Indus Valley Times

ଆଜି ହେଉଛି ୧୨ ଘଣ୍ଟିଆ କଳାହାଣ୍ଡି ବନ୍ଦ ଡାକରା, ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ଇସ୍ତଫା ଦାବି

 Breaking News

ଆଜି ହେଉଛି ୧୨ ଘଣ୍ଟିଆ କଳାହାଣ୍ଡି ବନ୍ଦ ଡାକରା, ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ଇସ୍ତଫା ଦାବି

ଆଜି ହେଉଛି ୧୨ ଘଣ୍ଟିଆ କଳାହାଣ୍ଡି ବନ୍ଦ ଡାକରା, ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ଇସ୍ତଫା ଦାବି
October 20
09:00 2021

କଳାହାଣ୍ଡି ୨୦/୧୦: ମମିତା ମର୍ଡର ମିଷ୍ଟ୍ରି ଘଟଣା ।ଆଜି ୧୨ଘଣ୍ଟିଆ କଳାହାଣ୍ଡି ବନ୍ଦ ଡ଼ାକରା । ଜିଲ୍ଲା ବିଜେପି ପକ୍ଷରୁ ଏହି ବନ୍ଦ ଡ଼ାକରା ଦିଆଯାଇଛି । ଜରୁରୀକାଳୀନ ସେବା ବାଦ ଅନ୍ୟ ସବୁ ସେବା ବନ୍ଦ ରହିବ ବୋଲି ଘୋଷଣା କରାଯାଇଛି ।
ଖବର ଅନୁଯାୟୀ, ମମିତା ମେହେର ମର୍ଡର ମିଷ୍ଟ୍ରି ର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ବଲାଙ୍ଗୀର ପୋଲିସ ଆଜି କୋର୍ଟଚାଲଣ କରିବ । ସେପଟେ କିନ୍ତୁ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଙ୍କ ଇସ୍ତଫା ଦାବି ଜୋର ଧରିଲାଣି ।
ଏହି ଦାବି କରି ଆଜି ୧୨ ଘଣ୍ଟିଆ କଳାହାଣ୍ଡି ବନ୍ଦ ପାଳନ କରୁଛି ବିଜେପି । କେବଳ ଜରୁରୀକାଳୀନ ସେବା ବାଦ ଅନ୍ୟ ସମସ୍ତ ସେବା ବନ୍ଦ ରହିବ । ସହରରେ ଯାନବାହାନ ଚଳାଚଳ ବନ୍ଦ ରହିବା ସହ ଦୋକାନ ବଜାର ବନ୍ଦ ରହିବ । ଏହି ଘଟଣାକୁ ନେଇ ଆଜି ରାଜ୍ୟ ବିଜେପି ମହିଳା ମୋର୍ଚ୍ଚାର ପ୍ରତିନିଧି ଦଳ ବଲାଙ୍ଗୀର ଓ କଳାହାଣ୍ଡି ଗସ୍ତ କରିବେ ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031