Indus Valley Times

ଅଗ୍ନିପଥ ନିଯୁକ୍ତି ଯୋଜନାକୁ ବିରୋଧ କରି ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା

 Breaking News

ଅଗ୍ନିପଥ ନିଯୁକ୍ତି ଯୋଜନାକୁ ବିରୋଧ କରି ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା

June 29
20:47 2022

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨୯/୬: କେନ୍ଦ୍ର ସରକାରଙ୍କ ପକ୍ଷରୁ ଲାଗୁକରାଯାଇଥିବା ଅଗ୍ନିପଥ ନିଯୁକ୍ତି ଯୋଜନାକୁ ବିରୋଧ କରି ବୌଦ୍ଧ ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯାଇଛି ।
ଜିଲ୍ଲା କଂଗ୍ରେସ କମିଟିର ଉପସଭାପତି ସମରେଶ ମିଶ୍ରଙ୍କ ନେତୃତ୍ୱରେ ଜିଲ୍ଲା କଂଗ୍ରେସ କମିଟିର କର୍ମକର୍ତ୍ତା ଓ କର୍ମା ମାନେ ସୋମବାର ଦିନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଦେଇଥିଲେ । ବର୍ତ୍ତମାନ ମୋଦି ସରକାର ସେନା ବାହିନୀରେ ୪ ବର୍ଷିଆ ଅଗ୍ନିପଥ ଯୋଜନା ନାମରେ ଯୁବବର୍ଗଙ୍କୁ ନିଯୁକ୍ତି ପ୍ରଦାନ କରିବାକୁ ଯାଉଥିବା ବେଳେ ଏହାକୁ କଂଗ୍ରେସ ପକ୍ଷରୁ ବିରୋଧ କରାଯାଇଛି ।
କେନ୍ଦ୍ର ସରକାର ପ୍ରତାରଣା ପୁର୍ଣ୍ଣ ଠିକା ନିଯୁକ୍ତି ଯୋଜନାକୁ ତୁରନ୍ତ ପ୍ରତ୍ୟାହାର ଦାବୀ କରିଥିଲେ । ଦୀର୍ଘ ୩ ଘଣ୍ଟା ଧରି ଆନ୍ଦୋଳନ କରିଥିଲେ । ଧାରଣାରେ ଜିଲ୍ଲା କଂଗ୍ରେସ କମିଟି ପ୍ରବକ୍ତା ଶାନ୍ତାନୁ ମହାପାତ୍ର,ବରିଷ୍ଠ ନେତା ସୁଧିର କୁମାର କର୍ଣ୍ଣ,ଛାତ୍ର କଂଗ୍ରେସ ସଭାପତି ବିକ୍ରମ ପ୍ରଧାନ, ନାରାୟଣ ବେହେରା,ବୈଦ୍ୟନାଥ ମହାନନ୍ଦ,ସନ୍ଧ୍ୟା ରାଣୀ ସିଂ, ରୋହିତାଶ୍ୱ ବେହେରା,ଗଣେଶ ଅଗ୍ରୱାଲା,ପ୍ରଦୀପ ଦାସ, ପିସିସି ସଦସ୍ୟ ରାୟ ସଂଜିବି କୁମାର ଦେଓ, ତାରେଣୀ ଜେନା, ପଙ୍କଜ କର୍ଣ୍ଣ, ଜିଲ୍ଲା ସଭାନେତ୍ରୀ, କବିତା ମହାକୁଡ, ଚିତ ବେହେରା, ସମରେନ୍ଦ୍ର ମହାକୁଡ, ବୁଦ୍ଧଦେବ ପ୍ରଧାନ, ପଲସ୍ତି ମହାକୁଡ, ପ୍ରଭାତି ବେହେରା, ସତ୍ୟନାରାୟଣ ବେହେରା , ବାସୁଦେବ ପ୍ରଧାନ, ନାରାୟଣ ବେହେରା, ବେଣୁଧର ମେହେର, ଶୁଶିଲ ହୋତା, ପ୍ରଭଂଜନ ବାରିକ, ଚୈତନ୍ୟ ପ୍ରଧାନଙ୍କ ସମେତ ବହୁ ସଂଖ୍ୟାରେ କର୍ମୀ ମାନେ ସାମିଲ ଥିଲେ ।
ବୌଦ୍ଧ: ଗଡଜାତ ଲୋକ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ
