Indus Valley Times

ବାଲିଗୁଡା ଶ୍ରୀଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ମହୋତ୍ସବ: ସାମିଲ ହେଲେ ଭଞ୍ଜନଗର ବିଧାୟକ ପ୍ରଦୂମ୍ନ ନାୟକ

 Breaking News

ବାଲିଗୁଡା ଶ୍ରୀଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ମହୋତ୍ସବ: ସାମିଲ ହେଲେ ଭଞ୍ଜନଗର ବିଧାୟକ ପ୍ରଦୂମ୍ନ ନାୟକ

November 18
21:52 2024

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୧୮/୧୧: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିରରେ ପାର୍ଶ୍ଵ ଦେବାଦେବୀ ଙ୍କ ନୂତନ ମନ୍ଦିର ନିର୍ମାଣ ଓ ବିଗ୍ରହ ପ୍ରତିଷ୍ଠା ମହୋତ୍ସବର ତୃତୀୟ ଦିନ ରେ ଭଞ୍ଜନଗର ବିଧାୟକ ପ୍ରଦୂମ୍ନ ନାୟକ ପହଞ୍ଚି ଜଗନ୍ନାଥଙ୍କ ଦର୍ଶନ କରିଥିଲେ ।
ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ରେ ତାଙ୍କୁ ସ୍ଵାଗତ କରିବା ପରେ ମନ୍ଦିର ଟ୍ରଷ୍ଟ ପକ୍ଷରୁ ନଦିଆ ସଙ୍କୀର୍ତନ ରେ ହରେ କୃଷ୍ଣ ହରେ ରାମ ନାମ ଧରି ମନ୍ଦିର ନିକଟ ପର୍ଯ୍ୟନ୍ତ ପାଛୋଟି ଅଣାଯାଇଥିଲା । ତାଙ୍କ ସହ ଭଞ୍ଜନଗର ସାଂସଦ ପ୍ରତିନିଧି ରବୀନ୍ଦ୍ର ଗୌଡ ,ନୀଳ ମାଧବ ପାତ୍ର ,ଧୋବା ଗୌଡ ,ମାନସ ଜେନା ,ଧୀରେନ ମହାନ୍ତି ପ୍ରମୁଖ ଆସି ଯଜ୍ଞ ରେ ସାମିଲ ହୋଇଥିଲେ ।
ମନ୍ଦିର ଟ୍ରଷ୍ଟ ବୋର୍ଡର ଟି.ଶ୍ରୀନିବାସ ରାଓ ଫୁଲ ଚନ୍ଦନ ଓ ଉପଢୌକନ ଦେଇ ମନ୍ଦିର ପରିସରକୁ ପାଛୋଟି ନେଇଥିଲେ । ଶ୍ରୀଜଗନ୍ନାଥ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଦର୍ଶନ ପରେ ନାମ ଯଜ୍ଞ ଓ ଘୃତ ଯଜ୍ଞ ରେ ସାମିଲ ହୋଇ ଆଶ୍ରିବାଦ କାମନା କରିଥିଲେ । ସ୍ଵାଗତ କରିବା ପାଇଁ ଭାରତୀୟ ଜନତା ପାର୍ଟି ତରଫରୁ ସୁରେନ୍ଦ୍ର ପାତ୍ର ,ରଞ୍ଜିତ ଚୌଧୁରୀ ସୂର୍ଯ୍ୟ ନାୟକ ,ପୁରୁଷୋତ୍ତମ ଡାକୁଆ ,ଅମିୟ ବେହେରା, ଗଙ୍ଗାଧର ସାହୁ ,ସ୍ବରୂପା ନନ୍ଦ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ରାଷ୍ଟ୍ରୀୟ ବଜରଙ୍ଗ ଦଳ ପ୍ରଦେଶ ଅଧକ୍ଷ ବିଶ୍ଵଜିତ ପାତ୍ର ,ଧର୍ମ ଜାଗରଣ ସମୁଖ୍ୟ ର ଅନ୍ତର୍ଯ୍ୟମି ବେହେରା , ପ୍ରମୁଖ ସାମିଲ ହୋଇଥିଲେ ।
ମାଣ୍ଡିପଙ୍କା ଆମ୍ଭଟାକୁଆ ଖାଇବା ଘଟଣା: ଆଉ ଜଣେ ଆଖିବୁଜିଲେ, ୩ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
