Indus Valley Times

ଅଖା ଭିତରୁ ବାହାରିଲା ମହିଳାଙ୍କ ମୃତଦେହ : ୩ ଜଣଙ୍କୁ ଅଟକ ରଖିଲା ପୁଲିସ

 Breaking News

ଅଖା ଭିତରୁ ବାହାରିଲା ମହିଳାଙ୍କ ମୃତଦେହ : ୩ ଜଣଙ୍କୁ ଅଟକ ରଖିଲା ପୁଲିସ

December 23
10:28 2021

ପାରାଦୀପ, ୨୩/୧୨ : ଅଖା ଭିତରୁ ବାହାରିଲା ମହିଳାଙ୍କ ମୃତଦେହ । ଏପରି ଅଭାବନୀୟ ଘଟଣା ଗତକାଲି ଜଗତସିଂହପୁର ଜିଲ୍ଲା ଏରସମା ଥାନା କୁଞ୍ଜକୋଠି ଗାଁରେ ଘଟିଛି। ଏହି ଘଟଣା ପ୍ରଘଟ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ପୁଲିସ୍ ଘଟଣାସ୍ଥଳରେ ଉପସ୍ଥିତ ରହିଛି।
ମୃତା ମହିଳା ହେଲେ ଅଜଗରବେଦୀ ଗାଁର ତୁଳସୀ ମଣ୍ଡଳ । ତୁଳସୀ ହତ୍ୟାକାଣ୍ଡରେ ସମ୍ପୃକ୍ତି ଅଭିଯୋଗରେ ପୁଲିସ୍ ୩ ଜଣଙ୍କୁ ଅଟକ ରଖିଥିବା ବେଳେ ଘଟଣାର ମୁଖ୍ୟ ଅଭିଯୁକ୍ତ ଫେରାର ଥିବା ଜଣାଯାଇଛି।
ପୁଲିସ୍ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ତୁଳସୀ ମଣ୍ଡଳ ଆଖପାଖ ଗାଁରେ ସୁଧରେ ଟଙ୍କା ଲଗାନ୍ତି। ତାଙ୍କ ନିକଟରୁ କୁଞ୍ଜକୋଠି ଗାଁର ସଞ୍ଜୟ ଦାସ କିଛି ଟଙ୍କା ସୁଧରେ ନେଇଥିବା ଜଣାଯାଇଛି।
ସୁଧ ଟଙ୍କା ଫେରାଇବା ନିମନ୍ତେ ବାରମ୍ବାର ତୁଳସୀ ତାଗିଦ କରିବା ପରେ ଉଭୟଙ୍କ ମଧ୍ୟରେ ତିକ୍ତତା ଆରମ୍ଭ ହୋଇଥିଲା। ଏହାପରେ ତୁଳସୀଙ୍କୁ ରାସ୍ତାରୁ ହଟାଇବାକୁ ସଞ୍ଜୟ କରିଥିଲେ ଷଡଯନ୍ତ୍ର।
ପୂର୍ବ ଯୋଜନା ମୁତାବକ, ଗତକାଲି ତୁଳସୀଙ୍କୁ ସଞ୍ଜୟ ସୁଧ ଟଙ୍କା ଫେରାଇବେ ବୋଲି କହି ଡକାଇଥିଲେ। ଏହାପରେ ତୁଳସୀ କୁଞ୍ଜକୋଠି ଗାଁକୁ ଯାଇଥିବା ବେଳେ ରାତି ସୁଦ୍ଧା ଫେରି ନ ଥିଲେ। ପରିବାର ଲୋକ ଖୋଜାଖୋଜି ଆରମ୍ଭ କରି କୁଞ୍ଜକୋଠି ଗାଁସ୍ଥିତ ସଞ୍ଜୟଙ୍କ ଘରକୁ ଯାଇଥିଲେ।
ସଞ୍ଜୟଙ୍କ ଘରର ବାହାରେ ତାଲା ପଡ଼ିଥିବା ବେଳେ ଝରକା ବାଟେ ଏକ ଅଖାରେ କିଛି ବନ୍ଧା ହୋଇଥିବା ବେଳେ ସେଥିରୁ ରକ୍ତ ବୋହୁଥିବା ଦେଖିବାକୁ ପାଇଥିଲେ। ଏହାପରେ ଗାଁ ଲୋକଙ୍କ ସହାୟତାରେ କବାଟ ଭାଙ୍ଗି ଅଖା ଭିତରେ ତୁଳସୀଙ୍କ ମୃତଦେହ ଥିବା ଦେଖିବାକୁ ପାଇଥିଲେ। ତାଙ୍କୁ କୌଣସି ଧାରୁଆ ଅସ୍ତ୍ରରେ ହତ୍ୟା କରି ମୃତଦେହକୁ ଅଖା ଭିତରେ ଭର୍ତ୍ତି କରାଯାଇଥିବା ସନ୍ଦେହ କରାଯାଉଛି ।
ଏହି ଖବର ପ୍ରଚାରିତ ହେବା ପରେ ଗାଁ ଲୋକେ ଖୋଜାଖୋଜି କରି ସଞ୍ଜୟଙ୍କ ପତ୍ନୀ, ପୁଅ ଓ ନିକଟସ୍ଥ ପାକେରା ଗାଁର ଜଣଙ୍କୁ ଅଟକ ରଖିଥିଲେ। ହେଲେ ସଞ୍ଜୟଙ୍କ ପତ୍ତା ମିଳି ପାରିନି। ଏହାକୁ ନେଇ ଗାଁରେ ଉତ୍ତେଜନା ଦେଖାଦେବାରୁ ଖବର ପାଇ ବିଳମ୍ବିତ ରାତିରେ ପୁଲିସ୍ ପହଞ୍ଚିଥିଲା
ପୁଲିସ୍ ୩ ଅଭିଯୁକ୍ତଙ୍କୁ ଅଟକ ରଖିଥିବା ବେଳେ ସଞ୍ଜୟଙ୍କୁ ଖୋଜିବା ଆରମ୍ଭ କରିଛି। ଏଥିସହ ଆଜି ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ କରିବା ପରେ ଶବ ବ୍ୟବଚ୍ଛେଦ ପାଇଁ ଯିବ ବୋଲି ଜଣାଯାଇଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031