ବୌଦ୍ଧ,୨୯/୬: ଜିଲ୍ଲାର ହରଭଙ୍ଗା ବ୍ଲକ ଅନ୍ତର୍ଗତ ବିରନରସିଂହପୁର ଠାରେ ଅନୁଷ୍ଠିତ ହେଉଥିବା ଗଡଜାତ ଲୋକ ମହୋତ୍ସବ ଚଳିତ ବର୍ଷ କିଭଳି ଭାବରେ କରାଯିବ ସେନେଇ ବିରନରସିଂହପୁର ନର୍ସରୀଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠାନର ସଭାପତି ତଥା ୭ନଂ ଜିଲ୍ଲା ପରିଷଦ ଜୋନ ସଦସ୍ୟ ବିଶ୍ୱଜିତ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୌଦ୍ଧ ଗଡଜାତର ଲୋକ ସଂସ୍କୃତି, କଳା ଓ ସ୍ଥାପତ୍ୟର ବାର୍ତ୍ତାବହ ହୋଇଥିବା ଏହି ଲୋକ ମହୋତ୍ସବକୁ ସୁଦୁର ପ୍ରସାରୀ କରିବାସହ ରାଜ୍ୟ ତଥା ରାଜ୍ୟ ବାହାରର ପ୍ରବାସୀଙ୍କୁ ଏହା ସହିତ ଯୋଡିବା ଲକ୍ଷ୍ୟରେ ଚଳିତ ବର୍ଷ ବିଭିନ୍ନ କାର୍ଯ୍ୟକ୍ରମ କରାଯିବା ସଂପର୍କରେ ବୈଠକରେ ଆଲୋଚନା କରାଯାଇଥିଲା ।
ଏଥିସହ ଲେଖକ, ସାହିତ୍ୟିକ, ଓ କବିଙ୍କ ଲେଖାକୁ ଅଧିକରୁ ଅଧିକ ମାତ୍ରାରେ ଗଡଜାତର ମୁଖପତ୍ରରେ ସ୍ଥାନିତ କରାଯିବାପାଇଁ ମଧ୍ୟ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ଅନୁକୁଳ ସମୟକୁ ନେଇ ସାମାଜିକ କଲ୍ୟାଣ କାର୍ଯ୍ୟ, ରକ୍ତଦାନ ଶିବିର ଓ ସଂସ୍କୃତିକ କାର୍ଯ୍ୟକ୍ରମ ସଂକର୍ପରେ ନିଷ୍ପତି କରାଯିବା ପାଇଁ ବୈଠକରେ ପ୍ରସ୍ତାବ ଗ୍ରହଣ କରାଯାଇଥିଲା ।
ଏହି ବୈଠକରେ ମହୋତ୍ସବ କମିଟିର ସଭାପତି ସୁବର୍ଣ୍ଣ ମଲ୍ଲିକ, କମିଟିରଞ୍ଚମାର୍ଗଦର୍ଶକ ନରେନ୍ଦ୍ର ସାହୁ, ରଘୁନାଥ ଷଡଙ୍ଗୀ, ସଂପାଦକ ଦେବାଶିଷ ମହାକୁଳ, କୋଷାଧ୍ୟକ୍ଷ ପୁର୍ଣ୍ଣଚନ୍ଦ୍ର ଗାଇଗୌରୀଆ, ନିଳାଞ୍ଚଳ ମିଶ୍ର, ଦୁଖୁ ଗାଇଗୌରୀଆ, ଦେବେନ୍ଦ୍ର ସାହୁ, ବସନ୍ତ ପ୍ରଧାନ, ବିରାଜ ମହାକୁଳ, ସୁଜ୍ଞାନ ପ୍ରଧାନଙ୍କ ସମେତ ଅନ୍ୟାନ୍ୟ ସଦସ୍ୟମାନେ ମଧ୍ୟ ଉପସ୍ଥିତ ହୋଇ ମତାମତ ଉପସ୍ଥାପନା କରିଥିଲେ ।
ବୌଦ୍ଧ ଶ୍ରୀ ଜଗନ୍ନାଥ ମନ୍ଦିର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଉଦଘାଟିତ
ବୌଦ୍ଧ, ୨୯/୬: ବୌଦ୍ଧ ଶ୍ରୀ ଜଗନ୍ନାଥ ମନ୍ଦିରର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦିପ କୁମାର ଅମାତଙ୍କ କରକୋମଳରେ ଉଦଘାଟିତ ହୋଇଯାଇଛି । ଏହି ମନ୍ଦିରର ଉନ୍ନତି କରଣ ପାଇଁ ରାଜ୍ୟ ସରକାର ଏକକୋଟି ସହାୟତା ରାଶି ମଂଜୁର କରିଥିବାବେଳେ ବିଧାୟକପାଣ୍ଠି ଓ ଅନ୍ୟାନ ଅନୁଦାନରୁ ପ୍ରାୟ ୧କୋଟି ୫୦ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ମନ୍ଦିରର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କରାଯାଇଥିଲା ।
