ ପୋଷ୍ଟ୍ ଉକ୍ତ ରିପୋର୍ଟ ଉପରେ ‘ଟୁଇଟର୍’ ମନ୍ତବ୍ୟ ଦେଇନାହିଁ କି, ତ୍ରୁଟି ସଂକ୍ରାନ୍ତରେ ତଦନ୍ତ କଥା ବି ଉଠାଇ ନାହିଁ। ଏହାର ପ୍ରତିକାର ନିମନ୍ତେ ‘ଟୁଇଟର୍’ କିଛି ପଦକ୍ଷେପ ଗ୍ରହଣ କରିଛି କି, ନାହିଁ, ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ।
ଲିକ୍ ହୋଇଥିବା ଡାଟା ବୁଧବାର ଦିନ ଉକ୍ତ ହ୍ୟାକର୍ ଫୋରମ୍ରେ ପ୍ରସାରିତ ହୋଇଥିଲା। ତାହାର କେତେକ ସ୍କ୍ରିନ୍ସଟ୍ ସମ୍ପ୍ରତି ଅନ୍ଲାଇନ୍ରେ ପ୍ରସାରଣ ହେଉଛି।
ଏହି ଘଟଣାରେ ସମ୍ପୃକ୍ତ ଥିବା ହ୍ୟାକ୍ର ଅଥବା ସେମାନଙ୍କ ଅବସ୍ଥିତି ଚିହ୍ନଟ କରିବାର ମଧ୍ୟ କୌଣସି ଉପାୟ ନ ଥିବା ଜଣାପଡ଼ିଛି। ୨୦୨୧ ପ୍ରାରମ୍ଭରେ ଏହି ଘଟଣା ଘଟିଥାଇପାରେ। ଡିସେମ୍ବର ମାସରେ ଅନୁମାନ କରାଯାଉଥିଲା ଯେ, ପ୍ରାୟ ୪୦୦ ନିୟୁତ ଇ-ମେଲ୍ ଆଡ୍ରେସ୍ ଓ ଫୋନ୍ ନମ୍ବର ଚୋରି ହୋଇଛି।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031