Indus Valley Times

୬୯ ତମ ରାଜ୍ୟ ବିଦ୍ୟାଳୟ ସମୂହ ସତରଞ୍ଜ ପ୍ରତିଯୋଗିତା ୨୦୨୫-୨୬ ଉଦଯାପିତ

 Breaking News

୬୯ ତମ ରାଜ୍ୟ ବିଦ୍ୟାଳୟ ସମୂହ ସତରଞ୍ଜ ପ୍ରତିଯୋଗିତା ୨୦୨୫-୨୬ ଉଦଯାପିତ

November 02
10:16 2025

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା , ୨/୧୧ : ୬୯ ତମ ରାଜ୍ୟ ବିଦ୍ୟାଳୟ ସମୂହ ସତରଞ୍ଜ ପ୍ରତିଯୋଗିତା ୨୦୨୫-୨୬ (୧୭ ବର୍ଷରୁ କମ୍ ବାଳକ ଓ ବାଳିକା ବିଭାଗ) ଖୋର୍ଦ୍ଧା ଠାରେ ଉଦଯାପିତ ହୋଇଯାଇଅଛି।
ଏହି ପ୍ରତିଯୋଗିତାରେ ଅତିଥି ମାନେ ଶ୍ରୀ ଜଗନ୍ନାଥଙ୍କୁ ପୁଷ୍ପମାଲ୍ୟ ଅର୍ପଣ ପୂର୍ଵକ ପ୍ରଦୀପ ପ୍ରଜ୍ଵଳନ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଏହି ଉଦଯାପିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିରେନ୍ଦ୍ର କୋରକାରା ( ନିଦ୍ଦେର୍ଶକ, ମାଧ୍ୟମିକ ଶିକ୍ଷା, ଓଡ଼ିଶା) ଯୋଗଦେଇ କହିଲେ ଯେ ଚଳିତ ଥର ଏହି ଠାରୁ ଜାତୀୟ ସ୍ତରରେ ନିର୍ବାଚିତ ହୋଇଥିବା ପ୍ରତିଯୋଗିମାନେ ତ୍ରିପୁରା, ଅଗରତାଲା କୁ ଏଥର ନୂଆ କରି ବିମାନରେ ଯିବା ଆସିବା କରିବେ।
ଯାହା ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିବ। ପରେ ଅତିଥି ଭାବେ ଜ୍ୟୋତି ପ୍ରସାଦ ପରିଡା
ସହକାରୀ ନିର୍ଦ୍ଦେଶକ (ଶାରୀରିକ ଶିକ୍ଷା), ମାଧ୍ୟମିକ ଶିକ୍ଷା, ଓଡ଼ିଶା ବିବରଣୀ ପଠନ କରି କହିଲେ ଯେ ସତରଞ୍ଜ ଜାତୀୟ ସ୍ତରରେ ବିବେଚିତ ହୋଇଥିବା ୫ ଜଣ ବାଳକ ଓ ୫ ଜଣ ବାଳିକା ପ୍ରତିଯୋଗୀ ମାନଙ୍କର ନାମ ଘୋଷଣା କରିଥିଲେ ।
୫ ଜଣ ବାଳକ ବିଭାଗରେ ପ୍ରଥମରେ କ୍ଷେତ୍ରବର ମାଝୀ (ଭୁବନେଶ୍ୱର), ଦ୍ୱିତୀୟରେ ଚେମରୁ ହେମ୍ବ୍ରମ୍ (ଭୁବନେଶ୍ୱର), ତୃତୀୟରେ ଆଦିତ୍ୟ ପଟ୍ଟନାୟକ (ପୁରୀ), ଚତୁର୍ଥରେ ବିଶାଲ ଜ୍ୟୋତି ପଣ୍ଡା (ଗଞ୍ଜାମ), ପଞ୍ଚମରେ ଆଶୁତୋଷ ଖୁଣ୍ଟିଆ (କେନ୍ଦୁଝର) ଓ ଠିକ୍ ସେହିପରି ୫ ଜଣ ବାଳିକା ବିଭାଗରେ ପ୍ରଥମରେ ନିର୍ମଳା କୁଲେର (ଭୁବନେଶ୍ୱର), ଦ୍ୱିତୀୟରେ ପ୍ରତ୍ୟାଷା ରାଣୀ କର (ଗଞ୍ଜାମ) , ତୃତୀୟରେ ଜୟିତା ବେହେରା (କଟକ) , ଚତୁର୍ଥ ରେ ଭାଗ୍ୟ ଶ୍ରୀ ସିଂହ ( ସୁନ୍ଦରଗଡ଼) ଓ ପଞ୍ଚମ ରେ ବବିତା ଡୋରା (କଳାହାଣ୍ଡି) ।
ଜିଲ୍ଲା ଶିକ୍ଷା ଅଧିକାରୀ ତଥା ସଭାପତି ସୋନାମିକା ରାୟ , ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଜ୍ଞା ପରମିତା ଜେନା, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରଶ୍ମିବାଳା ପରିଡା, ବିଜୟ ବେହେରା ଓ ଖୋର୍ଦ୍ଧା ଗୋଷ୍ଠୀ ଶିକ୍ଷା ଅଧିକାରୀ ଯାଜ୍ଞସେନି ସାହୁ ପ୍ରମୁଖ ପ୍ରତିଯୋଗିଙ୍କୁ ପୁରସ୍କାର ବିତରଣ କରିଥିଲେ।
ବିଜେବି ଉଚ୍ଚ ବିଦ୍ୟାଳୟ, ଖୋର୍ଦ୍ଧା, ପ୍ରଧାନ ଶିକ୍ଷୟିତ୍ରୀ ସବିତା ଦାସ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ। ନିରଞ୍ଜନ ଶତପଥୀ ମଞ୍ଚ ପରିଚାଳନା କରିଥିଲେ।।
ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଦିଲ୍ଲୀପ କୁମାର ମୁଦି ଧନ୍ୟବାଦ ଅର୍ପଣ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ଶାରୀରିକ ଶିକ୍ଷା ଶିକ୍ଷକ ଓ ଶିକ୍ଷୟିତ୍ରୀ ବହୁତ ମାତ୍ରାରେ ସହଯୋଗ କରିଥିଲେ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031