ମନ୍ଦିର ବେଢାର ଉନ୍ନତିକରଣ, କଲ୍ୟାଣ ମଣ୍ଡପ, ପାଶ୍ୱର୍ ଦେବାଦେବୀଙ୍କ ପାଇଁ ମନ୍ଦିର ଓ ବିଗ୍ରହ ସ୍ଥାପନ, ମନ୍ଦିର ସମ୍ମୁଖରେ ଭକ୍ତଙ୍କ ପାଇଁ ପାଦ ଧୋଇବା ବ୍ୟବସ୍ଥା ସହ ଅନ୍ୟାନ କାର୍ଯ୍ୟ ସୌନ୍ଦର୍ଯ୍ୟ କରଣ ନିମନ୍ତେ କରାଯାଇଛି ।
ତେବେ ଏହି କାର୍ଯ୍ୟକୁ ନିଷ୍ଠାରସହ ସମାପନ କରିଥିବାରୁ ବୌଦ୍ଧ ବ୍ଲକର ପୁର୍ବତନ ବିଡିଓ ଦେବୀ ପ୍ରସାଦ ଦାଶ, ସହକାରୀ ନିର୍ବାହୀଯନ୍ତ୍ରୀ ଲକ୍ଷ୍ମୀଧର ସିଂ, କନିଷ୍ଠଯନ୍ତ୍ରୀ ମନୋଜ ବେହେରା, ମନ୍ଦିର ପରିଚାଳନା କମିଟି ସଭାପତି ରଘୁନାଥ ଷଡଙ୍ଗୀ, ସ୍ଥପତି ସୁମନ ଷଡଙ୍ଗୀ, ଠିକାଦା ଶୁଭେନ୍ଦ୍ର କୁମାର ଶତପଥିଙ୍କୁ ଉପଢୌକୀନ ଦେଇ ମନ୍ତ୍ରୀ ସମ୍ବୋର୍ଦ୍ଧିତ କରିଥିଲେ । ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ନିରନ୍ତର ଉଦ୍ୟମ ଓ ପ୍ରତ୍ୟକ୍ଷ ତତ୍ୱାବଦାନରେ ଏହି ଅର୍ଥର ସଦ ବିନିଯୋଗ କରାଯାଇ ପାରିଛି ବୋଲି ପରିଚାଳନା କମିଟି ପକ୍ଷରୁ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଇବାସହ ପ୍ରଶଂସା କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥିଭାବେ ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା, ପିଡି ଅଶ୍ୱିନୀ କୁମାର ମେହେର, ଉପ ଜିଲ୍ଲାପାଳ ସନତ କୁମାର ନାୟକ, ବୌଦ୍ଧ ବିଡିଓ ଅବିନାଶ ପାଣ୍ଡିଆ, ବୌଦ୍ଧ ଏନଏସି ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର, ବୌଦ୍ଧ ବ୍ଲକ ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ, ମନ୍ଦିର ପରିଚାଳନା କମିଟି ଉପଦେଷ୍ଠା ଅଚ୍ୟୁତାନନ୍ଦ ମିଶ୍ର, ଅଖିଳଚାନ୍ଦ ମହାପାତ୍ର, ଶଙ୍କର ପ୍ରସାଦ ପୁରୋହିତ, ଓକିଲ ସଂଘ ସଭାପତି ତାରେଣୀ ମହାପାତ୍ରଙ୍କ ସମେତ ପରିଚାଳନା କମିଟି ସଦସ୍ୟ, ମହିଳା ସ୍ୱୟଂ ସେବକ, ବୁଦ୍ଧିଜୀବୀ, ସାମ୍ବାଦିକ, ସମାଜସେବୀ, ସଂକୀର୍ତ୍ତନ୍ୟ ସେବକ ଓ ଶ୍ରଦ୍ଧାଳୁ ଯୋଗଦେଇଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031