Indus Valley Times

୨୩ରେ ପୁଣି ଲଘୁଚାପ, ୩ ଦିନ ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷା

 Breaking News

୨୩ରେ ପୁଣି ଲଘୁଚାପ, ୩ ଦିନ ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷା

୨୩ରେ ପୁଣି ଲଘୁଚାପ, ୩ ଦିନ ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷା
September 22
12:13 2024

ଭୁବନେଶ୍ୱର,୨୨/୯: ଆସୁଛି ଆଉ ଏକ ଲଘୁଚାପ। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ତା ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଯାହା ସୋମବାର ସୁଦ୍ଧା ଲଘୁଚାପର ରୂପ ନେବା ସମ୍ଭାବନା ରହିଛି। ଏହା ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ବଢିବ । ତିନି ଦିନ ଯାଏ ବର୍ଷା ସମ୍ଭାବନା ରହିଛି।
ରବିବାର ଲାଗି ୧୭ ଜିଲାକୁ ବିଜୁଳି ଘଡ଼ଘଡ଼ି ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।
ସୋମବାର ଦକ୍ଷିଣ ଓଡ଼ିଶାକୁ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ । ୨୬ ତାରିଖ ପରେ ପାଗରେ ପୁଣି ପରିବର୍ତ୍ତନ ହେବାର ସମ୍ଭାବନା ରହିଛି।
ଆସନ୍ତା ୨୩ ତାରିଖରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟରୁ ପ୍ରତ୍ୟାବର୍ତ୍ତନ କରୁଥିବା ପାଣିପାଗ ବିଭାଗ ସୂଚନା ମିଳିଛି।
ଅନ୍ୟପକ୍ଷେ ବନ୍ୟା ସ୍ତିତି କମିଛି, ହେଲେ ବିପନ୍ନଙ୍କ ଦୁର୍ଦ୍ଦଶା କମିନି। ବାଲେଶ୍ବର ବାଲିଆପାଳ ଓ ଭୋଗରାଇ ବ୍ଲକର ଅନେକଙ୍କ ଘରେ ଏବେ ବି ଚୁଲି ଜଳୁନି। ଶୁଖିଲା ଖାଦ୍ୟ ଖାଇ ଦିନ କଟୁଛନ୍ତି ବିପନ୍ନ। ସୁବର୍ଣ୍ଣରେଖା ନଦୀ ବନ୍ୟାରେ ସାମାନ୍ୟ ସୁଧାର ଆସିଥିଲେ ବି ସ୍ବାଭାବିକ ହୋଇନି ଜୀବନ।
ଭୋଗରାଇ ବ୍ଲକର କୁମ୍ଭୀରଗଡି ପଞ୍ଚାୟତ, କୁଷୁଡା, ଗବଗାଁ, ମନୁନଗର ଏବଂ ରସଲପୁଲ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ରହିଛି। କୁଲ୍ହା ଗାଁର ଶତାଧିକ ନଦୀକୂଳିଆ ଲୋକେ ଭୂଆଁ ବନ୍ଧ ଉପରେ ଜରିପାଲ ଟାଣି ଖୋଲା ଆକାଶ ତଳେ ଜୀବନ କାଟିଛନ୍ତି।
ସମାନ ଅବସ୍ଥା ବାଲିଆପାଳ ବ୍ଲକର ତାଳପଦା, ବିଷ୍ଣୁପୁର, ଜାମକୁଣ୍ଡା ଗାଁର । ଲୋକଙ୍କ ଯୋଗାଯୋଗର ଏକମାତ୍ର ମାଧ୍ୟମ ସାଜିଛି ଡଙ୍ଗା। ସେପଟେ ଭୋକ ଉପାସରେ ପିଲାଛୁଆଙ୍କୁ ଧରି ଆଜିକୁ ଛଅ ଦିନ ହେଲାଣି ସରକାରୀ ରିଲିଫକୁ ଚାହିଁ ରହିଛନ୍ତି ବନ୍ୟା ବପନ୍ନ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930