ବାଲିଗୁଡା, ୧୮/୧୧ : କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ଗଦାପୁର ପଞ୍ଚାୟତ ମାଣ୍ଡିପଙ୍କା ଗ୍ରାମରେ ଆମ୍ଭ ଟାକୁଆ ଜାଉ ଖାଇ ୨ ମୃତ୍ୟୁ ୬ ଗୁରୁତର ଘଟଣା ରେ ଆଉ ଜଣଙ୍କ କଟକ ରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଛି ମୃତକ ହେଲେ ଜିତା ମାଝୀ ବୋଲି ଜଣାପଡିଛି। ଚଳିତ ମାସ ୧ରେ ଜିତା ମାଝୀ ସମେତ ୮ ଜଣଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ନିଆଯାଇଥିଲା।
ତେବେ ବାଟରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ବ୍ରହ୍ମପୁର ମେଡିକାଲରେ ଜଣଙ୍କ ମୃତ୍ୟୁ ହୋଇଥିଲା ଘଟଣାରେ ସେହି ସମୟରେ ୨ ମୃତ୍ୟୁ ଓ ୬ ଗୁରୁତର ରହିଥିଲେ। ସେହିପରି ୬ ଗୁରୁତରଙ୍କୁ ବ୍ରହ୍ମପୁରରେ ଚିକିତ୍ସାଧୀନ ଥିବାବେଳେ ସେମାନଙ୍କ ମଧ୍ୟରୁ ୨ ଜଣ ଗୁରୁତରଙ୍କୁ କଟକ ଏସସିବିରେ ଭର୍ତ୍ତି କରାଯିବା ସହ ଚିକିତ୍ସା କରାଯାଉଥିଲା ୨ ଜଣଙ୍କ ମଧ୍ୟରୁ ଜିତାଙ୍କ କିଡ଼ନୀ ଜନିତ ରୋଗରେ ସୋମବାର ଅପରାହ୍ନରେ ମୃତ୍ୟୁ ହୋଇଥିବା ସୂଚନା ମିଳିଥିବା ଦାରିଙ୍ଗବାଡି ବିଡ଼ିଓ ପ୍ରୀତିରଞ୍ଜନ ରଥ କହିଛନ୍ତି ।
ଜିତାଙ୍କ ମର ଶରୀର ମାଣ୍ଡିପଙ୍କାକୁ ଅଣାଯିବା ପାଇଁ ବ୍ୟବସ୍ଥା କରାଯାଉଥିବା ନେଇ ବିଡ଼ିଓ ଏବଂ ସରପଞ୍ଚ କୁମାରୀ ମଲିକଙ୍କ ସହ କଥାବାର୍ତ୍ତା ହୋଇଥିବା ବିଡ଼ିଓ କହିଛନ୍ତି।
ସୂଚନାଯୋଗ୍ୟ ଯେ, ମାଣ୍ଡିପଙ୍କା ଗ୍ରାମରେ ସାଧାରଣ ବଣ୍ଟନ ଚାଉଳ ସଠିକ ସମୟରେ ନ ମିଳିବା ଯୋଗୁ ଭୋକ ପାଇଁ ଆମ୍ବ ଟାକୁଆ ଖାଇଥିବା ଅଭିଯୋଗ ହୋଇଥିଲା। ଘଟଣାକୁ ନେଇ ବିଭିନ୍ନ ରାଜନୈତିକ ଦଳ ମାଣ୍ଡିପଙ୍କା ଗ୍ରାମରେ ପହଞ୍ଚି ସରକାରଙ୍କୁ ଘେରିଥିଲେ।
କନ୍ଧମାଳ ଜିଲାପାଳ ଅମ୍ରିତ ଋତୁରାଜ ବିଡ଼ିଓ, ତହସିଲଦାର, ବ୍ଲକ ଅଧ୍ୟକ୍ଷ ପ୍ରମୁଖ ମାଣ୍ଡିପଙ୍କାରେ ପହଞ୍ଚି ଲୋକଙ୍କ ଦମସ୍ୟାର ସମାଧାନ ପାଇଁ ପ୍ରୟାସ କରୁଥିବା ବେଳେ ସୋଲାର ପମ୍ପରେ ଜଳ ଯୋଗାଣ, ପେଭେରବ୍ଲକ ରାସ୍ତା ର୍ନିମାଣ ଆଦି କାର୍ଯ୍ୟ କରିଛନ୍ତି।
ରାଜ୍ୟ ସରକାର ମଧ୍ୟ ଘଟଣାକୁ ନେଇ ଗୁରୁତ୍ୱ ଦେବା ସହ ଦକ୍ଷିଣାଞ୍ଚଳ ଆରଡିସିଙ୍କୁ ଏହାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଏବଂ ଏହାର ଆରଡିସି ସ୍ତରୀୟ ତଦନ୍ତ ଚାଲିଛି।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930